- ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ସମ୍ଭାବନା, ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
- ଚଳିତ ଶିକ୍ଷାବର୍ଷର କ୍ୟାଲେଣ୍ଡର: ମେ ୬ରୁ ଜୁନ୍ ୧୭ ଯାଏଁ ରହିଛି ଖରାଛୁଟି। ଏଥର ମୋଟ୍ ୨୩୧ଟି କାର୍ଯ୍ୟଦିବସ ରହିଛି।
- ଆସନ୍ତା ୧୬ ତାରିଖରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ପାଠ ପଢା ଆରମ୍ଭ ହେବ।
- ରାଜ୍ୟରେ ଶିଳ୍ପାୟନର ତଦାରଖ କରିବ ଟାସ୍କଫୋର୍ସ, ପ୍ରକଳ୍ପ ଅଗ୍ରଗତି ଉପରେ ନଜର ରଖିବ।
- ଦେଶର ମୋଟ ଖଣିଜ ସମ୍ପଦରୁ ଓଡ଼ିଶାରେ ୭୪% ବକ୍ସାଇଟ୍, ୫୫% ଲୁହାପଥର ଉତ୍ପାଦନ
- ଓଡ଼ିଶା ଉପକୂଳରେ ୨ ମାସ ପାଇଁ ମାଛ ଧରିବା ନିଷେଧ। ମତ୍ସ୍ୟଜୀବୀଙ୍କୁ କ୍ଷତିପୂରଣ ଦିଆଯିବ। ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପାଇଁ ପଦକ୍ଷେପ
- କେନ୍ଦୁଝର ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର, ଖୁବ ଶୀଘ୍ର କାମ ଆରମ୍ଭ ହେବ। କହିଲେ ମୁଖ୍ୟମନ୍ତ୍ରୀ ମାଝୀ
- ଘରୋଇ କମ୍ପାନୀ ସହ ଓସେପାର ଚୁକ୍ତି ଶେଷ, ଅନ୍ଧାରରେ ବୈଷୟିକ ଶିକ୍ଷାର୍ଥୀଙ୍କ ଭବିଷ୍ୟତ, ପାଠପଢ଼ାରୁ ୧,୭୨,୮୦୦ ହେବେ ବଞ୍ଚିତ।
- ମନରେଗାରେ ପଛୁଆ ନବରଙ୍ଗପୁର ଜିଲ୍ଲା। ୪ ବ୍ଲକ୍ରେ ୫୨% ଲକ୍ଷ୍ୟ ପୂରଣ
- କଂଗ୍ରେସର ଭକ୍ତ ଦାସଙ୍କ ଦାବୀ, ୭ ଦିନ ମଧ୍ୟରେ କ୍ଷମା ମାଗନ୍ତୁ ନବୀନ, ନହେଲେ ଆମେ ନବୀନ ନିବାସ ଘେରାଉ କରିବୁ
- ଖୋର୍ଦ୍ଧା ବୋଲଗଡ଼ ଥାନା ଅନ୍ତର୍ଗତ ଝଂଶିପାଟଣା ଗ୍ରାମରେ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
- ଗଜପତି ଜିଲ୍ଲା ଚନ୍ଦ୍ରଗିରି ଶିବ ମନ୍ଦିରରେ ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଆହତ।
- କଟକ ବିଡାନାସୀ ଥାନା ନୂଆ ସାହି ଅଞ୍ଚଳରେ ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର।
- ଅସୁରକ୍ଷିତ ଭୁବନେଶ୍ୱର, ଦୃଷ୍ଟିବାଧିତ ମା’ କୋଳରୁ ପୁଅ ଅପହୃତ ଘଟଣାରେ ଟେର ପାଉନି ପୁଲିସ
- କଟକ ଜିଲ୍ଲା ବାଙ୍କୀରେ ୪ ତାରିଖରେ ଗାଡ଼ି ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଘଟଣାରେ ଗଞ୍ଜାମରୁ ଗିରଫ ମୁଖ୍ୟ ଅଭିଯୁକ୍ତ।
