BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ ପାଇଁ ଦରଖାସ୍ତ ଆହ୍ୱାନ

ଭୁବନେଶ୍ୱର : ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ ପ୍ରଦାନ କରିବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ  ୨୦୨୨, ୨୦୨୩, ୨୦୨୪ ଓ ୨୦୨୫ବର୍ଷ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି। ଆବେଦନକାରୀ ବ୍ୟକ୍ତିବିଶେଷ/ଅନୁଷ୍ଠାନ ଆବଶ୍ୟକ ପ୍ରମାଣପତ୍ର ସହ ଆବେଦନ ଫର୍ମ ପୂରଣ କରି ୨୭ ଜାନୁଆରୀ, ୨୦୨୬ ରିଖ ସୁଦ୍ଧା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କାର୍ଯ୍ୟାଳୟରେ ଦାଖଲ କରିପାରିବେ। ଏହି ସମ୍ମାନ ପ୍ରତିଟି ବର୍ଷ ପାଇଁ ଜଣେ ବ୍ୟକ୍ତିବିଶେଷ କିମ୍ବା ଗୋଟିଏ ସାହିତ୍ୟ ଅନୁଷ୍ଠାନକୁ ପ୍ରଦାନ କରାଯିବ।

ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର, ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଓ ନିରନ୍ତର କାର୍ଯ୍ୟ, ସାମଗ୍ରିକ ସାହିତ୍ୟ କୃତି ଆଦିକୁ ବିଚାରକୁ ନେଇ ଏହି ସମ୍ମାନ ପ୍ରଦାନ କରାଯିବ। ଏକ ତିନି ଜଣିଆ ବିଶେଷଜ୍ଞ କମିଟିଙ୍କ ମତାମତ ଅନୁଯାୟୀ ଯୋଗ୍ୟ ପାର୍ଥୀଙ୍କୁ ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ କରାଯିବ।

ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନର ସବିଶେଷ ବିବରଣୀ, ମାର୍ଗଦର୍ଶିକା ଓ ଫର୍ମ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୱେବସାଇଟରେ ଉପଲବ୍ଧ କରାଯାଇଛି।

ପ୍ରକାଶଯୋଗ୍ୟ ଯେ, ବର୍ଷ ୨୦୨୧ ପାଇଁ ଡ଼କ୍ଟର ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ ପ୍ରଦାନ କରାଯାଉଛି।