- ବିଭିନ୍ନ ଜିଲ୍ଲାରେ ଆଜିଠାରୁ କାଳବୈଶାଖୀ ବର୍ଷା ସମ୍ଭାବନା। ଗରମରୁ ସାମୟିକ ତ୍ରାହି
- ଭୁବନେଶ୍ୱରରେ କେନ୍ଦ୍ରୀୟ ଜିଏସଟି ପକ୍ଷରୁ ନିଯୁକ୍ତି ପତ୍ର ପ୍ରଦାନ। ଛୋଟ ବ୍ୟବସାୟୀଙ୍କ ଯମ ସାଜିବେ ଶହ ଶହ କର୍ମଚାରୀ
- ଯୁକ୍ତ ଦୁଇ ଖାତାଦେଖା ଏପ୍ରିଲ ୩୦ ତାରିଖରେ ଶେଷହେବ, ମେ’ ୧୫ ରୁ ୨୦ ତାରିଖ ମଧ୍ୟରେ ପରୀକ୍ଷା ଫଳ
- ପୁରୀ ଶ୍ରୀମନ୍ଦିର ଦଇତାପତି ଓ ଅନ୍ୟ ସେବାୟତ କଟକଣା ନ ମାନି ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କଲେ।
- ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି ପ୍ରହସନ। ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ନେଲେ ନିଷ୍ପତ୍ତି
- ଗହୀରମଥାରେ ୩ ଦିନ ମଧ୍ୟରେ ସମୁଦ୍ରକୁ ଫେରିଲେ ଏକ କୋଟି ୮୫ ଲକ୍ଷରୁ ଅଧିକ କଇଁଛ ଛୁଆ।
- ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପୁଲିସ୍ ଛାଉଣୀ, ଧାରଣା ଜାରି।
- ଯାତ୍ରା କଳାକାର- ପରିଚାଳକ ବିବାଦରେ ପୁଣି ବାପିଙ୍କୁ ଟାର୍ଗେଟ କଲେ ଜଗତ ଜୀବନ ପଣ୍ଡା।
- କଟକ ସାଲେପୁରର ନାଳିଆମୁହଁ ଛକ ନିକଟରେ ଦୁଇ କାର ମୁହାଁ ମୁହିଁ ଧକ୍କା, ଜଣେ ମୃତ।
- ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଚାରିବର୍ଷର ଶିଶୁକନ୍ୟାକୁ ନିର୍ଯ୍ୟାତନା ପରେ ହତ୍ୟା। ମା’ ସହ ଯାତ୍ରା ଦେଖିବାକୁ ଆସିଥିଲା।
- କଳାହାଣ୍ଡି କୋକସରା ବ୍ଲକରେ ଗଛରେ ଝୁଲି ଆତ୍ମହତ୍ୟା କଲେ ଯୁବକ ଯୁବତୀ
- ସମ୍ବଲପୁର ଚେରୁଆପଡ଼ାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା, କାରଣ ଖୋଜୁଛି ପୁଲିସ।
- ବଲାଙ୍ଗୀରରେ ଥିବା ପାକିସ୍ତାନୀ ମହିଳା କହିଲେ, ପରିବାର ଛାଡ଼ି ପାକିସ୍ତାନ ଯିବିନି
- ବ୍ରହ୍ମପୁର ନିମଖଣ୍ଡିରେ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକେ ଜାଳିଦେଲେ ବାଇକ
- ଯାଜପୁରରେ ଦ୍ଵିତୀୟ ବିବାହ ପାଇଁ ପୁଅକୁ ହତ୍ୟା। ବାପା ସମେତ ୫ ପରିବାର ସଦସ୍ୟ ଗିରଫ
