BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଆଜି ଆପଣଙ୍କ ଦିନ କେମିତି କଟିବ

ମେଷ: ଆଜି ଶନି ଦୃଷ୍ଟ ଅଷ୍ଟମ ଚନ୍ଦ୍ରଙ୍କ ଯୋଗୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ବିବାଦୀୟ ସ୍ଥିତିକୁ ଆଲୋଚନା ମାଧ୍ୟମରେ ହାଲ୍‌କା କରିବାରେ ସମର୍ଥ ହେବେ। ଶିଳ୍ପ, ବ୍ୟବସାୟ ବାଣିଜ୍ୟରେ ପୂର୍ବରୁ ଲାଗିରହିଥିବା ସମସ୍ୟା ସକାଶେ ଚିନ୍ତା କରିପାରନ୍ତି। ସନ୍ତାନ, ଶିକ୍ଷା ତଥା ଅତୀତ ସ୍ମୃତି ରୋମନ୍ଥନ କରି ଭାବବିହ୍ବଳ ହେବେ।

ବୃଷ: ସକାଳୁ କିଛି ଘର କଥା, ମତ ମତାନ୍ତର, ଋଣବାଡି, ବନ୍ଧୁବର୍ଗଙ୍କ ସମସ୍ୟା ବିଷୟରେ ଚିନ୍ତା କରିବେ। କିନ୍ତୁ କର୍ମକ୍ଷେତ୍ରରେ ସ୍ନେହ, ସହାନୁଭୂତି ଯୋଗୁ ସମସ୍ୟା ଦୁଃଖ ଭୁଲିଯିବେ। ଶନି ଓ ଚନ୍ଦ୍ରଙ୍କ ପ୍ରଭାବରେ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି। ଅତୀତ ଘଟଣାଗୁଡ଼ିକ ସମାଧାନ ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ।

ମିଥୁନ: ଷଷ୍ଠସ୍ଥ ଚନ୍ଦ୍ର ହେତୁ କିଏ କିଛି କ୍ଷତି କରିପାରିବେ ନାହିଁ, ଆଗରେ ନ କହି ପଛରେ କେବଳ କହୁଥିବେ। ବୁଝାମଣା ଠିକ୍‌ ରହିଥିବାରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କାଟିବେ। ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ, କିନ୍ତୁ ଅସୁବିଧା ହେବନି। ମାନସିକ ଦ୍ୱନ୍ଦ୍ୱ ହେତୁ ଯେକୌଣସି ନିଷ୍ପତ୍ତି ନେବାକୁ ସମୟ ଲାଗିପାରେ।

କର୍କଟ : ଅଷ୍ଟମସ୍ଥ ଏକାଧିକ ଗ୍ରହଜନିତ ଅଧିକ ଆଶା କରି ନ ପାଇବା କାରଣରୁ ମନ ଅଶାନ୍ତ ରହିବ। ମତାନ୍ତର ହେତୁ ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ବନ୍ଧୁ ସାହାଯ୍ୟ କରିପାରନ୍ତି। ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ଓ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି।

ସି˚ହ: ଶୁକ୍ର ଓ ଶନିଙ୍କ ଦୃଷ୍ଟି ରାଶି ଉପରେ ରହିଥିବା କାରଣରୁ ଦିନଟି ଆଶା ଓ ନିରାଶା ମଧ୍ୟରେ ବିତାଇବେ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବ ଓ କାମକୁ ମନ୍ଥର କରିପାରେ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବା କାରଣରୁ ଘରୁ ଗାଳି ଖାଇ ପାରନ୍ତି। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।

କନ୍ୟା : ବୁଧଗ୍ରହ ଶନିକ୍ଷେତ୍ରସ୍ଥ ଯୋଗୁ ଯେତିକି ଭାବୁଥିବେ ସେତିକି ମନଟା ବିଷାଦିତ ରହିବ। ବିଭିନ୍ନ ପ୍ରତିବନ୍ଧକ ହେତୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବ। ଆଜି ସକାଳୁ ବୁଲିବା ସାଙ୍ଗକୁ କିଛି ନୂତନ ଖବର ପାଇବାର ସୁଯୋଗ ଜୁଟିଯିିବ। ଆଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।

