BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରୋଗର ପୂର୍ବାନୁମାନ ଏବଂ ତ୍ବରିତ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ଉପଯୋଗୀ ସାଜିବ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ

ଭୁବନେଶ୍ୱର : ଜରୁରୀକାଳୀନ କ୍ଷେତ୍ରରେ ତ୍ବରିତ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ରୋଗର ଶୀଘ୍ର ଚିହ୍ନଟ କରିବା ବେଶ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ କର୍କଟ କିମ୍ବା ପକ୍ଷାଘାତ (ପାରାଲିସିସ୍‌/ବ୍ରେନ୍‌ ଷ୍ଟ୍ରୋକ୍) ରୋଗୀଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇବା ସବୁବେଳେ ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟ ଅଟେ। ତେଣୁ ରୋଗର ତ୍ବରିତ ଚିହ୍ନଟ ତଥା ଡାକ୍ତରୀ ତଥ୍ୟ ବିଶ୍ଳେଷଣରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ର ପ୍ରୟୋଗ ସମୟର ବଡ଼ ଆବଶ୍ୟକତା ବୋଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର(ଡ) ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି। ତାଇୱାନର ଚାଙ୍ଗ ଗୁଙ୍ଗ ବିଶ୍ୱବିଦ୍ୟାଳୟର ସୂଚନା ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ)ର ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନ କୁମାର ସାହୁଙ୍କ ସହିତ ସାକ୍ଷାତ ପରେ ଏପରି ମତ ରଖିଛନ୍ତି ଡ. ବିଶ୍ବାସ। ରୋଗ ନିରାକରଣ, ଚିକିତ୍ସା ଏବଂ ପରିଚାଳନା କ୍ଷେତ୍ରରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟାପକ ବ୍ୟବହାର ନେଇ ଏହି ବିଦେଶୀ ବିଶ୍ବବିଦ୍ୟାଳୟ ସହିତ ଏମ୍‌ସ ଭୁବନେଶ୍ୱର ମିଳିତ ଭାବେ କାର୍ଯ୍ୟ କରିବା ନେଇ ସୂଚନା ଦେଇଛନ୍ତି ଡ. ବିଶ୍ବାସ। ନିକଟ ଭବିଷ୍ୟତରେ ଏନେଇ ତାଇୱାନର ଏହି ସମ୍ମାନଜନକ ବିଶ୍ୱବିଦ୍ୟାଳୟ ସହିତ ଗବେଷଣା ଏବଂ ତାଲିମ କାର୍ଯ୍ୟକ୍ରମ କ୍ଷେତ୍ରରେ ବୁଝାମଣାପତ୍ର ସ୍ବାକ୍ଷର ହେବାର ଯୋଜନା ରହିଥିବା ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ସୂଚନା ଦେଇଛନ୍ତି।
ତାଇୱାନର ଚାଙ୍ଗ୍‌ ଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟ ପ୍ରଫେସର ସାହୁ ଗତକାଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରିବା ସହିତ ଏହି ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନର ଅଧ୍ୟାପକ/ଅଧ୍ୟାପିକାଙ୍କୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ପ୍ରୟୋଗ ନେଇ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଯେତେବେଳେ କର୍କଟ କିମ୍ବା ମସ୍ତିଷ୍କାଘାତ/ପକ୍ଷାଘାତ ରୋଗୀଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ସେତେବେଳେ ବହୁ ପରିମାଣର ଚିତ୍ର ଏବଂ କ୍ଲିନିକାଲ୍ ତଥ୍ୟ ସୃଷ୍ଟି ହୁଏ। ରୋଗର ନିରାକରଣ ପାଇଁ ଡାକ୍ତରମାନେ ହିଷ୍ଟୋପାଥୋଲୋଜିକାଲ୍, ସିଟି, ସିଟିଏ ଏବଂ ଏମ୍‌ଆରଆଇ ଭଳି ବିଭିନ୍ନ ପ୍ରକାରର ଚିତ୍ର ବ୍ୟବହାର କରନ୍ତି। ଉକ୍ତ ପ୍ରତିଛବିଗୁଡ଼ିକ ବିଭିନ୍ନ ଫର୍ମାଟରେ ଗଚ୍ଛିତ ଥାଏ। ଉକ୍ତ ବୈଷୟିକ ଛବିକୁ ଗଭୀର ଭାବେ ଅନୁଧ୍ୟାନ କରି ବିଶ୍ଳେଷଣ କରିବା ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଏକ ଅଂଶ। ଏହି ଉକ୍ତ ଡାକ୍ତରୀ ଚିତ୍ରଗୁଡ଼ିକୁ ବର୍ଗୀକରଣ, ଚିହ୍ନଟ ଏବଂ ବିଭିନ୍ନ ବିଭାଗରେ ବ୍ୟବହାର ପାଇଁ ଚିତ୍ର ତଥ୍ୟର ବିଭିନ୍ନ ଫର୍ମାଟକୁ ବିଶ୍ଳେଷଣ କରିବାରେ ଏଆଇ ମାନବ ମସ୍ତିଷ୍କର କାର୍ଯ୍ୟକୁ ଅନୁକରଣ କରିଥାଏ ବୋଲି ପ୍ରଫେସର ସାହୁ ପ୍ରକାଶ କରିଛନ୍ତି। ଇସ୍କେମିକ୍ ଷ୍ଟ୍ରୋକ୍, ଇଣ୍ଟାକ୍ରାନିଆଲ୍ ଷ୍ଟେନୋସିସ୍, କଲୋରେକ୍ଟାଲ୍ କର୍କଟ ଏବଂ ଫୁସଫୁସ କର୍କଟ ଭଳି ରୋଗୀଙ୍କ ପ୍ରତିଛବି ତଥ୍ୟକୁ ବିଶ୍ଳେଷଣ କରିବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଉପଯୋଗୀ ହେବ ବୋଲି ପ୍ରଫେସର ସାହୁ ସୂଚନା ଦେଇଛନ୍ତି। ଏନେଇ ଅଧିକ ଗବେଷଣା ପାଇଁ ଏମ୍‌ସ ଭୁବନେଶ୍ୱର ଭଳି ଖ୍ୟାତିସମ୍ପନ୍ନ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଚାଙ୍ଗ୍‌ ଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟ ପାଇଁ ନିଶ୍ଚିତ ପକ୍ଷେ ଏକ ଆନନ୍ଦର ବିଷୟ। ଉନ୍ନତ ରୋଗୀ ସେବା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପରିଚାଳନା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ହେବ ବୋଲି ପ୍ରଫେସର ସାହୁ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟଯେ ତାଇୱାନ୍‌ର ଚାଙ୍ଗ୍‌ ଗୁଙ୍ଗ୍‌ ୟୁନିଭରସିଟି, ଚାଙ୍ଗ୍‌ ଗୁଙ୍ଗ୍‌ ମେମୋରିଆଲ ହସ୍ପିଟାଲ କ୍ଲିନିକାଲ ଏବଂ ମେଡିକାଲ ଚିତ୍ରର ତଥ୍ୟ ବିଶ୍ଳେଷଣ କ୍ଷେତ୍ରରେ ଦୀର୍ଘ ବର୍ଷ ହେବ ନିଷ୍ଠାର ସହିତ ନିରନ୍ତର କାର୍ଯ୍ୟ କରିଆସୁଛି। ଏମ୍‌ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ଦିଲ୍ଲୀପ କୁମାର ପରିଡା ଏହି ଅବସରରେ ଉପସ୍ଥିତ ଥିଲେ।