BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

II ଆଜିର ଖବର II ୨୬ ଅପ୍ରେଲ ୨୦୨୫ II ଶନିବାର II

  1. ଆସନ୍ତା ୨୭ ତାରିଖରୁ ରାଜ୍ୟରେ ତାପମାତ୍ରା କମିବ। ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବ
  2. ମେ’ ପହିଲାରୁ ୨୦ ଜିଲ୍ଲାରେ ଧାନକିଣା, ୧୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ।୨୦୦ ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହେବେ।
  3. ଆରଟିଇ ନାମଲେଖା, ଲଟେରୀ ମାଧ୍ୟମରେ ୨୧,୮୪୩ ଛାତ୍ରଛାତ୍ରୀ ଜୁନ୍ ୧୦ ଯାଏଁ ଘରୋଇ ବିଦ୍ୟାଳୟରେ ମାଗଣା ନାମ ଲେଖାଇବେ
  4. ମନ୍ତ୍ରୀ ପୂଜାରୀ କହିଲେ, ବିଭିନ୍ନ ଭିସାରେ ଓଡ଼ିଶାରେ ରହୁଥିବା ପାକିସ୍ତାନୀଙ୍କୁ ବିଦା କରାଯିବ।
  5. ଓଡ଼ିଶା ଛାଡ଼ିବାକୁ ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ନୋଟିସ୍‌। ଚାପରେ ପଡି ବାଙ୍ଗଲାଦେଶୀ ଅନୁପ୍ରବେଶ କାରୀଙ୍କ ପାଇଁ ସରକାର କୋହଳ
  6. ଆସନ୍ତା ମାସରେ ଆଉ ଲକ୍ଷେ ଘର ଲୋକଙ୍କୁ ବାଣ୍ଟିବେ ରାଜ୍ୟ ସରକାର
  7. ମୟୁରଭଞ୍ଜ ଶିମିଳିପାଳରେ ବର୍ଷକ ଭିତରେ ୩୫ରୁ ୪୦କୁ ବଢ଼ିଲା ମହାବଳ ବାଘ ସଂଖ୍ୟା।
  8. ପୁରୀ ଶ୍ରୀମନ୍ଦିର ସୁରକ୍ଷା କଡ଼ାକଡ଼ି, ଚାରିଦ୍ୱାରରେ ଫ୍ରିସ୍କିଂ ଜାରି, ୧୨ ପ୍ଲାଟୁନ ଫୋର୍ସ ଆଲର୍ଟ। ଦରାଇଛି ପହଲଗାମ ଆକ୍ରମଣ
  9. ନବନିଯୁକ୍ତ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଓ ୩ଜଣ ସୂଚନା ଆୟୁକ୍ତ ଶପଥ ଗ୍ରହଣ କଲେ ।
  10. ବିଭିନ୍ନ ରାଜସ୍ୱ ପ୍ରମାଣପତ୍ର ଏଥର ଆପ ରୁ ଡାଉନଲୋଡ଼ କରିହେବ। ଆସିବ ରାଜସ୍ୱ ସେବା ଆପ।
  11. ମୁମ୍ବାଇରେ ମୁଖ୍ୟମନ୍ତ୍ରୀ: ଇସ୍ପାତ ନିବେଶକଙ୍କୁ ଡାକିଲେ, ରୁଷ ପ୍ରତିନିଧିଙ୍କ ସହ ଆଲୋଚନା
  12. ରାଜ୍ୟରେ ଗଠନ ହେଲା ୪୬ଟି ସିଭିଲ ଜଜ୍ କୋର୍ଟ (ଜୁନିଅର ଡିଭିଜନ)।
  13. କଟକ ଜେଏମଏଫସି କୋର୍ଟଙ୍କ ରାୟ, ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ମିଳିବନି ଭରଣପୋଷଣ
  14. ମାଲକାନଗିରି ମୋଟୁରୁ ୪୭୩ ଜୀବନ୍ତ କଇଁଛ ଉଦ୍ଧାର, ଦୁଇ ମାଫିଆ ଫେରାର
  15. ସୁନ୍ଦରଗଡରେ ଦୁଇ ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଦୁଇ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ।
  16. ଝାରସୁଗୁଡା ନବ ଦାସ ହତ୍ୟା ମାମଲା, ଗୋପାଳର ବଡ଼ଭାଇ ସହ ପୁତୁରାକୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ।
  17. ବଲାଙ୍ଗୀରରେ କାଳବୈଶାଖୀ ବେଳେ ଚଳନ୍ତା ଅଟୋରେ ଗଛ ପଡ଼ି ୨ ମୃତ।
  18. କଟକ ଚୌଦ୍ଵାରରେ ମହିଳାଙ୍କୁ ଛୁରା ମାରି ସୁନା ଲୁଟ ଘଟଣାରେ ଦୁଇ ଜଣକୁ ଗିରଫ
  19. ରାଉରକେଲାରେ ଢ଼ାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ପୋଲିସ ଗୁଳିରେ ୨ ଅପରାଧୀ ଆହତ।
  20. ସମ୍ବଲପୁର ମଣପୁରମ୍‌ ଲୁଟ୍ ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି, ୧୪ ମାରଣାସ୍ତ୍ର ଜବତ।
  21. ଗଞ୍ଜାମ ଖଲିକୋଟରେ କୁକୁର କାମୁଡ଼ାକୁ ନେଇ ଗଣ୍ଡଗୋଳ, ଦୁଇ ପରିବାରର ୪ ଆହତ ହସ୍‌ପିଟାଲରେ ଭର୍ତ୍ତି
  22. ଝାରସୁଗୁଡା ବିଜାପାଲି ଗୁଣି ଗାରେଡ଼ିକୁ ନେଇ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  23. କ୍ରିକେଟ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍ ର ସପ୍ତମ ପରାଜୟ,ପ୍ଲେ ଅଫ୍ ଆଶା କ୍ଷୀଣ।
  24. କାଶ୍ମୀରରରେ ସର୍ଚ୍ଚ ଅପରେସନ, ଘରକୁ ଘର ଏବଂ ଗଳିକୁ ଗଳି ବୁଲି ଚାଲିଛି ତଲାସୀ ଅଭିଯାନ।
  25. ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ ଡ. କେ. କନ୍ତୁରୀରଙ୍ଗନଙ୍କ ୮୪ ବର୍ଷରେ ପରଲୋକ।
  26. ରିଲାଏନ୍ସର ଲାଭ ଗତତିନି ମାସରେ ୧୯,୪୦୭ କୋଟି ଟଙ୍କା
  27. ପହଲଗାଓଁ ଆକ୍ରମଣକାରୀ ଆତଙ୍କୀଙ୍କୁ ଧରିବାରେ ଭାରତକୁ ସହଯୋଗ କରିବ ଆମେରିକା।
  28. ରୁଷରେ ଆତଙ୍କବାଦୀ ଆକ୍ରମଣ, ଲେଫ୍ଟନାଣ୍ଟ ଜେନେରାଲ ୟାରୋସ୍ଲାଭ ମୋସକାଲିକଙ୍କୁ ହତ୍ୟା
  29. ପାକ୍‌ ସେନା କବ୍‌ଜାରେ ବିଏସ୍‌ଏଫ୍‌ ଯବାନ ପିକେ ସିହ୍ନା। ଭୁଲ୍‌ରେ ପଂଜାବ ସୀମା ଅତିକ୍ରମ କରିଥିଲେ
    =======================
    ଆଜି ବୌଦ୍ଧିକ ସମ୍ପଦା ଦିବସ (ଇଣ୍ଟେଲେକ୍ଛୁଆଲ ପ୍ରୋପର୍ଟି)

