ଭୁବନେଶ୍ୱର : ବିଦେଶରେ ଆୟୋଜିତ ହେଉଥିବା ଜଗନ୍ନାଥ ରଥଯାତ୍ରା ପ୍ରସଙ୍ଗରେ ଏକ ନୂତନ ବିବାଦ ଉପୁଜିଛି। ଏଥିରେ ପ୍ରଚାର ପୋଷ୍ଟରରେ ଭୁଲ ତଥ୍ୟ ଓ ଭାଷା ତ୍ରୁଟି ଦେଖାଯାଇଛି, ଯାହା ଓଡ଼ିଆ ସମୁଦାୟ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
ଏହି ଭୁଲ ପୋଷ୍ଟରରେ ଜଗନ୍ନାଥଙ୍କ ନାମ ଭୁଲ ଭାବେ ଲେଖାଯାଇଛି ଓ ରଥଯାତ୍ରାର ତାରିଖ ତଥା ସ୍ଥାନ ସଠିକ୍ ଭାବେ ଉଲ୍ଲେଖ ହୋଇନାହିଁ। ଏହି ଭୁଲ ଦେଖି ଓଡ଼ିଆ ମାନେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ଓ ଆୟୋଜକ ମଣ୍ଡଳୀ ପାଖରେ ଏହି ତ୍ରୁଟି ସଂପର୍କରେ ସ୍ପଷ୍ଟିକରଣ ଚାହିଁଛନ୍ତି।
ଇସ୍କନ ପୁଣି ଅଦିନିଆ ରଥଯାତ୍ରା କରିବାକୁ ଯାଉଥିବାରୁ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଇସ୍କନ ପକ୍ଷରୁ ରବିବାର ଲଣ୍ଡନରେ ରଥଯାତ୍ରା ଆୟୋଜନ କରାଯାଇଛି । ରଥଯାତ୍ରାରେ ସାମିଲ ହେବାକୁ ଅନଲାଇନରେ ପ୍ରଚାର ଜାରି ରହିଛି ।ତେବେ ଏହି ରଥଯାତ୍ରା ପୋଷ୍ଟରରେ ବ୍ୟାପକ ଭୁଲ ରହିଥିବା ମଧ୍ୟ ଦେଖିବାକୁ ମିଳିଛି। ରଥଯାତ୍ରା ସମ୍ପର୍କରେ କୌଣସି ମୌଳିକ ଧାରଣା ନ ଥିବା ଦେଖାଯାଇଛି।
ଅନ୍ୟପକ୍ଷେ ଠିକ୍ ରଥରେ ନିର୍ଦ୍ଦିଷ୍ଟ ବିଗ୍ରହ ସ୍ଥାନିତ ହୋଇନାହାନ୍ତି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କୋଟି ଓଡ଼ିଆଙ୍କ ମୋଉଡମଣିଙ୍କ ଅଦିନିଆ ରଥଯାତ୍ରା ନେଇ ଲୋକେ ପ୍ରଶ୍ନ ଉଠାଉଛନ୍ତି।
ଏହି ପ୍ରସଙ୍ଗରେ ଗଭୀର ଅନୁସନ୍ଧାନ ଓ ସଠିକ୍ ତଥ୍ୟ ଉପସ୍ଥାପନ ଦ୍ୱାରା ଭବିଷ୍ୟତରେ ଏପରି ତ୍ରୁଟି ରୋକିବା ପାଇଁ ଆବଶ୍ୟକ ଉଦ୍ୟମ ଗ୍ରହଣ କରିବା ଦରକାର।
ରିପୋର୍ଟ:-ପ୍ରତୀକ୍ଷା ନାୟକ