- ବୌଦ୍ଧ ମନମୁଣ୍ଡାରେ ମାଓ ବିରୋଧୀ ତଲାସୀ ଅଭିଯାନ। ୩୬ ଡିନୋନେଟର, ୩୩ ଜିଲୋଟିନ ଜବତ।
- ସୁନ୍ଦରଗଡ ଝାଡ଼ଖଣ୍ଡ ସୀମାରେ ଗଛକୁ ପିଟିବା ପରେ ସ୍କର୍ପିଓ ଓଲଟି ନବବଧୁ ସହ ତିନିଜଣଙ୍କ ମୃତ୍ୟୁ
- ଗୁଜୁରାଟରେ ହଜାରେରୁ ଅଧିକ ବାଙ୍ଗଲାଦେଶୀ ଅଟକ। ଓଡ଼ିଶାରେ ସବୁ ମୁକୁଳା
- ଏ.ଆର. ରହମାନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଦଣ୍ଡ, ଗୀତ ଚୋରି ପାଇଁ ଲାଗିଲା ୨ କୋଟି ଟଙ୍କାର ଜୋରିମାନା
- କଲିକତା କ୍ରିକେଟ ଆଇପିଏଲରେ ଖେଳ ମଝିରେ ବର୍ଷା, ମ୍ୟାଚ୍ ବାତିଲ।
- କାଶ୍ମୀରରେ ୧୪ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ଜାରି।ହିଜବୁଲ ମୁଜାହିଦ୍ଦିନ, ଏଲଇଟି, ଜେଇଏମ୍ ପାଇଁ କାର୍ଯ୍ୟ କରୁଥିଲେ।
- ରିଜର୍ଭ ବ୍ୟାଙ୍କ କିଣିଲା ୫୭ ଟନ୍ ସୁନା। ଭଣ୍ଡାରରେ ଅଛି ୮୭୯ ଟନ୍
- ଚାନେଲ ଦ୍ୱାରା ଆତଙ୍କୀ ବିରୋଧୀ ଅଭିଯାନ ଖବର ପ୍ରସାରଣ ଉପରେ କଟକଣା ଜାରି
- ଇରାନର ବନ୍ଦର ଆବାସ ସହରରେ ବଡ଼ ବିସ୍ଫୋରଣ, ୪୦୦ ରୁ ଅଧିକ ଲୋକ ଆହତ
=======================
ଆଜି ବିଶ୍ୱ ଡିଜାଇନ ଦିବସ
ଆଜି ଜନ୍ମଦିନ: ମମତାଜ ମହଲ, ଜୋହରା ସେହେଗାଲ, ପ୍ରସନ୍ନ ପାଟଶାଣୀ
ଆଜି ତିରୋଧାନ: ଫିରୋଜ ଖାନ, ବିନୋଦ ଖାନ୍ନା
ଇତିହାସରେ ଆଜି ଦିନ: (୧୫୨୭) ବାବର ଦିଲ୍ଲୀର ସମ୍ରାଟ ଘୋଷିତ/ (୧୭୦୫) ଭଗୀଙ୍ଗରା ଦୁର୍ଗ ଅକ୍ତିଆର କଲା ଆଉରଙ୍ଗଜେବ/ (୧୯୬୧) ଗାମା ବିକିରଣ ଜାଣିବା ପାଇଁ ଏକ୍ସପ୍ଲରର ୧୧ କୁ ପଠାଇଲା ନାସା/ (୧୯୮୬) ପ୍ରଣବ ମୁଖାର୍ଜୀ କଂଗ୍ରେସରୁ ବହିଷ୍କୃତ/ (୧୯୯୭) ଲାଲୁ ଜାଦବଙ୍କ ୬୦୦ କୋଟି ଦୁର୍ନୀତି ପଛରେ ପଡିଲା ସିବିଆଇ/ (୧୯୯୪) ଦକ୍ଷିଣ ଆଫ୍ରିକାରେ ପ୍ରଥମ ଗଣତାନ୍ତ୍ରିକ ନିର୍ବାଚନ ଅନୁଷ୍ଠିତ
=======================
ଗଛ ବଞ୍ଚାନ୍ତୁ, କାଗଜ ବଞ୍ଚାନ୍ତୁ। କେବଳ ମୋବାଇଲ ଓ ଟିଭିରେ ଖବର ଦେଖନ୍ତୁ
ବନ୍ଦେ ଉତ୍କଳ ଜନନୀ