ଆଜି ଜନ୍ମଦିନ: ମେଲାନିଆ ଟ୍ରମ୍ପ, ମୌସୁମୀ ଚାଟାର୍ଜୀ, କୃଷ୍ଣଚନ୍ଦ୍ର ଗଜପତି, ରାଜ ରାଜ ସିଂହଦେଓ (ନେତା, ବଲାଙ୍ଗୀର), ଜଗନ୍ନାଥ ଦାସ (କବି, ପୁରୀ) କ୍ଷୀରୋଦ ମଲ୍ଲିକ (ଏନଜିଓ)

ଆଜି ତିରୋଧାନ: ଶ୍ରୀନିବାସ ରାମାନୁଜନ

ଇତିହାସରେ ଆଜି ଦିନ: (୧୫୧୪) ଶନି ଗ୍ରହ ଉପରେ ଅଧ୍ୟୟନ ଆରମ୍ଭ କଲେ କୋପରନିକସ/ (୧୯୬୬) ଭୁକମ୍ପରେ ତାସକେଣ୍ଟ ବିଧ୍ୱସ୍ତ/ (୧୯୧୦) ଦକ୍ଷିଣ ଆଫ୍ରିକା ୟୁନିଅନ ଗଠିତ/ (୨୦୧୧) ଜାପାନ ଭୂକମ୍ପ ଓ ସୁନାମୀରେ ଫୁକୁସୀମା ଆଣବିକ କେନ୍ଦ୍ର କ୍ଷତିଗ୍ରସ୍ତ, ଲୋକେ ହେଲେ ବିସ୍ଥାପିତ
=======================
*ଗଛ ବଞ୍ଚାନ୍ତୁ। କାଗଜ ବ୍ୟବହାର ନକରି ମୋବାଇଲ ଓ ଟିଭିରେ ଖବର ଦେଖନ୍ତୁ*

*ବନ୍ଦେ ଉତ୍କଳ ଜନନୀ*