BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କେଦାର କୃଷ୍ଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପ୍ରତିଷ୍ଠିତ ବାଉଁଶ ଚାରା ଉତ୍ପାଦନ କେନ୍ଦ୍ରକୁ ଅନୁମୋଦନ ପତ୍ର ପ୍ରଦାନ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ଆର୍ଡି ବ୍ଲକ ଅଧିନସ୍ଥ ଖଲାଡ଼ି ଗ୍ରାମରେ କେଦାର କୃଷ୍ଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପ୍ରତିଷ୍ଠା କରାଯାଇଥିବା ବାଉଁଶ ଚାରା ଉତ୍ପାଦନ କେନ୍ଦ୍ରକୁ ଜାତୀୟ ବାଉଁଶ ମିଶନର ନିର୍ଦ୍ଦେଶାବଳୀ ଅନୁଯାୟୀ ୩ ବର୍ଷ ନିମନ୍ତେ ଅନୁମୋଦନ ପତ୍ର ପ୍ରଦାନ କରାଯାଇଛି । ଆଜି ଚନ୍ଦ୍ରଶେଖରପୁର ସ୍ଥିତ ବନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ, ଅରଣ୍ୟ ଭବନ ପରିସରରେ ଓଡିଶା ବାଉଁଶ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପ୍ରକଳ୍ପ ନିର୍ଦ୍ଦେଶକ ତଥା ରାଜ୍ୟ ମିଶନ ନିର୍ଦ୍ଦେଶକ ଶ୍ରୀ କାର୍ତ୍ତିକ ଭି ଏହି ଅନୁମୋଦନ ପତ୍ର ଜାରି କରିଛନ୍ତି ।

ଅଗଷ୍ଟ ୨୯ ତାରିଖରେ ଏହି ଚାରା ଉତ୍ପାଦନ କେନ୍ଦ୍ରକୁ ରାଜ୍ୟସ୍ତରୀୟ ବାଉଁଶ ଚାରା ଉତ୍ପାଦନ କମିଟିର ସଭ୍ୟମାନେ  ପରିଦର୍ଶନ କରି ମାନ୍ୟତା ପ୍ରଦାନ ନିମନ୍ତେ ସୁପାରିଶ କରିଥିଲେ I  ଏହି କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ଶ୍ରୀ କାର୍ତ୍ତିକ ଭି, ଜୈବ ବିବିଧତା ବୋର୍ଡର ବୈଜ୍ଞାନିକ ଡ. ପ୍ରସାଦ କୁମାର ଦାଶ,  ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ. ନିରାକାର ଭୋଳ, ରାଜ୍ୟ ବନତତ୍ତ୍ୱବିତ କାର୍ଯ୍ୟାଳୟ,  ଭୁବନେଶ୍ୱରର ସହାୟକ ବନ ସଂରକ୍ଷକ କୁମାରୀ କଶିଷ ବେହେରା, ଓଡିଶା ବାଉଁଶ ଉନ୍ନୟନ ସଂସ୍ଥାର ଉପ ସଂଯୋଜକ ଶ୍ରୀ ରଜନୀକାନ୍ତ ରାଉତ ଙ୍କ ଉପସ୍ଥିତିରେ ସଂସ୍ଥାର ପ୍ରକଳ୍ପ ତଥା ରାଜ୍ୟ ମିଶନ ନିର୍ଦ୍ଦେଶକ ସ୍ୱୀକୃତି ସମ୍ୱନ୍ଧୀୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି I