BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବ ଜାନୁଆରି ୭ରେ ଯୋଗଦେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭେୟ,

ଭୁବନେଶ୍ୱର : ଚଳିତ ମାସ ୭ ତାରିଖରେ ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ଏବଂ ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭେୟ ଯୋଗଦେବେ। ଏଥିସହିତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେବା ନେଇ ଆଜି ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର(ଡ) ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି।
ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡଭେୟ ଏମ୍‌ସ ଭୁବନେଶ୍ବର ପରିସରରେ ଏକ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍‌ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ। ଏନ୍‌ଟିପିସି ସହାୟତାରେ ପ୍ରାୟ ୧୯.୮୭ କୋଟି ବ୍ୟୟରେ ନିର୍ମିତ ଏହି ବର୍ଣ୍ଣ ସେଣ୍ଟର୍‌ରେ ୬ଟି ଆଇସିୟୁ ବ୍ୟବସ୍ଥା ସହିତ ୬ଟି କ୍ୟାବିନ୍‌ ସମେତ ୩୬ଟି ଶଯ୍ୟା ରହିଛି। ୨୫ ଅଗଷ୍ଟ ୨୦୧୮ରେ ଭାରତର ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାଇଡୁଙ୍କ ଦ୍ବାରା ଏହି ବର୍ଣ୍ଣ ସେଣ୍ଟର୍‌ର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଥିଲା। ସରକାରୀ ବ୍ୟବସ୍ଥାରେ ପ୍ରଥମ କୁହାଯାଉଥିବା ଏହି ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ପୋଡ଼ାଜଳା ରୋଗୀଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ସୂଚନା ଦେଇଛନ୍ତି।
ଏଥିସହିତ ସମାବର୍ତ୍ତନ ଉତ୍ସବ ଅବସରରେ ଅତିଥିମାନଙ୍କ ଦ୍ବାରା ଏମ୍‌ସରେ ଏକ କ୍ରିଟିକାଲ୍ କେୟାର ହସ୍ପିଟାଲ୍‌ର ଭିତ୍ତିପ୍ରସ୍ଥର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ୍‌-ଆଭିମ୍‌) ଯୋଜନା ଅନ୍ତର୍ଗତ ଦେଢ଼ଶହ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍‌ର ବ୍ୟୟ ଅଟକଳ ପ୍ରାୟ ୧୯୨ କୋଟି ରଖାଯାଇଛି। କୋଭିଡ୍‌ ମହାମାରୀ ପରେ ସଂକ୍ରମଣଜନିତ ରୋଗ ନିମନ୍ତେ ଏପରି କ୍ରିଟିକାଲ୍‌ କେୟାର୍‌ ହସ୍‌ପିଟାଲ ଲୋକଙ୍କ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି। ଏହି ଅବସରରେ ଅତିଥିମାନେ ବିଭିନ୍ନ ବର୍ଗରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୪୦ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରିବେ। ଶ୍ରେଷ୍ଠ ବିଦାୟୀ ଏମବିବିଏସ୍ ଗ୍ରାଜୁଏଟ୍ ଭାବରେ ଡ. ଅନିଲ ଦାସ ଏବଂ ଶ୍ରେଷ୍ଠ ବିଏସସି (ସମ୍ମାନ) ନର୍ସିଂ ଗ୍ରାଜୁଏଟ୍ ଭାବେ ଶୁଭ୍ରଜ୍ୟୋତି ବାରିକଙ୍କୁ ସମ୍ବର୍ନ୍ଧିତ କରାଯିବାନେଇ ସୂଚନା ଦେଇଛନ୍ତି ଡ. ବିଶ୍ବାସ। ଏଥିସହିତ ଚଳିତ ବର୍ଷ ଏମ୍‌ସ ଭୁବନେଶ୍ବର ପ୍ରତିରୋପଣର ବର୍ଷ ଭାବେ ପରିଗଣିତ କରି ଆଗାମୀ ଦିନରେ ଲିଭର୍(ଯକୃତ), ବୋନ୍‌ ମ୍ୟାରୋ(ଅସ୍ଥିମଜ୍ଜା), କର୍ଣ୍ଣିଆ ଆଦି ପ୍ରତିରୋପଣ ଆରମ୍ଭ କରିବାକୁ ଯୋଜନା ରଖିଛି। ଯାହାକି ଆଗାମୀ ଦିନରେ ସରକାରୀ ସ୍ତରରେ ଏହି ବ୍ୟବସ୍ଥା ସାଧାରଣଲୋକଙ୍କୁ ବେଶ୍‌ ସହାୟକ ହେବ।
ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିନ୍‌ ଡ. ପି ଆର ମହାପାତ୍ର, କୁଳସଚିବ ବି ବି ମିଶ୍ର ଏବଂ ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ଏମ୍‌ସ ଭୁବନେଶ୍ୱରର ସଫଳତାର ଏକ ଦଶନ୍ଧି ଯାତ୍ରା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେବାକୁ ଥିବା ଏକ ପ୍ରଦର୍ଶନୀ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ଉଲ୍ଲେଖଯୋଗ୍ୟଯେ ୨୦୦୩ ମସିହାରେ ଦୂରଦୃଷ୍ଟି ସମ୍ପନ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ସ୍ଥାପିତ ହୋଇଥିଲା ଏମ୍‌ସ ଭୁବନେଶ୍ବର। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଛି। ଗବେଷଣା, ସ୍ବାସ୍ଥ୍ୟସେବା ଆଦି କ୍ଷେତ୍ରରେ ଆଞ୍ଚଳିକ ଅସନ୍ତୁଳନକୁ ଦୂର କରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାବାସୀଙ୍କ ଆଶା ଭରସା ଜିଣିବା ସହିତ ଏକ ଦଶନ୍ଧିର ଗୌରବମୟ ଯାତ୍ରା ପୂରଣ କରିଛି ଏମ୍‌ସ ଭୁବନେଶ୍ବର।
ଉଲ୍ଲେଖଯୋଗ୍ୟଯେ ଏହି ଏକ ଦଶନ୍ଧି ଯାତ୍ରା ମଧ୍ୟରେ ଏମ୍‌ସ ଭୁବନେଶ୍ୱର ଅନେକ ପ୍ରଶଂସାର ହକଦାର ହୋଇଛି। ଇତିମଧ୍ୟରେ ଏଠାରେ କିଡ୍‌ନୀ ପ୍ରତିରୋପଣ ଆରମ୍ଭ ହୋଇସାରିଛି। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଦେଶର ସର୍ବୋତ୍ତମ ୨୦ ଟି ମେଡିକାଲ କଲେଜ ମଧ୍ୟରେ ସ୍ଥାନିତ ହୋଇଛି। ସେହିପରି ଇଣ୍ଡିଆ ଟୁଡେ ସର୍ଭେ-୨୦୨୨ ଅନୁସାରେ ଏହି ଅନୁଷ୍ଠାନ ମେଡିକାଲ୍ ବର୍ଗରେ ଶ୍ରେଷ୍ଠ ୨୦ତମ ସ୍ଥାନ ପାଇଛି। ଏଥିସହ ଏମ୍‌ସ ନୂଆଦିଲ୍ଲୀ ପରେ ଏମ୍‌ସ ଭୁବନେଶ୍ୱର ଜାତୀୟ ଯୋଗ୍ୟତା-ପ୍ରବେଶ ପ୍ରବେଶ ପରୀକ୍ଷା (ନିଟ୍‌) ଯୋଗ୍ୟ ପ୍ରାର୍ଥୀଙ୍କ ଶ୍ରେଷ୍ଠ ଦ୍ୱିତୀୟ ପସନ୍ଦ ପାଲଟିଛି। ଗତବର୍ଷ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ରାଙ୍କିଙ୍ଗ୍ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ଦ୍ବାରା ଏମ୍‌ସ ଭୁବେନେଶ୍ବରକୁ ଦେଶର ୨୬ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବରେ ସ୍ଥାନିତ କରାଯାଇଛି।