BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

“ମୋ ସ୍ବପ୍ନର ଓଡିଶା- ୨୦୩୬″ ଶୀର୍ଷକ ଚିତ୍ରଶିଳ୍ପୀ ଶିବିର ଆରମ୍ଭ, ଯୋଗଦେଲେ ଜଣ ଯୁବ ଚିତ୍ରଶିଳ୍ପୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ “ମୋ ସ୍ବପ୍ନର ଓଡିଶା-୨୦୩୬” ଶୀର୍ଷକ ଏକ ଚିତ୍ର କଳା ଶିବିର ଉଦଘାଟିତ ହୋଇଯାଇଛି। ଏହି ଶିବିରରେ ରାଜ୍ୟରେ ଥିବା ୧୨ ଗୋଟି ଚାରୁକଳା ମହାବିଦ୍ୟାଳୟରୁ ୪୦ ଜଣ ଯୁବ ଚିତ୍ରଶିଳ୍ପୀ ଭାଗ ନେଇଛନ୍ତି।

ଏହି ଚିତ୍ରକଳା ଶିବିରକୁ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଏକାଡ଼େମୀର ସଭାପତି ବିଜୟ କେତନ ଉପାଧ୍ୟାୟ ଓ ଏକାଡେମୀ କାଡେମୀର ସଚିବ ତଥା ଉପ ନିର୍ଦ୍ଦେଶିକା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିତ ବିଭାଗ ଦେବଯାନୀ ଭୁୟାଁ ଉଦଘାଟନ କରିଥିଲେ। ଏଥିସହିତ, ଚିତ୍ରକଳାକୁ କଳା ପ୍ରେମୀଙ୍କ ମଧ୍ୟରେ ସୀମିତ ନରଖି ସର୍ବସାଧାରଣଙ୍କୁ ଆକୃଷ୍ଟ କରିବା ସହ ଜନାଦୃତ କରିବା ପାଇଁ ରାଜ୍ୟ ସରକାର ଓ ଲଳିତ କଳା ଏକାଡ଼େମୀର ପ୍ରୟାସ ପ୍ରଶଂସନୀୟ ବୋଲି ବିଭାଗୀୟ ନିର୍ଦ୍ଦେଶକ ମତ ପ୍ରକାଶ କରିଥିଲେ। ଏକାଡେମୀର ସଚିବ କଳାକାରଙ୍କ ନିମନ୍ତେ ଅନେକ ନୂତନ କାର୍ଯ୍ୟକ୍ରମ କରାଯିବା ସହିତ କଳାକାରଙ୍କ କଳାକୃତିକୁ କିପରି ପ୍ରୋତ୍ସାହନ ମିଳିବ ‌ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ତ‌ଥା କଳାପ୍ରେମୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଯୁବଶିଳ୍ପୀମାନଙ୍କୁ ତାଙ୍କର କଳା ସାଧନାକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଅତିଥିମାନେ ଚିତ୍ରର ଭୂୟସୀ ପ୍ରଶଂସା କରିବା ସହିତ ଶିଳ୍ପୀଙ୍କ ତୁଳୀରେ “ମୋ ସ୍ୱପ୍ନଟ ଓଡିଶା- ୨୦୩୬″ ଉପରେ ଅଙ୍କିତ ଚିତ୍ର ଅନୁପ୍ରାଣିତ କରିବ ବୋଲି ମତ ପ୍ରକାଶ କରିଥିଲେ। ଉକ୍ତ ଶିବିର ଜୁନ୍ ୧୩ରେ ଶେଷ ହେବ ଓ ଏହାର ପ୍ରଦର୍ଶନୀ ଜୁନ୍ ୧୯ ପର୍ଯ୍ୟନ୍ତ ଜନ ସାଧାରଣଙ୍କନିମନ୍ତେ ଉନ୍‌ମୁକ୍ତ ରହିବ ସୂଚନା ପ୍ରଦାନ କରିଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଓଡିଶା ଲଳିତ କଳା ଏକାଡ଼େମୀ ଦ୍ବାରା ଚଳିତ ବର୍ଷ ଅନେକ ନୂତନ ଗୁରୁତ୍ବପୁର୍ଣ୍ଣ କାର୍ଯ୍ୟକ୍ରମ କରିବା ନିମନ୍ତେ ସୂଚନା ଦେଇଛନ୍ତି।