- ରାଜ୍ୟରେ ବଢୁଛି ଚୋରା ବନ୍ଧୁକ କାରବାର, ଓଡ଼ିଶାରେ କାରଖାନା, ବିହାରୀ ମିସ୍ତ୍ରୀ।
- ଭଦ୍ରକ ପାଟୁଆ ଯାତ୍ରାରେ ଅଘଟଣ, ବିଦ୍ୟୁତ ଲାଗି ୨ ମୃତ ୧୦ ଗୁରୁତର।
- ରାଉରକେଲାରେ ବାପା ଅତ୍ୟାଚାରରେ ପୁଅ ଅତିଷ୍ଠ ହୋଇ ବାପାକୁ ମାରି ମାଆ ହତ୍ୟାର ପ୍ରତିଶୋଧ ନେଲା
- ବାଲେଶ୍ଵର ଜଳେଶ୍ୱରରେ ବାଇକ ରେସିଂ ବେଳେ ୨୦ଫୁଟ ତଳକୁ ଖସିଲା ବାଇକ, ଆରୋହୀ ମୃତ।
- ପାରାଦ୍ୱୀପ ଉପକୂଳରେ ମୃତ କଇଁଛକୁ ଝୁଣି ଖାଉଛନ୍ତି କାଉ ଓ କୁକୁର, ଉତ୍କଟ ଗନ୍ଧରେ ଫାଟୁଛି ପରିବେଶ
- କ୍ରିକେଟ ଆଇପିଏଲରେ ଲକ୍ଷ୍ନୌକୁ ହରାଇ ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ। ଆଜି ପଞ୍ଜାବ କିଙ୍ଗସ୍ -ନାଇଟ ରାଇଡର୍ସ ହେବ ମୁକାବିଲା।
- ହରିୟାଣା ହିସାରରୁ ଅଯୋଧ୍ୟାକୁ ଉଡ଼ିବ ବିମାନ। ନୂତନ ଟର୍ମିନାଲ ନିର୍ମାଣ ପାଇଁ ବ୍ୟୟ ଅଟକଳ ୪୧୦କୋଟି।
- ପଶ୍ଚିମବଙ୍ଗ ଶିଲିଗୁଡ଼ିକୁ ବ୍ୟାପିଲା ୱକଫ୍ ବିରୋଧୀ ହିଂସା, ପୋଲିସ ଗାଡ଼ି ଜାଳି ଦେଲେ ବିକ୍ଷୋଭକାରୀ।
- ପଳାତକ ମେହୁଲ ଚୋକସି ବେଲଜିୟମରେ ଗିରଫ, ପ୍ରତ୍ଯର୍ପଣ ପାଇଁ ଭାରତ ପକ୍ଷରୁ ଆବେଦନ।
- ମିଆଁମାରରେ ପୁଣି ୪.୫ ତୀବ୍ରତାର ଭୂମିକମ୍ପ।ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା।
- ଭାରତୀୟ ସେନାରେ ସୈନ୍ୟ ସଙ୍କଟ। ୧ ଲକ୍ଷରୁ ଅଧିକ ଯବାନଙ୍କ ଅଭାବ, ଅଳ୍ପ ସୈନିକରେ ସୀମା ସୁରକ୍ଷା
=======================
- ଆଜି ବିଶ୍ୱ କଳା ଦିବସ (Art)
- ଆଜି ପଇଲା ବୈଶାଖ, ବିଷୁ
- ଆଜି ହିମାଚଳ ଦିବସ
ଆଜି ଜନ୍ମଦିନ: ଗୁରୁ ନାନକ, ଗୁରୁ ଅର୍ଜନ ଦେବ, ଲିଓନାର୍ଡୋ ଦା ଭିନସି, ମନ୍ଦିରା ବେଦୀ, ମନୋଜ ପ୍ରଭାକର, ସୁଦର୍ଶନ ପଟ୍ଟନାୟକ (ବାଲୁକା ଶିଳ୍ପୀ)
ଇତିହାସରେ ଆଜି ଦିନ: (୧୯୧୨) ଟାଇଟାନିକ ଜାହାଜ ସମୁଦ୍ରରେ ବୁଡ଼ିଲା/ (୧୯୪୮) ହିମାଚଳ ପ୍ରଦେଶ ଗଠନ ହେଲା/ (୧୬୮୯) ସ୍ପେନ ଉପରେ ଫ୍ରାନସ ଆକ୍ରମଣ/ (୧୯୨୩) ଡାଇବେଟିସ ପାଇଁ ବଜାରରେ ଇନସୁଲିନ ମିଳିବା ଆରମ୍ଭ/ GATT ଚୁକ୍ତିନାମାରେ ୧୦୯ ଦେଶଙ୍କ ସହମତି/ (୨୦୧୨) ପାକିସ୍ତାନ ଜେଲରେ ଆକ୍ରମଣ, ୪୦୦ ଆତଙ୍କୀ ଫେରାର