BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅଣସର ଖଳିଲାଗି ଏକାଦଶୀ: ମହାପ୍ରଭୁଙ୍କ ଆରୋଗ୍ୟର ପର୍ବ ଆଜି ଶ୍ରୀମନ୍ଦିରରେ ପାଳିତ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ବିଶେଷ ଧାର୍ମିକ ଅନୁଷ୍ଠାନ ‘ଅଣସର ଖଳିଲାଗି ଏକାଦଶୀ’ ପାଳିତ ହେଉଛି। ଏହି ନୀତି ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତାର ପ୍ରତୀକ ଭାବେ ଦେଖାଯାଏ।

ସ୍ନାନ ପୂର୍ଣ୍ଣିମା ପରେ ଅଣସର ଘରେ ରହିଥିବା ଚତୁର୍ଦ୍ଧାମୂର୍ତ୍ତୀ ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି। ଗତ ନଅ ଦିନ ଧରି ଜ୍ୱରରେ ପୀଡିତ ହୋଇ ବିଶ୍ରାମ ନେଉଥିବା ଠାକୁରମାନେ ଏବେ ଉଠି ବସିଛନ୍ତି। ଗତକାଲି ରାଜବୈଦ୍ୟଙ୍କ ତିଆରି କରିଥିବା ଦଶମୂଳ ମୋଦକ ଶ୍ରୀମନ୍ଦିରରେ ପହଞ୍ଚିଛି, ଯାହା ଏକାଦଶୀ ଦିନ ଠାକୁରଙ୍କୁ ଲାଗି କରାଯିବ।

ଏହି ଅବସରରେ ଦଇତା ଓ ପତିମହାପାତ୍ର ବିଶେଷ ପରମ୍ପରା ଅନୁଯାୟୀ ଠାକୁରଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ। ଏହି ଚନ୍ଦନ ମେଳାଣିରେ କର୍ପୂର, କେଶର ଓ କସ୍ତୁରୀ ମିଶାଯାଇଥାଏ। ତାପରେ ଠାକୁରମାନେ ବାରଲାଗି ପାଟ ପରିଧାନ କରି ତୁଳସୀ ଲାଗି ପରେ ଦଶମୂଳ ଲାଗି କରାଯିବ।

ଅଣସର ଅବଧିରେ ମହାପ୍ରଭୁଙ୍କ ଜ୍ୱର ଥିବାରୁ ଶ୍ରୀମନ୍ଦିର ଭିତରେ ଘଣ୍ଟ ବାଜିବା ବନ୍ଦ ଥାଏ। କିନ୍ତୁ ଖଳି ଲାଗି ବେଳେ ଘଣ୍ଟ ଓ କାହାଳୀ ବଜାଇ ଠାକୁରଙ୍କ ସୁସ୍ଥତା ଉତ୍ସବ ଭାବେ ପାଳିତ ହୁଏ। ଏହି ଧ୍ୱନି ଭକ୍ତମାନଙ୍କୁ ମହାପ୍ରଭୁଙ୍କ ଆରୋଗ୍ୟ ସୂଚନା ଦିଏ।

ଅଣସର ଖଳିଲାଗି ଏକାଦଶୀ ମାନେ କେବଳ ନୀତି ନୁହେଁ, ଏହା ଠାକୁରଙ୍କ ସହ ବିଶ୍ୱାସର ଅତୁଟ ବନ୍ଧନ, ଓ ଦେବଦେହରେ ମାନବତାର ଉତ୍ସବ ଅତୁଟ ରହିଛି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