BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜି ହେଉଛି ଶନି ଚଳନ: ଆଗାମୀ ଅଢେଇ ବର୍ଷ ଯାଏଁ ଏହି ୪ ରାଶି ଉପରେ ହେବ ଖାଲି ଧନବର୍ଷା, ସୁଖ ଶାନ୍ତିର ଆଗମନ ମଧ୍ୟ ହେବ !

ଶନିଦେବ ଦଣ୍ଡ ଦାତା ହୋଇଥିବା ହେତୁ ତାଙ୍କୁ କ୍ରୋଧୀ ଦେବତା ବୋଲି ବିବେଚିତ କରାଯାଏ । ଶନିଦେବ ଯେତିକି କ୍ରୋଧୀ ଅଟନ୍ତି ସେତିକି ଦୟାଳୁ ମଧ୍ୟ ଅଟନ୍ତି । ଯେଉଁ ରାଶି ଉପରେ ତାଙ୍କର କୃପା ଦୃଷ୍ଟି ପଡିଥାଏ ସେହି ରାଶିର ଲୋକଙ୍କ ଭାଗ୍ୟକୁ ଚମକାଇ ଦେଇଥାନ୍ତି ଶନିଦେବ । ତେବେ ଆଜି ଠାରୁ ୪ ରାଶିରେ ହେବାକୁ ଯାଉଛି ଶନିଙ୍କ ଶୁଭ ଚଳନ ଯାହାଫଳରେ ସେମାନଙ୍କ ଜୀବନରୁ ଏବେ ଅର୍ଥ ଅଭାବ ଦୂର ହେବା ସହ ସୁଖ ଶାନ୍ତିର ଆଗମନ ମଧ୍ୟ ହେବ ।

ବୃଷ ରାଶି: ଶନିଦେବ ଆପଣଙ୍କ ରାଶିରେ ଦଶମ ଘରକୁ ଗୋଚର କରିବା ପାଇଁ ଯାଉଛନ୍ତି । ଆପଣଙ୍କୁ ନୂତନ କର୍ମ ମିଳିବାର ଯୋଗ ରହିଛି । ଚାକିରି ଏବଂ ବ୍ୟବସାୟରେ ଉନ୍ନତି ହେବାକୁ ଯାଉଛି । ଯେଉଁମାନେ ବେକାରୀ ରହିଛନ୍ତି ସେମାନଙ୍କୁ ନୂତନ ଚାକିରି ମିଳିବାର ଯୋଗ ବନୁଅଛି । ନୂତନ ଘର, ଗାଡି ଏବଂ ଜମିବାଡି କିଣିବାର ଯୋଗ ରହିଛି । କିନ୍ତୁ ଆପଣ ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି ।

ତୁଳା ରାଶି: ସନ୍ତାନ ସୁଖରୁ ବଞ୍ଚିତ ଥିବା ଲୋକମାନେ ଏବେ ୧୭ ଜାନୁୟାରୀ ପରେ ସନ୍ତାନ ପ୍ରାପ୍ତିର ଖୁସି ଖବର ପାଇବେ । ଶିକ୍ଷା କ୍ଷେତ୍ର ଅନୁଯାୟୀ ଆପଣଙ୍କ ସମୟ ବହୁତ ଭଲ ରହିବା ପାଇଁ ଯାଉଛି । ପାଠ ପଢାରେ ଆପଣ ସମସ୍ତ କ୍ଷେତ୍ରରେ ଉନ୍ନତି କରିବେ । ପ୍ରେମ ଜୀବନରେ ଆପଣ ସଫଳତା ହାସଲ କରିବେ । ବିବାହ ହେବାର ଯୋଗ ମଧ୍ୟ ଆପଣଙ୍କ ପାଇଁ ରହିଛି । ଆପଣଙ୍କ ଜୀବନରେ ଧନର ସ୍ତର ଏବେ ବଢିବା ପାଇଁ ଲାଗିବ ।

ଧନୁ ରାଶି: ଆପଣଙ୍କ ମନରେ ଚାଲିଥିବା ସମସ୍ତ ସମସ୍ଯା ଏବେ ଦୂର ହୋଇଯିବ । ଚାକିରି, ବ୍ୟାପାର,ବାଣିଜ୍ୟ ତଥା ପରିବାରକୁ ନେଇ ଯାହା ସବୁ ଅସୁବିଧା ରହିଥିଲା ସେହି ସବୁର ଏବେ ସମଧାନ ହୋଇଯିବ । ଆପଣଙ୍କ ଅଧୁରା ରହିଥିବା କାର୍ଯ୍ୟ ଏବେ ପୁରା ହେବ । ଆପଣଙ୍କ ବୈବାହିକ ଜୀବନ ସୁଖରେ କଟିବ । ଭାଗ୍ୟର ସମ୍ପୂର୍ଣ ସହଯୋଗ ଆପଣଙ୍କ ସହ ରହିବ । ଅଚାନକ ଆପଣଙ୍କୁ କୌଣସି ଖୁସି ଖବର ମିଳିବାର ସମ୍ଭାବନା ରହିଛି ।

ମକର ରାଶି: ଆପଣଙ୍କୁ ଶନିଦେବ ଏବେ ଶୁଭ ଫଳ ପ୍ରଦାନ କରିବା ପାଇଁ ଯାଉଛନ୍ତି । ଟଙ୍କା ପଇସା ସହ ଜଡିତ ଥିବା ସବୁ ଅସୁବିଧା ଏବେ ଦୂର ହେବ। ବ୍ୟାପାର କ୍ଷେତ୍ରରେ ଆପଣ ଆଶା ଠାରୁ ଅଧିକ ସଫଳତା ପାଇବେ । ଚାକରି କ୍ଷେତ୍ରରେ ପ୍ରମୋଶନ ହେବାର ଯୋଗ ରହିଛି । ନୂତନ ଘର ତିଆରି ପାଇଁ ଆପଣ ସକ୍ଷମ ହେବେ । ନିଜ ଭାଗ୍ଯର ସହଯୋଗ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।