BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

II ଆଜିର ଖବର II ତାରିଖ:୧୫/୦୪/୨୫ II ମଙ୍ଗଳବାର II

୧-ଆସିଲା ଚଳିତ ଶିକ୍ଷାବର୍ଷର କ୍ୟାଲେଣ୍ଡର; ମେ ୬ରୁ ଜୁନ୍ ୧୭ ଯାଏଁ ରହିଛି ଖରାଛୁଟି।ଏଥର ଶିକ୍ଷାବର୍ଷରେ ମୋଟ୍ ୨୩୧ଟି କାର୍ଯ୍ୟଦିବସ ରହିଛି।

୨-ଆସନ୍ତା ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ପାଠ ପଢା ଆରମ୍ଭ ହେବ।

୩-କେନ୍ଦୁଝର:ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର, ଖୁବ ଶୀଘ୍ର କାମ ଆରମ୍ଭହେବ-ମୁଖ୍ୟମନ୍ତ୍ରୀ

୪-ଭୁବନେଶ୍ୱର:ଦିଅଁ ଦର୍ଶନରୁ ଆରମ୍ଭ ହେଲା ନୂଆ ବର୍ଷ,ପଣାରେ ମହକିଲା ରାଜଧାନୀ।

୫-କିଟ୍‍ ଓ କିସ୍‍ର ବିଭିନ୍ନ ଛକ ସ୍ଥାନରେ ଜଳଛତ୍ର ଉଦଘାଟନ କଲେ ଡ. ଅଚ୍ୟୁତ ସାମନ୍ତ।

୬-କଟକ ବିଡାନାସୀ ଥାନା ନୂଆ ସାହି ଅଞ୍ଚଳରେ ଅଭାବନୀୟ ଘଟଣା, ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର।

୭-ଘରୋଇ କମ୍ପାନୀ ସହ ଓସେପାର ଚୁକ୍ତି ଶେଷ, ଅନ୍ଧାରରେ ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଭବିଷ୍ୟତ, ପାଠପଢ଼ାରୁ ୧୭୨୮୦୦ ହେବେ ବଞ୍ଚିତ!

୮-ଗଜପତି ଜିଲ୍ଲା ମୋହନ ଥାନା ଚନ୍ଦ୍ରଗିରି ଶିବ ମନ୍ଦିରରେ ଅଭାବନୀୟ ଘଟଣା।ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଆହତ

୯-କିଟ୍ ବିଶ୍ୱବିଦ୍ୟାଳୟରେ କ୍ଷେତ୍ରୀୟ ନବ ବର୍ଷ ପାଳିତ, ବିଭିନ୍ନ ରାଜ୍ୟର ଲୋକ କଳା ପରିବେଷଣ କଲେ ଛାତଛାତ୍ରୀ

୧୦-ଲୋକପ୍ରିୟତାର ପରୀକ୍ଷା ହେବ ପଞ୍ଚାୟତ ଉପନିର୍ବାଚନ : ଛୋଟ ନିର୍ବାଚନ, ପଡ଼ିବ ବଡ଼ ପ୍ରଭାବ।

୧୧-କେତେ ସୁରକ୍ଷିତ ଭୁବନେଶ୍ୱର, ଦୃଷ୍ଟିବାଧିତ ମା’ କୋଳରୁ ୨ ବର୍ଷର ପୁଅ ଅପହୃତ – ଟେର ପାଉନି ପୁଲିସ,ସନ୍ଦେହରେ ଜଣେ ଅଟକ।

୧୨-ବାଙ୍କୀ:୪ ତାରିଖରେ ବାଙ୍କୀ ବଜାରରୁ ଗାଡ଼ି ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଘଟଣା ଗଞ୍ଜାମରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ।

୧୩-ଭୁବନେଶ୍ୱର:ରାଜ୍ୟରେ ବଢୁଛି ଚୋରା ବନ୍ଧୁକ କାରବାର, ଓଡ଼ିଶାରେ କାରଖାନା, ବିହାର ମିସ୍ତ୍ରୀ।

୧୪-ଭଦ୍ରକ:ପାଟୁଆ ଯାତ୍ରାରେ ଅଘଟଣ, କରେଣ୍ଟ ଲାଗି ୨ ମୃତ ୧୦ ଗୁରୁତର।

୧୫-ରାଉରକେଲା: ବାପା ଅତ୍ୟାଚାରରେ ପୁଅ ଅତିଷ୍ଠ ହୋଇ ବାପାକୁ ମାରି ମାଆ ହତ୍ୟାର ପ୍ରତିଶୋଧ ନେଲା ପୁଅ।

୧୬-IPL:ଧୋନୀ ଓ ଦୁବେଙ୍କ କମାଲ, ଲକ୍ଷ୍ନୌକୁ ହରାଇ ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ।

୧୭-ମୁଲନପୁର:ଆଜି ପଞ୍ଜାବ କିଙ୍ଗସ୍ -ନାଇଟ ରାଇଡର୍ସ ହେବ ମୁକାବିଲା।

୧୮-ହିସାରରୁ ଅଯୋଧ୍ୟାକୁ ଉଡ଼ିବ ବିମାନ: ନୂତନ ଟର୍ମିନାଲ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ, ବ୍ୟୟ ଅଟକଳ ୪୧୦କୋଟି।

୧୯-କୋଲକାତା:ସିଲିଗୁଡ଼ିକୁ ବ୍ୟାପିଲା ୱକଫ୍ ବିରୋଧୀ ହିଂସା, ପୋଲିସ ଗାଡ଼ି ଜାଳି ଦେଲେ ବିକ୍ଷୋଭକାରୀ।

୨୦-ପଳାତକ ମେହୁଲ ଚୋକସି ବେଲଜିୟମରେ ଗିରଫ,ପ୍ରତ୍ଯର୍ପଣ ପାଇଁ ଭାରତ ପକ୍ଷରୁ ଆବେଦନ।

୨୧-ମିଆଁମାରରେ ପୁଣି ୪.୫ ତୀବ୍ରତାର ଭୂମିକମ୍ପ।ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*