ତୁଳା : ରାହୁ ଓ କେତୁ ପ୍ରଭାବରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। କ୍ରନିକ ରୋଗପୀଡ଼ା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଗତକାଲିର ଯୋଜନା ସମ୍ପନ୍ନ କରିବା ପାଇଁ ବହୁତ ପ୍ରକାରର ଚେଷ୍ଟା କରିପାରନ୍ତି। ଗୃହକୁ ସୌଖୀନ କିମ୍ବା ମୂଲ୍ୟବାନ ପଦାର୍ଥ ଆଣିପାରନ୍ତି। ଯେତେ ଭଲ କାମ କଲେ ମଧ୍ୟ ଟିକିଏ ଟିକିଏ କଥାରେ ଚିହ୍ନା ପଡ଼ି ସମାଲୋଚିତ ହେବେ।

ବିଛା : କର୍ମସ୍ଥାନ ପ୍ରତି ରବି ଓ ଶନିଙ୍କ ଦୃଷ୍ଟିରୁ୍‌ କୌଣସି କାମରେ ସନ୍ତୋଷ ମିଳିବ ନାହିଁ, ସବୁ କାମ ଦରଖଣ୍ଡିଆ ରହିଯିବ। ଚେଷ୍ଟାସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ, କିନ୍ତୁ ହାତ ଯୋଡ଼ି ବସି ରହିଲେ ଚଳିବ ନାହିଁ। କିଛି ଅଘଟଣ ଆଶଙ୍କା କରି ଅନୁରାଧା ନକ୍ଷତ୍ରର ମନ ବିବ୍ରତ ରହିପାରେ।

ଧନୁ : କଳହ, ଅନ୍ୟମନସ୍କ କାରଣରୁ ଧନ ହାନୀର ସୂଚନା ରହିଛି। କିନ୍ତୁ ଧନସ୍ଥାନସ୍ଥ ବୁଧ କାରଣରୁ କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବେ। ଉତ୍ତରାଷାଢ଼ା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ।

ମକର : ଆଜିର ଯାତ୍ରା ଶୁଭପ୍ରଦ ଏବଂ କାମ ଆଶାନୁରୂପ ହେବାରୁ ମନ ଖୁସୀ ହୋଇଯିବ। ଧନସ୍ଥାନସ୍ଥ ଶନିଙ୍କ ଯୋଗୁ ବନ୍ଧୁଙ୍କ ଆଗମନରେ ତାହାଙ୍କର ମତିଗତି ଓ କାର୍ଯ୍ୟ କଳାପ ସେତିକି ଅସନ୍ତୁଷ୍ଟ ହେବେ। ଅନ୍ୟ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି। ବାଣିଜ୍ୟ, କାରିଗରି, ପରିବହନରେ ପ୍ରତିବନ୍ଧକର ସାମନା କରିବେ।

କୁମ୍ଭ : ଆବଶ୍ୟକତା ପୂରଣ ସକାଶେ ପରିସ୍ଥିତିରେ ପଡି ଧାର କରଜ କରିବାକୁ ବାଧ୍ୟ ହେବେ। ଚନ୍ଦ୍ର ବୃଶ୍ଚିକ ରାଶିସ୍ଥ ଯୋଗୁଁ ଅଫିସରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ।

ମୀନ : ଗୁରୁ ରାଶିରେ ଥିବାରୁ ସାହାଯ୍ୟ, ସହଯୋଗ ସଙ୍ଗକୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବ୍ୟବସାୟ, ପରିବହନ, ସଭାସମିତି, ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ। ପରିବାର ଭିତରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ସ୍ବାଭାବିକ ଭାବରେ ଦିନଟି କଟାଇବାର ସୌଭାଗ୍ୟ ଲାଭ କରିବେ।