ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀଙ୍କୁ ଭେଟିଲା ଅଲ୍ ଓଡ଼ିଶା ଲେୟର୍ସ ଫାର୍ମର୍ସ ଆସୋସିଏସନ
ଭୁବନେଶ୍ୱର : ଅଲ୍ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନର ଏକ ପ୍ରତିନିଧି ଦଳ ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ସାକ୍ଷାତ୍ କରିଛନ୍ତି। ଏହି ସାକ୍ଷାତ୍ ଆଲୋଚନା ବେଳେ ସଂଘ ନିଜର ଅବଧି ସମସ୍ୟା ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ଏହାର ସମାଧାନ ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ନ୍ୟାସନାଲ ଏଗ୍ କୋର୍ଡ଼ିନେସନ କମିଟି (ଏନ୍ଇସିସି) ପକ୍ଷରୁ ଅଣ୍ଡା ପିଛା ଯେଉଁ ଦର ଧାର୍ଯ୍ୟ ହୋଇଛି, ସେଥିରେ •ଷୀ କ୍ଷତିର ସମ୍ମୁଖୀନ ହେଉଛନ୍ତି। ସାକ୍ଷାତ୍ ସମୟରେ ଏ ନେଇ ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ସମସ୍ୟାର ତ୍ୱରିତ ସମାଧାନ ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀ ଏବଂ ଏନ୍ଇସିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ଏପରିକି, ଉପରୋକ୍ତ ବିଷୟ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଖୁବ୍ ଶୀଘ୍ର କେନ୍ଦ୍ର ମତ୍ସ୍ୟ ଏବଂ ପଶୁପାଳନ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ସମୟ ଧାର୍ଯ୍ୟ କରାଯିବ।
ମନ୍ତ୍ରୀଙ୍କ ସହ ସଂଘର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଦିଲ୍ଲୀ ଗସ୍ତ କରିବେ ବୋଲି ଆଲୋଚନାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ରାଜ୍ୟ ସରକାର ରାଜ୍ୟରେ ଅଧିକରୁ ଅଧିକ ଅଣ୍ଡା ଉତ୍ପାଦନ ଏବଂ ଏହାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଅଣ୍ଡା•ଷୀ ଏବଂ ଏହି ଶିଳ୍ପର କଲ୍ୟାଣ ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ। ଏପରିକି ଆଗାମୀ ଦିନରେ ଅଧିକରୁ ଅଧିକ ଅଣ୍ଡାର ବ୍ୟବହାର ଏବଂ ସଠିକ୍ ବଣ୍ଟନ ବ୍ୟବସ୍ଥାର ପରି•ଳନା ପାଇଁ ଏମ୍ଡ଼ିଏମ୍ (ମଧ୍ୟାହ୍ନ ଭୋଜନ) ଏବଂ ଏସ୍ଏନ୍ପିରେ ଅଣ୍ଡା •ଷୀଙ୍କୁ ସିଧାସଳଖ ଅଂଶଗ୍ରହଣ ପାଇଁ ସୁଯୋଗ ଦେବାକୁ ସରକାର ଚିନ୍ତା କରୁଥିବା ନେଇ ମନ୍ତ୍ରୀ କହିଥିବା ଜଣାପଡ଼ିଛି।
ଏହି ପ୍ରତିନିଧି ମଣ୍ଡଳୀରେ ସଂଘର ସଭାପତି ଦେବଦତ୍ତ ବିଶ୍ୱାଳ, ଉପସଭାପତି ପ୍ରସନ୍ନ ବସ୍ତିଆ, ଦୀପକ ମିଶ୍ର, ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପାତ୍ର, ଏନ୍ଇସିସି ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।