BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଶିଫଳ: ଭାଗ୍ୟଶାଳୀ ହେବେ ଏହି ରାଶି, ଏମାନଙ୍କ ବଢ଼ିପାରେ ଅଯଥା ଖର୍ଚ୍ଚ

ଆଜି ଆପଣଙ୍କ ଦିନ କେମିତି କଟିବ । କେଉଁମାନେ ହେବେ ଭାଗ୍ୟଶାଳୀ ? କେଉଁମାନଙ୍କୁ ହେବ ଧନଲାଭ । କିଏ ରହିବେ ସତର୍କ । ପଢ଼ନ୍ତୁ ଆଜିର ରାଶିଫଳ ।

ମେଷ: ଅଳ୍ପ ସମୟ ଭିତରେ ଅଧିକା ଲାଭ ପାଇଁ ଆପଣ ଲୋଭି ନ ହେବା ଆପଣଙ୍କ ପାଇଁ ଭଲ ହେବ । ଆପଣ ଆଜି ଛୋଟ ଅସୁବିଧାରେ ପଡିପାରନ୍ତି। ସମସ୍ତ ପ୍ରକାର ଆଇନ୍‌ଗତ କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ । ଆର୍ଥିକ କାରବାର କରିବାବେଳେ ସାବଧାନତା ଅବଲମ୍ବନ କରିନ୍ତୁ। ଆଜି ଆପଣଙ୍କର ଏକାଗ୍ରତାରେ ହାନି ହୋଇପାରେ। ଫଳରେ ଆପଣ ଆପଣଙ୍କର କାର୍ଯ୍ୟର ଅତି ଉତ୍ତମ ପ୍ରଦର୍ଶନ କରିପାରିବାରେ ସକ୍ଷମ ହୋଇ ନ ପାରନ୍ତି।

ବୃଷ: ଆପଣଙ୍କ ପରିବାର ଏବଂ ପିଲା ବିଷୟରେ ଭଲ ଖବର ଆପଣଙ୍କୁ ଅତି ଉତ୍ସାହିତ କରିବ। ପିଲାଦିନର ସାଙ୍ଗମାନଙ୍କ ସହ ମିଶିବାରେ ଏବଂ ଆପଣଙ୍କର ସ୍କୁଲ୍‌ ଦିନର କଥା ମନେ ପକାଇ ଅତି ଖୁସି ଅନୁଭବ କରିବେ। ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଏହି ଦିନଟି ଏକ ଅତି କଷ୍ଟ ଦିନ ହୋଇପାରେ। ଏଣୁ ସଠିକ୍‌ ସ୍ଥାନରେ ନିବେଶ କରୁଛନ୍ତି କି ନାହିଁ ସୁନିଶ୍ଚିତ କରନ୍ତୁ। ଆଇନ୍‌ ଏବଂ କୋର୍ଟ୍‌ ଘଟଣାରେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ।

ମିଥୁନ: ଆଜି ଦିନଟି ବ୍ୟବସାୟୀ ଓ ସେମାନଙ୍କ ବ୍ୟବସାୟ ପାଇଁ ସର୍ବୋତ୍କୃଷ୍ଟ ଅଟେ। ଆଜି ସେମାନଙ୍କର ପ୍ରଚୁର ଲାଭ ହେବ। କର୍ମଜୀବିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ ଅଟେ। ଅଫିସରେ ଆପଣଙ୍କର କର୍ମଦକ୍ଷତା ଓ କଠିନ ପରିଶ୍ରମର ଫଳ ସ୍ୱରୁପ ଆପଣ ନିଜର ହାକିମଙ୍କ ପ୍ରିୟପାତ୍ର ହୋଇପାରିବେ। ଏହି ଖୁସିରେ ସେ ଆପଣଙ୍କର ପଦୋନ୍ନତି କରିପାରନ୍ତି । ଦିନଟିକୁ ମଧୁରମୟ କରିବାକୁ ଅଜି ସନ୍ଧ୍ୟାରେ ଆପଣ ନିଜର ବନ୍ଧୁମାନଙ୍କ ସହ ବାହାରକୁ କିମ୍ଵା ବଣଭୋଜି କରିବାକୁ ଯାଇପାରନ୍ତି । ଅର୍ଥଲାଭ ହୋଇପାରେ । ଭବିଷ୍ୟତରେ ଆହୁରି ଅଧିକ ଅର୍ଥଲାଭ ହେବାର ସମ୍ଭାବନା ମଧ୍ୟ ରହିଛି।

