BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

II ଆଜିର ଖବର II ତାରିଖ:୦୨/୦୫/୨୫ II ଶୁକ୍ରବାର II

୧-ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ।ସନ୍ଧ୍ୟା ୬ଟା ପରେ ଏହା ମାଧ୍ୟମିକ ଶିକ୍ଷାପରିଷଦର ଓ୍ୱେବସାଇଟ୍‌ରେ ଉପଲବ୍ଧ ହେବ।

୨-ଭୁବନେଶ୍ଵରରୁ ଆରମ୍ଭ ହେଉଥିବା ମେଟ୍ରୋ​ ରେଳ ପ୍ରକଳ୍ପ କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ।

୩-ଦୀଘା ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ, ପୁରୀରେ ସେବାୟତଙ୍କ ତୀବ୍ର ବିରୋଧ।

୪-ଆନ୍ତର୍ଜାତିକ ଶ୍ରମିକ ଦିବସରେ ପଞ୍ଜିକୃତ ହେଲେ ୩ ହଜାର ନୂଆ ନିର୍ମାଣ ଶ୍ରମିକ, ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ୍ ଆପ୍‌ର ହେଲା ଶୁଭାରମ୍ଭ।

୫-ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ଦ୍ୱାରା ଡକାୟତି ଗ୍ୟାଙ୍ଗ ଠାବ,୯ ଜଣ ଲୁଟେରା ହେଲେ କୋର୍ଟ ଚାଲାଣ।

୬- ଗଞ୍ଜାମ ଗୋପାଳପୁର ଥାନା ଅନ୍ତର୍ଗତ କରାପାଲ୍ଲୀ ଗ୍ରାମ:ଘରେ କେହି ନ ଥିବାବେଳେ ନାବାଳିକାଙ୍କୁ ନିର୍ମମ ହତ୍ୟା; ପୋଲିସର ତଦନ୍ତ ଜାରି।

୭-ଲମତାପୁଟ:ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ପ୍ରଧାନ ଶିକ୍ଷୟତ୍ରୀ ଏବଂ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ପ୍ରତିବାଦ।

୮-ସରକାରଙ୍କ ବଡ଼ ନିଷ୍ପତ୍ତି; ପାରାଦୀପରେ ନୂଆ ବିମାନବନ୍ଦର, ୧୫ ଜିଲ୍ଲାରେ ନିର୍ମାଣ ହେବ ହେଲିପୋର୍ଟ।

୯-ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ବୀରମହାରାଜାପୁର ସହକାରୀ ମତ୍ସ୍ୟ ଅଧିକାରୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ନେଉଥିଲେ ଲାଞ୍ଚ।

୧୦-ପହଲଗାମ ଆକ୍ରମଣ ପରେ ଓଡ଼ିଶାରେ ହାଇଆଲର୍ଟ ଜାରି: କମିଶନରେଟ୍ ପୋଲିସ ପକ୍ଷରୁ ଜୋରଦାର ଚେକିଂ, ବ୍ଲକିଂ ।

୧୧-ଚାନ୍ଦବାଲି,ବାଂଶଡା ପଞ୍ଚାୟତ ଚେଡାକ ଗାଁ:ବରଯାତ୍ରୀ ଶୋଭାଯାତ୍ରାରେ ନାଗ ସାପ ନାଚ, ଖୁଲମ୍ ଖୁଲା ନାଗ ସାପକୁ ଧରି ନାଚିଲେ

୧୨-ବରଗଡ଼,ବାଘ ପାଲି ଗାଁ:ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହେଲା ୨ ଜଣକ ମୃତେଦହ, ହତ୍ୟା ସନ୍ଦେହ।

୧୩-ଭୁବନେଶ୍ୱର:କଳାକାରଙ୍କ ପରେ ଯାତ୍ରା ଶ୍ରମିକଙ୍କ ଦାବି, ଦରମା ବୃଦ୍ଧି ନ କଲେ ଯାତ୍ରା ନକରିବାକୁ ଚେତାବନୀ।

୧୪-ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କ ପରଲୋକ।ପୂଜା କରିବା ସମୟରେ ନିଆଁ ଲାଗିଯିବାରୁ ତାଙ୍କର ଶରୀରର ପ୍ରାୟ ୯୦ ପ୍ରତିଶତ ଜଳିଯାଇଥିଲା।

୧୫-ଶହେ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ; ରାଜସ୍ଥାନ ରୟାଲ୍ସ ପ୍ଲେ-ଅଫ୍‌ରୁ ବାହାର।

୧୬-ଗୁଜରାଟ, ଖେଡ଼ା ଜିଲା:ମେଶୋ ନଦୀରେ ଗାଧୋଇବା ସମୟରେ ବୁଡ଼ିଯାଇ ୬ ଭାଇଭଉଣୀଙ୍କ ମୃତ୍ୟୁ।

୧୭-ପହଲଗାମ ଆତଙ୍କୀ ଆକ୍ରମଣ ଉପରେ ଶୁଣାଣି କରିବେନି ସୁପ୍ରିମକୋର୍ଟ; ସମ୍ବେଦନଶୀଳ ପ୍ରସଙ୍ଗରେ ଦେଶ ପ୍ରତି ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ।

୧୮-ଯୁଦ୍ଧ ଭୟରେ ଥରହର ପାକିସ୍ତାନ, ପିଓକେରେ ୧୦୦୦ରୁ ଅଧିକ ମଦରସାକୁ କଲା ବନ୍ଦ।

୧୯-ନିୟନ୍ତ୍ରଣ ରେଖାରେ ଯୁଦ୍ଧ ସ୍ଥିତି; ସୀମାରେ ଚୀନ୍ ନିର୍ମିତ ହାଓ୍ଵିଟଜର ମୁତୟନ କଲା ପାକିସ୍ତାନ

୨୦-ବିଶ୍ୱର ବୟୋଜ୍ୟେଷ୍ଠ ମହିଳାଙ୍କ ପରଲୋକ, ୧୧୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ବ୍ରାଜିଲ ନନ୍।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*