BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚାଇନା ଜୈବିକ ଅସ୍ତ୍ର ଦ୍ବାରା କରୁଛି ତୃତୀୟ ବିଶ୍ବଯୁଦ୍ଧ।

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ଭୂତାଣୁ ଦ୍ୱାରା ଚାଇନା ତୃତୀୟ ବିଶ୍ୱଯୁଦ୍ଧର ପ୍ରସ୍ତୁତି କରିଥିବା ଆମେରିକା କହିଛି। ଜାଣିଶୁଣି ଚାଇନା ଏଭଳି ଯୋଜନା କରିଥିବା ଆମେରିକା ପକ୍ଷରୁ ଦାବି କରାଯାଇଛି। କରୋନା ସଂକ୍ରମଣ ପରେ ମାତ୍ର ୬ରୁ ୮ ମାସ ମଧ୍ୟରେ ଚାଇନାର ସ୍ଥିତି ସ୍ବାଭାବିକ ହୋଇ ସାରିଛି। ମାତ୍ର ଏବେ ବି ଭାରତ ସମେତ ପୃଥିବୀର ବହୁ ଦେଶ କରୋନା ମହାମାରୀ ସହିତ ଲଢ଼େଇ ଜାରି ରଖିଛନ୍ତି। କରୋନା ସଂକ୍ରମଣ ଚାଇନାରୁ ଦୂର ହୋଇଥିବାବେଳେ ପୃଥିବୀର ଅନ୍ୟ ଦେଶରୁ ମହାମାରୀର ବିପଦ ୨ ବର୍ଷ ହେଲା ଟଳି ନାହିଁ। ଏହା ଚାଇନାର ଯୋଜନାବଦ୍ଧ ଜୈବିକ ଅସ୍ତ୍ର ପ୍ରୟୋଗକୁ ସ୍ବତଃ ପ୍ରମାଣିତ କରୁଥିବା ଆମେରିକା କହିଛି। ୨୦୧୫ରେ ଚାଇନାର ପକ୍ଷରୁ ଏଭଳି ଯୋଜନା କରାଯାଇଥିବା ସମ୍ପର୍କିତ ରିପୋର୍ଟ ଆମେରିକାର ହସ୍ତଗତ ହୋଇଛି। ଚାଇନା ସୈନ୍ୟ ବାହିନୀର ବୈଜ୍ଞାନିକ ଜୈବିକ ଅସ୍ତ୍ର ମାଧ୍ୟମରେ ତୃତୀୟ ବିଶ୍ୱଯୁଦ୍ଧ ଲଢ଼ାଯିବାର ଭବିଷ୍ୟବାଣୀ କରିଥିଲେ। ଏହି ରିପୋର୍ଟ ଆମେରିକା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଏହି ରିପୋର୍ଟ ଚାଇନାର ସୈନ୍ୟ ବାହିନୀ ବୈଜ୍ଞାନିକ ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ୨୦୧୫ରେ ପ୍ରସ୍ତୁତ ହୋଇଥିଲା। ରିପୋର୍ଟ ପ୍ରସ୍ତୁତକାରୀ ବୈଜ୍ଞାନିକ ଏବଂ ସ୍ବାସ୍ଥ୍ୟ ଅଧିକାରୀ ଚାଇନାରେ ଦେଖାଦେଇଥିବା କରୋନା ସଂକ୍ରମଣ ଦୂର କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଥିବା ରିପୋର୍ଟରେ ବ୍ରିଟେନ୍‌ର ଦ ସନ୍‌, ଅଷ୍ଟ୍ରେଲିଆର ଦ ଅଷ୍ଟ୍ରେଲିଅନ୍‌ ଆଦି ଖବର କାଗଜରେ ପ୍ରକାଶ ପାଇଛି।