BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ଦିନଟି ଉତ୍ତମ ରହିବ । ପରିବାରରେ ଲାଗି ରହିଥିଲା ସମସ୍ୟା ପାଇଁ ଚିନ୍ତାରେ ରହିବେ । ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କର ଛୋଟ ଅବହେଳା ପାଇଁ କ୍ଷତିରେ ପଡିପାରନ୍ତି । ବ୍ୟବସାୟୀମାନଙ୍କୁ ଲାଭ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପେଟ ସମ୍ବନ୍ଧୀୟ କିଛି ସମସ୍ୟା ସୃଷ୍ଟି ହୋଇ ପାରେ ।

ବୃଷ: ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କିଠି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଚିନ୍ତା କରନ୍ତୁ । ପରିବାରର ସମର୍ଥନ ମିଳିବ । ବ୍ୟବସାୟୀଙ୍କ ପାଇଁ ଆଜିର ଦିନ ଉତ୍ତମ ରହିବ । ସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ । ଆଜି ସାହିତ୍ୟ କ୍ଷେତ୍ରରରେ ସୁଫଳ ପାଇବେ ।

ମିଥୁନ: ଧନଲାଭର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । ଆଜି କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ । ଆପଣ କମ୍ ପରିଶ୍ରମରେ ସଫଳତା ପାଇବେ । ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବାର ସମୟ । ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଅଜଥା ଖର୍ଚ୍ଚାନ୍ତ ହୋଇପାରନ୍ତି ।

କର୍କଟ: ଆଜି କାହାକୁ ପରାମର୍ଶ ଦେବା ଠାରୁ ଦୂରେଇ ରୁହନ୍ତୁ । ବ୍ୟକ୍ତିଗତ ଜୀବନର ସମସ୍ୟା ଆଜି ଆପଣଙ୍କ ବୃତ୍ତିଗତ କାର୍ଯ୍ୟ ପ୍ରଭାବିତ କରିବ । ଆର୍ଥିକ ସମସ୍ୟାର ସମାଧାନ ହେବ । କୌଣସି କ୍ଷେତ୍ରକୁ ଶୁଭଫଳ ମିଳିବାର ସମ୍ଭାବନା ରହିଛି । ଅନାବଶ୍ୟକ ଚିନ୍ତା କରି ନିଜ ସମୟ ନଷ୍ଟ କରନ୍ତୁ ନାହିଁ ।

ସିଂହ: ଆଜି ଆପଣ ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ଅତିବାହିତ କରିବେ । କୌଣସି ବଡ଼ ଇଭେଣ୍ଟରେ ମଧ୍ୟ ଯୋଗ ଦେଇପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ । ଆଜି ନିଜ ଜୀବନ ସାଥିଙ୍କଠୁ କିଛି ଉପକାରୀ ପରାମର୍ଶ ପାଇପାରନ୍ତି । ବ୍ୟବସାୟୀ ମାନେ ଲାଭରେ ରହିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

କନ୍ୟା: ବ୍ୟବସାୟୀଙ୍କୁ କ୍ଷତି ସହିବା ପାଇଁ ପଡିପାରେ । ବୈବାହିକ ଜୀବନ ସୁଖଦ ରହିବ । ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ । ପାରିବାରିକ ଜୀବନ ସୁଖଦ ହେବ । ଆପଣ ପିତାମାତାଙ୍କ ଆଶୀର୍ବାଦ ପାଇବେ ।

ତୁଳା: ହସ ଖୁସିରେ ଦିନଟି କଟିବ । ପୂର୍ବ ସମସ୍ୟାର ସରଳ ସମାଧାନ ବାହାର କରିବେ । ବ୍ୟବସାୟରେ ଲାଭବାନ ହେବେ । ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ । ନୂତନ ସମ୍ପତ୍ତି କିଣିବା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି । ବ୍ୟବସାୟ କରୁଥିବା ଲୋକମାନେ ଆଜି ଦୂର ଯାତ୍ରା କରିପାରନ୍ତି ।

ବିଛା: ପରିବାର ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଉତ୍ତମ ଦିନଟିଏ । କୌଣସି ଯାତ୍ରା ଯୋଜନା ଥିଲେ , ସ୍ଥଗିତ ରଖନ୍ତୁ । ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ। ଧନ ସଞ୍ଚୟ କରିବା ଦ୍ବାରା ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ ।

ଧନୁ: ବ୍ୟବସାୟୀମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ପଡିବ । ପାରିବାରିକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ଅପରାହ୍ନରେ କୌଣସି ଶୁଭ ଖବର ମିଳିପାରେ । ବିଦ୍ୟାର୍ଥୀମାନେ ପଠାପଢାରେ କୃତିତ୍ୱ ଅର୍ଜନ କରିବେ । ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି ।

ମକର: ଆର୍ଥିକ ସ୍ଥିତି ଭଲ ରହିବ । ଘରର ପରିବେଶ ସ୍ୱାଭାବିକ ରହିବ । କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାନ୍ତି । ମସଲାଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । କୌଣସି ସ୍ଥାନକୁ ବୁଲାବୁଲି କରିବା ପାଇଁ ଯାଇପାରନ୍ତି । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ହରାଇବେ ।

କୁମ୍ଭ: ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ ଆପଣଙ୍କ ଯାତ୍ରା ଲାଭଦାୟକ ହେବାକୁ ଯାଉଛି । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଚାକିରୀ କରୁଥିବା ଲୋକଙ୍କୁ ଅଫିସରେ ବହୁତ ପରିଶ୍ରମ କରିବାକୁ ପଡିପାରେ । ଆପଣ ଶୀଘ୍ର ଭଲ ଫଳାଫଳ ପାଇପାରନ୍ତି ।

ମୀନ: ପିଲାମାନଙ୍କ ପାଠପଢାକୁ ନେଇ ଚିନ୍ତିତ ରହିବେ । ଆଜି ଆପଣଙ୍କ ଜୀବନ ସାଥୀ କୌଣସି ଉପହାର ଦେଇ ପାରନ୍ତି । ଚାକିରୀ କରୁଥିବା ଲୋକଙ୍କ ଦିନ ସ୍ୱାଭାବିକ ହେବ । ଆଜି ଆପଣ କୌଣସି କାର୍ଯ୍ୟକୁ ଅସମ୍ପୂର୍ଣ୍ଣ ଛାଡନ୍ତୁ ନାହିଁ । ଆର୍ଥିକ ଅବସ୍ଥା ଭଲ ରହିବ। ଥଣ୍ଡା, କାଶ, ଜ୍ୱର ଇତ୍ୟାଦି ସମସ୍ୟା ଦେଖିବା ପାଇଁ ମିଳିପାରେ ।