BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ…

ମେଷ:-ଆଜି କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବ। ନିଜ ସଂସ୍ପର୍ଶରେ ଆସୁଥବା ଲୋକମାନଙ୍କ କଥାଗୁଡ଼ିକ ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ। ଅବଶ୍ୟ ଅପରାହ୍ନେ ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ଖୁସି ହେବେ। ରବିଙ୍କ ସୁପ୍ରଭାବରୁ ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।

ବୃଷ:-ଆଜି ହାତକୁ ନେଇଥିବା କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ, ଅବଶ୍ୟ ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ।

ମିଥୁନ:-ଆଜି ଯାହା ବି ନିଷ୍ପତ୍ତି ନେବେ, ତାହା ଶେଷ ସମୟରେ ଓଲଟ ପାଲଟ ହୋଇ ଯାଇପାରେ। ମଙ୍ଗଳଙ୍କ କୁପ୍ରଭାବରୁ ବିବାଦୀୟ ପରିସ୍ଥିତି ତଥା ମାଲିମକଦ୍ଦମାରେ ସ୍ଥିତି ଅନୁକୁଳ ହୋଇପାରେ। ଘରେ ବନ୍ଧୁମିଳନର ସୂଚନା ରହିଛି। କଳା, ସାହିତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକରେ ଉପଯୁକ୍ତ ଭାବେ ଫଳ ପାଇପାରିବେ।

କର୍କଟ:-ଆଜି ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ପ୍ରଭାବରୁ କର୍ମକ୍ଷେତ୍ର ଓ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ପ୍ରତ୍ୟେକ ଉଦ୍ୟମ ସାକାର ହେବା ଦିଗରେ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ପାଇପାରିବେ। ନୂତନ ସ୍ଥାନକୁ ଯାତ୍ରା ଯୋଗ ରହିଛି। ଆର୍ଥିକ ସ୍ଥିତି ପୂର୍ବପରି କିନ୍ତୁ ଅଧିକାଂଶ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହେବେ।

ସି˚ହ:-ଆଜି ଶନିଙ୍କ ପ୍ରଭାବରୁ ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିପାରେ। ଆଜି ଆପଣ ଯାହା ପାଇବେ, ତାହା ବହୁତ ପୂର୍ବରୁ ହିଁ ପାଇବାର ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବାକୁ ପଡ଼ିପାରେ।

କନ୍ୟା:-ଆଜି ପାରିବାରିକ କ୍ଷେତ୍ର ସମସ୍ୟା ବହୁଳ ରହିପାରେ। ଭୁଲ୍‌ ବୁଝାମଣା ହିଁ ଏହାର ପ୍ରଧାନ କାରଣ ହେବ। ପାପଗ୍ରହ ମଧ୍ୟସ୍ଥ ବୃହସ୍ପତି ହେତୁ ଯାନବାହନରେ ସତର୍କ ରହିବା ଭଲ। ପିଲାମାନଙ୍କ କୃତିତ୍ୱ ସକାଶେ ଗର୍ବ ଅନୁଭବ କରିପାରନ୍ତି। ଆକସ୍ମିକ ଭାବରେ ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।

ତୁଳା:-ଆଜି  ଆପଣ କାହାର ମିଠା କଥାରେ ଭାସି ଯାଆନ୍ତୁ ନାହିଁ, ଯାହାକି ସମସ୍ୟାର କାରଣ ପାଲଟିବ। କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିବାର ସୂଚନା ପାଇବେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇ ପାରନ୍ତି।

ବିଛା:-ଆଜି ଆପଣଙ୍କର ପ୍ରତ୍ୟେକ ଅସ୍ବସ୍ତିକର ପରିସ୍ଥିତି ସୁଧୁରି ଯିବ। ଲେଖାପଢ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଅଫିସର ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି, ସେପରି କିଛି ଘଟିବ ନାହିଁ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।

ଧନୁ:- ଆଜିର କୌଣସି କାର୍ଯ୍ୟ ମନଲାଖି ନ ହୋଇପାରେ। ନୂତନ କାମର ପରିକଳ୍ପନା କରିବା ସାଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଜମିଜମା, ବ୍ୟବସାୟ, ପରିବହନ କ୍ଷେତ୍ର ଭଲ ରହିବ ଏବଂ ପାରିବାରିକ ସମସ୍ୟାକୁ ସୁଧାରି ନେବେ।

ମକର:-କୋଣ ସ୍ଥାନରେ ରାଜଯୋଗ ସୃଷ୍ଟି ହୋଇଥିବାରୁ ଆତ୍ମୀୟ କିମ୍ବା ସମ୍ପର୍କୀୟ ପାଖେଇ ଆସିବେ। ଅତି ପ୍ରିୟ ବନ୍ଧୁଟି ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହୋଇଯିବ। ପାରିବାରିକ କ୍ଷେତ୍ରରେ ଟେନସନ୍‌ କମିଯିବାର ଆଶା କରାଯାଇପାରେ। ପରିସ୍ଥିତିବଶତଃ ବାଧ୍ୟବାଧକତାରେ ପ୍ରତ୍ୟୁଷ ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ।

କୁମ୍ଭ:-ଚତୁର୍ଥ ଭାବରେ ଗ୍ରହ ସନ୍ନିବେଶ କାରଣରୁ ପରିବାରର ବାରଣକୁ ନ ମାନି କୌଣସି କାମରେ ଆଗଭର ହେବା ଠିକ୍‌ ହେବନି। ଅଫିସ୍‌ରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। କାମ ହାସଲ ନ ହେବା କାରଣକୁ ନେଇ ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ। ବ୍ୟବସାୟ, ମାଲିମକଦ୍ଦମା କିମ୍ବା ଜମିଜମା ସମସ୍ୟା ଜଟିଳ ହେବ।

ମୀନ:-ରାଶିପ୍ରତି ଚନ୍ଦ୍ରଙ୍କ ପୂର୍ଣ୍ଣଦୃଷ୍ଟି ହେତୁ ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇ ପାରନ୍ତି। ପରିବହନରେ, ପ୍ରଶାସନିକ ସ୍ତରରେ, ଆଲୋଚନା କ୍ଷେତ୍ରରେ ପ୍ରତିବନ୍ଧକକୁ ଦୂରେଇବାର ପ୍ରଯନତ୍ କରିପାରନ୍ତି। ଗୃହ କାମରେ ବ୍ୟସ୍ତ ରହି କୌଣସି କାମକୁ ପାସୋରି ଦେଇ ସମାଲୋଚିତ ହୋଇପାରନ୍ତି।