BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜିର ଖବର : ତାରିଖ:୧୨/୦୪/୨୫, ଶନିବାର

୧-ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୨ ପ୍ରତିଶତ ବଢ଼ିଲା DA।ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି।

୨-ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଡର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା।

୩-ଭୁବନେଶ୍ୱର: ଚିହ୍ନଟ ହେବେ ବିଦ୍ୟାଳୟ ବାହାରେ ଥିବା ପିଲା, ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ।

୪-ଭୁବନେଶ୍ୱର: ବିଜେଡ଼ିରେ କୁହୁଳୁଛି କନ୍ଦଳ, ନବୀନଙ୍କ ତାଗିଦାକୁ ଡରୁନାହାନ୍ତି ବରିଷ୍ଠ।

୫-ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ, ୧୧୩୪ଟି ପଦ ପୂରଣ ପାଇଁ ପଦକ୍ଷେପ ଆରମ୍ଭ।

୬-ଅନ୍ତ୍ୟୋଦୟ ଗୃହ ଯୋଜନାରୁ କେହି ବଞ୍ଚିତ ହେବେନି, ଚଳିତବର୍ଷ ୧ ଲକ୍ଷ ୫୯ ହଜାର ଜଣଙ୍କୁ ମିଳିବ ଘର।

୭-ରାଜ୍ୟରେ ଆହୁରି ୭ ଦିନ ଯାଏ କାଳବୈଶାଖୀ ବର୍ଷା, ୧୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି।

୮-ରନ୍ଧନ ଗ୍ୟାସ, ତୈଳ ଦର ବୃଦ୍ଧିକୁ ବିରୋଧ,ମେ ୨୦ରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଧର୍ମଘଟ ଡାକରା।

୯-କଟକ:ଶିଶୁ ଭବନର ନୂଆ କୋଠା ଉଦ୍‌ଘାଟନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ୭ ମହଲା ବିଶିଷ୍ଟ କୋଠାରେ ରହିଛି ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା।

୧୦-ଦୀର୍ଘଦିନର ନିରବତା ପରେ ଅଶାନ୍ତ ପିପିଲି, ବିଳମ୍ବିତ ରାତିରେ ଫୁଟିଲା ବୋମା।ଜଣେ ଗୁରୁତର, ୩ ଆହତ

୧୧-ଭୁବନେଶ୍ୱର: ରାଜଧାନୀରେ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା, ପୁଲିସ ତଦନ୍ତ ଜାରି,୩ ସନ୍ଦିଗ୍ଧ ଅଟକ।

୧୨-ମାଲକାନଗିରି: ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ ଯନ୍ତ୍ରୀ। ନଗଦ ୫ଲକ୍ଷ ଟଙ୍କା ଜବତ।

୧୩-ରାଜ୍ୟ ସରକାରଙ୍କୁ ପାଣି ଚିନ୍ତା : ଆହୁରି ୨୧ ହଜାର ୩୦୦ ନଳକୂପ ଖୋଳିବାକୁ ସରକାରଙ୍କ ଅନୁମୋଦନ।

୧୪-କୋରାପୁଟ:ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଦେଓମାଳିରେ କଟକଣା, ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ପଦକ୍ଷେପ।

୧୫-ଭୁବନେଶ୍ୱର:ଯାତ୍ରା ପାର୍ଟି ବିବାଦ, ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲେ ପୀୟୁଷ ତ୍ରିପାଠୀ।

୧୬-ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର; ପ୍ରଥମଥର ପାଇଁ ୯୫ ହଜାର କଲା ପାର୍।

୧୭-IPL:ଚେନ୍ନାଇର ଆତ୍ମସମର୍ପଣ, କଲିକତାର ହେଲା ତୃତୀୟ ବିଜୟ।

୧୮-୧୮ଦିନିଆ ରିମାଣ୍ଡରେ ତହବୁର ରାଣାଠୁ ସତ ଉଗାରିବ ଏନଆଇଏ, କେଉଁଠି,କେମିତି କରୁଥିଲା ଆତଙ୍କୀ ଗତିବିଧି।

୧୯-ସ୍ୱାମୀଙ୍କୁ ଛାଡପତ୍ର ଦେବେ ବକ୍ସିଂ କିମ୍ବଦନ୍ତୀ ଏମସି ମେରିକମ।

୨୦-ଚେନ୍ନାଇ:ବିଜେପି ଓ AIADMK ମଧ୍ୟରେ ମେଣ୍ଟ, ପଲାନିସ୍ୱାମୀଙ୍କ ନେତୃତ୍ୱରେ ଲଢାଯିବ ନିର୍ବାଚନ; ଶାହଙ୍କ ଘୋଷଣା।

୨୧-ଦିଲ୍ଲୀରେ ବଦଳିଲା ପାଗ, ଧୁଳିଝଡ଼ ଯୋଗୁ ୧୫ରୁ ଅଧିକ ଫ୍ଲାଇଟ୍ ଡାଇଭର୍ଟ, ୧ମୃତ, ୨ ଆହତ।

୨୨- ଯୁଦ୍ଧ ପାଇଁ ୟୁକ୍ରେନକୁ ବିଲିୟନ ଡଲାର ସହାୟତା ଦେବେ ୟୁରୋପୀୟ ଦେଶ, ଯୁଦ୍ଧ ରୋକିବାକୁ ପୁଟିନଙ୍କୁ ଭେଟିବା ପାଇଁ ପହଞ୍ଚିଲେ ଟ୍ରମ୍ପଙ୍କ ଦୂତ।