କର୍କଟ: ଦିନର ପ୍ରଥମାର୍ଦ୍ଧ ଭଲରେ ନ କଟିଲେ ମଧ୍ୟ ପ୍ରତି ଘଣ୍ଟାରେ ଏହା କ୍ରମଶଃ ଶୁଭଫଳ ଦେବାରେ ସକ୍ଷମ ହେବ। ଆପଣ ଉତ୍ସାହିତ ହୋଇ ରହିବେ। ପାକସ୍ଥଳୀ ଜନିତ ଯନ୍ତ୍ରଣା ଭୋଗିପାରନ୍ତି। ଶରୀର ପାଇଁ ହିତକାରୀ ଖାଦ୍ୟ ଖାଆନ୍ତୁ। ମାନସିକ ଶାନ୍ତି ପାଇବାକୁ ଧ୍ୟାନ ଓ ଯୋଗର ଆଶ୍ରୟ ନିଅନ୍ତୁ । କଠିନ ପରିଶ୍ରମ କରି କାର୍ଯ୍ୟ କଲେ ମଧ୍ୟ ସଫଳତା ପାଇବେ ନାହିଁ। ମଧ୍ୟାହ୍ନ ପରେ ଆପଣଙ୍କର ଅସୁସ୍ଥ ଶରୀର ଧିରେ ଧିରେ ସୁସ୍ଥ ହେବ । ଆପଣଙ୍କ ଭାଙ୍ଗି ପଡିଥିବା ମନ ଓ ସାହାସ ପୁନର୍ବାର ଯୋଡି ହୋଇଯିବ। ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ଦୃଢ ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧି ପାଇବ । ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି।

ସିଂହ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆଜି ଆପଣ ନିଜକୁ ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ୍‍ ଅସୁବିଧାରେ ପଡିପାରନ୍ତି। ନିଜ ଅଫିସ୍ରେ ମନ ଲଗାଇ କାମ କରନ୍ତୁ ଏବଂ ପ୍ରତି ଘଣ୍ଟାରେ ଆପଣଙ୍କ ପାଖକୁ ଅଜସ୍ର କାମ ଆସିପାରେ। ତେଣୁ ଆପଣ ମଝିରେ ମଝିରେ ବିଶ୍ରାମ ନିଅନ୍ତୁ। ନଚେତ୍‍ ଏପରି ଅନବରତ କାର୍ଯ୍ୟରେ ମନନିବେଶ କଲେ ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ। ଅପ୍ରତ୍ୟାସିତ ଭାବରେ ଅର୍ଥଲାଭ ହୋଇପାରେ। ନିଜର ପ୍ରତିଦ୍ୱନ୍ଦୀଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁନାହିଁ। ଅନ୍ୟଥା ସେମାନେ ଆପଣଙ୍କୁ ଉତ୍ତେଜିତ କରିପାରନ୍ତି। ଆପଣ ନିଜର କ୍ରୋଧକୁ ନିୟନ୍ତ୍ରଣ ନକଲେ ଦିନଟିର ମାଧୁର୍ଯ୍ୟ ନଷ୍ଟ ହୋଇଯିବ । ସବୁବେଳେ ନମ୍ର ଓ ଶାନ୍ତ ରୁହନ୍ତୁ।

କନ୍ୟା: ଆପଣଙ୍କ ବନ୍ଧୁଙ୍କ ସହ ସକାଳଟି ଆନନ୍ଦମୟ ଏବଂ ଖୁସିବାସିରେ ଯିବ। ମଉଜ ମଜଲିସ୍‌ କରିପାରନ୍ତି। ଆପଣଙ୍କ ବିଜିନେସ୍‌ ପାର୍ଟନରଙ୍କ ସହ ଅତି ଉତ୍ତମ ଭାବରେ ମଜା ନେଇପାରନ୍ତି । ଦିନର ଦ୍ବିତୀୟାର୍ଦ୍ଧରେ ଆପଣଙ୍କ କାର୍ଯ୍ୟକ୍ରମର ଅନ୍ୟ ଗତି ନେବ। ହଠାତ୍‌ ଆପଣଙ୍କ ଶରୀର କ୍ଷୀଣ ହୋଇଯିବ, ଏବଂ ଏହାକୁ ଠିକ୍‌ କରିବାରେ ବହୁତ ପଇସା ଖର୍ଚ୍ଚ ହୋଇପାରେ।

ତୁଳା: ଆଜି ଆପଣ ଲକ୍ଷ୍ୟ, ଏକାଗ୍ରତା, ଏବଂ ଆତ୍ମବିଶ୍ୱାସ ସାହାଯ୍ୟରେ, ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ପୁରା କରିବେ। ପାରିବାରିକ ଜୀବନ ସୁଖି ଏବଂ ଶାନ୍ତିମୟ ରହିବ। ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଠିକ୍‌ ରହିବ। ଆପଣଙ୍କ ମନର ହଠାତ୍‌ ପରିବର୍ତ୍ତନ ନିୟନ୍ତ୍ରଣ ମଧ୍ୟରେ ରଖନ୍ତୁ। ଦିନର ଶେଷରେ ବନ୍ଧୁମାନଙ୍କ ସହ ବାହାରକୁ ଯିବା କିମ୍ବା ସିନେମା ଦେଖିବା ପାଇଁ ଯାଇପାରନ୍ତି। ଅତି ଆପଣଙ୍କ ପାଇଁ ଏକ ଶୁଭ ଦିନ।

ବିଛା: ଆପଣ ଆଜି ଅତ୍ୟନ୍ତ ଭାବବିହ୍ୱଳ ହୋଇପାରନ୍ତି । ମାନସିକ ସନ୍ତୁଳନକୁ ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅଧିକା ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ। ଛାତ୍ରମାନେ ସେମାନଙ୍କ ପାଠପଢାରେ ଅତି ଉତ୍ତମ ଫଳାଫଳ ନେଇ ବାହାରିବେ ଏବଂ ସେମାନଙ୍କ କ୍ୟାରିଅର୍‌ରେ ଅତି ଉତ୍ତମ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବେ। ଆପଣଙ୍କର ସୃଜନାତ୍ମକ କାର୍ଯ୍ୟକଳାପ ପାଇଁ ପ୍ରଶଂସିତ ହେବେ। ଏହାକୁ ଆହୁରି ଭଲ କରନ୍ତୁ।

ଧନୁ: ଆପଣ ଘରେ ସୁଖ ଏବଂ ଶାନ୍ତି ବଜାୟ ରଖିବେ । ଘରର ପରିବେଶ ପରିସ୍ଥିତି ପ୍ରତିକୂଳ କୌଣସି କାମ ଆପଣ କରିବେ ନାହିଁ। ଆପଣଙ୍କ ମାଆଙ୍କ ଦେହ ଅସୁସ୍ଥ ହୋଇପାରେ। ଆପଣ ତାଙ୍କର ଯତ୍ନ ନେବା ପାଇଁ ପରାମର୍ଶ ଅଛି। ଆପଣଙ୍କର ଆର୍ଥିକ ଏବଂ ସାମାଜିକ ପରିସ୍ଥିତି ପ୍ରତିକୂଳ ଭାବରେ ପ୍ରଭାବ ପକାଇବ। ତେଣୁ ସତର୍କ ରୁହନ୍ତୁ।

