BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଅନୁଗୁଳ ୩୧।୧ : କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ୪ ଟି ଟିମ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛନ୍ତି ବୋଲି ଖବର ମିଳିଛି। ଏହି ଟିମରେ ୪ ଜଣ ଡିଏସପି , ୮ ଇନ୍ସପେକ୍ଟର ଓ ଅନ୍ୟକର୍ମଚାରୀ ଉପସ୍ଥିତ ଥିଲେ। ବିରଞ୍ଚିଙ୍କ ତାଳଚେର କାର୍ଯ୍ୟାଳୟ ସହ ଅନୁଗୁଳ କୁମୁଡା ଘର, ଅମ୍ବାଲାରେ ଥିବା ଘର ଏବଂ ଢେଙ୍କାନାଳ ମେରାମୁଣ୍ଡଳିରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଉଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନଥିବା ବେଳେ ଜବତ ସମ୍ପତ୍ତିର ଆକଳନ ଜଣାପଡିନଥିବା ନେଇ ସୂଚନା ମିଳିଛି।
ତାଙ୍କ ବାସ ଭବନରୁ ବିଭିନ୍ନ ବ୍ୟାଙ୍କରୁ ୧ କୋଟି ଟଙ୍କାର ଜମାଖାତା, ୨୧୨ ଗ୍ରାମ ସୁନା, ସତୁରି ଲକ୍ଷ ଟଙ୍କାର ୨ ଟି କୋଠା, କୁମଣ୍ଡ ଗ୍ରାମରେ କରିଥିବା ଘର ମୂଲ୍ୟ ପଚାଶ ଲକ୍ଷ ଓ ଆମ୍ବପାଳ ପୈତୃକ ଗ୍ରାମରେ କରିଥିବା ଘର ମୂଲ୍ୟ କୋଡିଏ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଭିଜିଲାନ୍ସ  ଜବତ କରିଛି। ଏଥିସହ ଗୋଟିଏ ଆଇ ୨o କାର, ଗୋଟିଏ ସ୍କୁଟି ଓ ଗୋଟିଏ ମଟର ସାଇକେଲ ଜବତ ହୋଇଛି । ତଦନ୍ତ ଚାଲୁରହିଛି । ଏଥିସହ ଗୋଟିଏ  କାର, ଗୋଟିଏ ସ୍କୁଟି ଓ ଗୋଟିଏ ମଟର ସାଇକେଲ ଜବତ ହୋଇଛି । ତଦନ୍ତ ଚାଲୁ ରହିଛି ।  ନଗଦ ୨୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି।