BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

II ଆଜିର ଖବର II ତାରିଖ:୧୮/୦୪/ ୨୦୨୫ II ଶୁକ୍ରବାର II

୧-ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ କୋରାପୁଟକୁ ମିଳିବ ପିଏମ ଆୱାର୍ଡ଼ ସମ୍ମାନ।

୨-କୋଣାର୍କ:ଆଜି ବିଶ୍ବ ଐତିହ୍ୟ ଦିବସ, ସୂର୍ଯ୍ୟ ମନ୍ଦିରକୁ ନିଃଶୁଳ୍କ ପ୍ରବେଶ।

୩-ଭୁବନେଶ୍ୱର: ଜୟଦେବ ଭବନରେ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ପାଳିତ।

୪-ଭୁବନେଶ୍ୱର:ଆଇନ ବିଭାଗ ଅଧୀନକୁ ଆସିବ ରାଜ୍ୟ ଆଇନ୍ ସେବା କ୍ୟାଡ଼ର।

୫-ଓଡ଼ିଶାକୁ ୪ ହଜାର କୋଟିର ପ୍ରକଳ୍ପ ଭେଟି: ଏକାଧିକ ପ୍ରକଳ୍ପର ହେଲା ଉଦଘାଟନ ଓ ଶିଳାନ୍ୟାସ।

୬-କଟକରେ ପୋଲିସର ଡବଲ ଏନକାଉଣ୍ଟର, ଚୌଦ୍ବାର ଇନ୍ଦ୍ରାଣୀପାଟଣାରେ ଦୁଇ କୁଖ୍ୟାତ ଅପରାଧୀଙ୍କୁ ଗୁଳି।

୭-୨ ହଜାର ନୂତନ ଟ୍ରାଫିକ୍‌ ପଦବୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।

୮-ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ଦରମା ବୃଦ୍ଧି,ସର୍ବନିମ୍ନ ମାସିକ ପାରିଶ୍ରମିକ ୩୦ ହଜାରରୁ ୪୫ ହଜାର ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

୯-ରାଜ୍ୟରେ ୨୦ ତାରିଖରୁ ତାତି ବଢ଼ିବା ସମ୍ଭାବନା, ୩ ଦିନ ପରେ ବର୍ଷା ପ୍ରଭାବ କମିବ।

୧୦-ଢେଙ୍କାନାଳ:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ଗିରଫ, ୨୨ଟି ଦାମୀ ପ୍ଲଟ ଜବତ।

୧୧-କଥାଶିଳ୍ପୀ ତରୁଣକାନ୍ତି ମିଶ୍ର ପାଇବେ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’।

୧୨-ସରକାରୀ ଅଫିସର ନେବେ ଏଆଇ ଟ୍ରେନିଂ; ୩ ମାସ ଭିତରେ ଏଆଇ ଶିଖିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ।

୧୩-ଓଡ଼ିଶା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପରଲେସ୍, Neva ଆପ୍ଲିକେସନ କାର୍ଯ୍ୟକାରିତାକୁ ଅନୁଧ୍ୟାନ କଲେ ପ୍ରତିନିଧି ମଣ୍ଡଳୀ।

୧୪-ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ, ୧୯ରେ ବିଧିବଦ୍ଧ ଭାବେ ନାଁ ଘୋଷଣା।

୧୫-ଭଦ୍ରକରେ ରାଜନୈତିକ ବିବାଦରୁ ୨ ଗୋଷ୍ଠୀ ମୁହାଁମୁହିଁ, ଫୁଟିଲା ହାତ ବୋମା, ୭ ଗୁରୁତର।

୧୬-ଖୁବ୍ ଶୀଘ୍ର ଓଡ଼ିଆ ଭାଷାରେ ପ୍ରଚଳିତ ହୋଇପାରେ IGNOU ପାଠ୍ୟକ୍ରମ।

୧୭-ପାରାଦୀପ ବନ୍ଦରରୁ ରିଲିଜ୍ ହେବ ‘ଏମ୍‌ଭି ଟେଲେରି ଏମ୍’ ଜାହାଜ, ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

୧୮-ସୁଭଦ୍ରା ସର୍ଭେରେ ସାମିଲ ହେବେ କଲେଜ ଛାତ୍ରୀ, ଟଙ୍କା ଫେରାଇଥିବା ହିତାଧିକାରୀଙ୍କୁ ମିଳିବ “ସାବାସ୍ ସୁଭଦ୍ରା” ପୁରସ୍କାର।

୧୯-IPL:ବଲ୍ ଓ ବ୍ୟାଟ୍‌ରେ ଓ୍ଵିଲ୍ ଜ୍ୟାକ୍ସଙ୍କ କମାଲ୍, ହାଇଦ୍ରାବାଦକୁ ୪ ଓ୍ଵିକେଟ୍‌ରେ ହରାଇଲା ମୁମ୍ବାଇ।

୨୦-ଅମରନାଥ ଯାତ୍ରା ନିମନ୍ତେ ପଞ୍ଜିକରଣ ଆରମ୍ଭ, ପ୍ରଥମ ଦିନରେ ଭାଙ୍ଗିଲା ରେକର୍ଡ,୪,୨୦୦ରୁ ଅଧିକ ତୀର୍ଥ ଯାତ୍ରୀ କଲେ ପଞ୍ଜିକରଣ।

୨୧-ଉତ୍ତର ପ୍ରଦେଶ, ମିରଟ:ପ୍ରେମିକ ସହ ମିଶି ସ୍ବାମୀକୁ ତଣ୍ଟି ଚିପି ହତ୍ୟା କଲା ପତ୍ନୀ,ଉଭୟ ମହିଳା ଓ ତାଙ୍କ ପ୍ରେମିକ ଗିରଫ।

୨୨-ଆହ୍ଲାହାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; କହିଲେ ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କଲେ ମିଳିବନି ପୋଲିସ ସୁରକ୍ଷା।

୨୩-ଓ୍ଵକଫ ବୋର୍ଡରେ ହେବନି ନିଯୁକ୍ତି, ସଂପତ୍ତି ପରିବର୍ତ୍ତନ ଉପରେ ବି ରୋକ୍, SCଙ୍କୁ ୭ ଦିନ ସମୟ ମାଗିଲେ କେନ୍ଦ୍ର ସରକାର।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