ମକର: ଆଜି ଆପଣ ପ୍ରତ୍ୟେକ ଜିନିଷରେ ଲକ୍ଷ୍ୟ ଏବଂ ଏକାଗ୍ରତା ରଖିବେ। ଆପଣ ସହରର ସୀମାରେ ଏକ ବହୁତ ବଡ ଦୃଶ୍ୟମୟ ସ୍ଥାନ ଭ୍ରମଣରେ ଯାଇପାରନ୍ତି। ଏହା ଆପଣଙ୍କ ସାନ ଭାଇ ଭଉଣୀମାନଙ୍କୁ ନିକଟତର କରିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅବିବାହିତଙ୍କ ବିବାହ ସ୍ଥିର ହେବାର ସମ୍ଭାବନା ରହିଛି। ପରିଶ୍ରମ ଅନୁସାରେ, ଫଳପ୍ରାପ୍ତି ହେବ । କାହାକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ । ଦେଖିଚାହିଁ ଖର୍ଚ୍ଚ କରନ୍ତୁ।

କୁମ୍ଭ: ଆଜି ସାବଧାନତାର ସହ ଏକ୍ସସରସାଇଜ୍‌ କରିବେ। ଆପଣଙ୍କର ରାଗ ମନୋଭାବ ଏବଂ ପ୍ରତିକୂଳ ଭାବନା ଦିନଟିକୁ କଠିନ କରିପାରେ। ସୁନିଶ୍ଚିତ ହୁଅନ୍ତୁ ଯେ ଏଥିପାରଇଁ ଆପଣଙ୍କର କିଛି କ୍ଷତି ନହୁଏ। ଆଜି ଯାହା ଖାଉଛନ୍ତି ସେଥିପ୍ରତି ସଜାଗ ରହିବେ। ଅସୁସ୍ଥକର ଖାଦ୍ୟ ଆପଣଙ୍କ ଶରୀରକୁ ଖରାପ କରିପାରେ। ଆପଣଙ୍କର ସୃଜନଶୀଳ କାର୍ଯ୍ୟକଳାପ ଆଡକୁ ଗତି ଆପଣଙ୍କ ନାମ ଏବଂ ଯଶ ବଢାଇବ। ଦିନଟିକୁ ଅଧିକରୁ ଅଧିକ ଖୁସିବାସିରେ ପରିପୂର୍ଣ୍ଣ କରନ୍ତୁ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ। ଆପଣଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବ। ମାତ୍ର ଆପଣ ନିଜର ଉତ୍ତେଜନା ଏବଂ ତିକ୍ତ ବାର୍ତ୍ତାଳପକୁ ନିଜର ଆୟତରେ ନରଖିଲେ ଅପରାହ୍ନରେ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ। ତେଣୁ ପରିବାରର ସଦସ୍ୟଙ୍କ ସହ ଆଦୌ ଯୁକ୍ତିତର୍କ କରନ୍ତୁ ନାହିଁ । ଆଜି ଆପଣ ନୂତନ ଯୋଜନାର କାର୍ଯ୍ୟକାରୀ ଚାହୁଁଥିଲେ ତୁରନ୍ତ ଏହାର ଶୁଭାରମ୍ଭ କରନ୍ତୁ। ଆଜିର ଦିବସଟି ଏଥିପାଇଁ ସର୍ବୋତ୍କୃଷ୍ଟ ଅଟେ । ଜଗିରଖି ଖାଦ୍ୟ ଖାଆନ୍ତୁ, କାରଣ ରୋଗ ସଂକ୍ରମଣର ଆଶଙ୍କା ଅଛି। ଆପଣଙ୍କ ମନରୁ ଦୁଃଶ୍ଚିନ୍ତାକୁ ଦୂର କରନ୍ତୁ।