BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜିର ରାଶିଫଳ

ମେଷ

ଆଜି କେତେକ ସମସ୍ୟା କାରଣରୁ ଆପଣ ସବୁ କ୍ଷେତ୍ରରେ ନିଜକୁ ଖାପଖୁଆଇ ଚଳାଇବାରେ ଅସୁବିଧା ଅନୁଭବ କରିବେ। ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ, କିନ୍ତୁ କୌଣସି ବଡ଼ ବିପଦ ନାହିଁ। ବନ୍ଧୁଙ୍କ ସାହାଯ୍ୟରେ ଅଟକି ରହିଥିବା ସାମାଜିକ ଓ ପ୍ରଶାସନିକ କାମଗୁଡ଼ିକ ପୁଣି ଗତିଶୀଳ ହେବ।

ବୃଷ

କର୍ମକ୍ଷେତ୍ରର ସମସ୍ୟା ଦୂର କରିବା ପାଇଁ ଆପଣ ଚେଷ୍ଟା କରିବେ ଏବଂ ଗଠନମୂଳକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ଅଫିସ୍ କାମର ଚାପ ଯୋଗୁଁ ମାନସିକ ଚିନ୍ତା ରହିବ। ପାରିବାରିକ କଳହ ବା ଅନ୍ତର୍ଦ୍ୱନ୍ଦ୍ୱ ଯୋଗୁଁ ମନ ଅଶାନ୍ତ ରହିପାରେ।

ମିଥୁନ

ଆଜି ଆତ୍ମୀୟ ସ୍ୱଜନଙ୍କ ସହଯୋଗ ମିଳିବ। ଦୀର୍ଘ ଦିନରୁ ଅଧୁରା ଥିବା କାମଟି ଅପରାହ୍ନ ପରେ ସୁବିଧାରେ ସମ୍ପନ୍ନ ହୋଇଯିବ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ପ୍ରଶଂସିତ ହେବେ, କିନ୍ତୁ ଅଫିସର କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅସମାପ୍ତ ରହିଯାଇପାରେ।

କର୍କଟ

ଆଜି ଦିନଟି ଆପଣଙ୍କ ପାଇଁ ଶୁଭ। ଯୋଜନା ଅନୁଯାୟୀ ସବୁ କାମ ସହଜରେ ହୋଇଯିବ। ବ୍ୟବସାୟ ଓ ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ମଧୁର କଥା କହି ଆପଣ ପରିସ୍ଥିତିକୁ ନିଜ ସପକ୍ଷରେ ଆଣିପାରିବେ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।

ସିଂହ

ପାରିବାରିକ ସମସ୍ୟାକୁ ନେଇ କିଛି ଗମ୍ଭୀର ଆଲୋଚନା ହୋଇପାରେ। ବ୍ୟବସାୟ ଓ ପ୍ରଶାସନିକ କ୍ଷେତ୍ର ପାଇଁ ଦିନଟି ଅନୁକୂଳ। କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା ଯୋଗୁଁ ଉପରିସ୍ଥ ଅଧିକାରୀଙ୍କ କ୍ରୋଧର ଶିକାର ହୋଇପାରନ୍ତି। ସନ୍ତାନମାନଙ୍କ ଶିକ୍ଷାକୁ ନେଇ କିଛି ଚିନ୍ତା ଲାଗିରହିବ।

କନ୍ୟା

ବିପଦ ସମୟରେ ବନ୍ଧୁଙ୍କଠାରୁ ସାହାଯ୍ୟ ଆଶା କଲେ ନିରାଶ ହୋଇପାରନ୍ତି। ତଥାପି, ନିଜ ଚେଷ୍ଟାରେ ବହୁ ଦିନରୁ ଯୋଜନା କରିଥିବା କାମଟି ଆଜି ସଫଳତାର ସହ ଆରମ୍ଭ କରିବେ। ସାଙ୍ଗମାନଙ୍କ ସହ ଭ୍ରମଣର ଯୋଗ ରହିଛି ଏବଂ ପ୍ରଶାସନିକ କ୍ଷେତ୍ରରେ ଶୁଭଫଳ ମିଳିବ।


ତୁଳା

ଆପଣଙ୍କ ନିରନ୍ତର ପରିଶ୍ରମ ଯୋଗୁଁ ଆଜି ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। ରାଜନୀତି, କଳା ଓ ସାମ୍ବାଦିକତା କ୍ଷେତ୍ରରେ ସଫଳତା ମିଳିବ। କୌଣସି ବିବାଦୀୟ ପରିସ୍ଥିତିରେ ଚୁପ୍ ରହିବା ହିଁ ଆପଣଙ୍କ ପାଇଁ ଶ୍ରେୟସ୍କର ହେବ।

ବିଛା

ମନରେ ଅଯଥା ଭୟ ଓ ଅସ୍ଥିରତା ଅନୁଭବ କରିପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଯାତ୍ରା ସ୍ଥଗିତ ରଖିବାକୁ ପଡ଼ିପାରେ। ପ୍ରତିଶ୍ରୁତି ମୁତାବକ ସାହାଯ୍ୟ ନ ମିଳିବାରୁ ମନ ଦୁଃଖ ହେବ। ପଡ଼ୋଶୀଙ୍କ ସହ ସାମାନ୍ୟ କଥାରେ ଯୁକ୍ତିତର୍କ ହୋଇପାରେ।

ଧନୁ

ପରିବାରରେ ମତଭେଦ ଥିଲେ ମଧ୍ୟ ସଂଯମତା ରକ୍ଷା କଲେ ସବୁ ଠିକ୍ ହୋଇଯିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ। କୌଣସି ବି କାମ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ, ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ମକର

ଶନିଙ୍କ ପ୍ରଭାବ ଯୋଗୁଁ କାର୍ଯ୍ୟରେ ବିଳମ୍ବ ଘଟିପାରେ। ପିଲାଙ୍କ ସ୍ୱାସ୍ଥ୍ୟ ଓ ପୁରୁଣା କରଜକୁ ନେଇ ମନ ଭାରାକ୍ରାନ୍ତ ରହିବ। ଆପଣ ଭଲ କାମ କଲେ ମଧ୍ୟ ବିରୋଧୀମାନେ ଆପଣଙ୍କର ନିନ୍ଦା କରିବାକୁ ପଛାଇବେ ନାହିଁ।

କୁମ୍ଭ

ବନ୍ଧୁଙ୍କ ସହ ମନାନ୍ତର ଏବଂ ସନ୍ତାନଙ୍କ ବିବାହ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଜଣେ ପୁରୁଣା ବନ୍ଧୁଙ୍କ ମାଧ୍ୟମରେ ନୂତନ ପ୍ରସ୍ତାବ ମିଳିପାରେ। କର୍ମକ୍ଷେତ୍ରରେ ବାଧାବିଘ୍ନ ଯୋଗୁଁ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ଯାଇପାରେ।

ମୀନ

କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗି ରହିବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ଆର୍ଥିକ ସ୍ଥିତି ବିଶେଷ ଖରାପ ହେବ ନାହିଁ। କୌଣସି ସାଧାରଣ ବ୍ୟକ୍ତିଙ୍କ ସାହାଯ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ।