BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭୁବନେଶ୍ୱର ଏମସ ରୋଗୀଙ୍କ ପାଇଁ ଆରମ୍ଭ କଲା ଏହିସବୁ ସେବା।

ଭୁବନେଶ୍ୱର,୨୫।୫(ବ୍ୟୁରୋ): କୋଭିଡ୍‌ ମହାମାରୀ ଯୋଗୁ ସାଧାରଣ ଲୋକେ ଡାକ୍ତରଖାନାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସଂକ୍ରମଣ ରୋକିବାକୁ କଟକଣା ଯୋଗୁ ଡାକ୍ତରଖାନାକୁ ପ୍ରବେଶ ବାରଣ କରାଯାଉଥିବାରୁ ବିଶେଷ କରି ଉପଲବ୍ଧ ଶଯ୍ୟା ଓ ଚିକିତ୍ସିତ ରୋଗୀଙ୍କ ସମ୍ପର୍କରେ ଠିକ୍‌ ସୂଚନା ପାଇପାରୁନାହାନ୍ତି। ଏଭଳି କେତେକ ସମସ୍ୟା ଦୂର ପାଇଁ ଭୁବନେଶ୍ୱର ଏମ୍‌ସ ପ୍ରଶାସନ ତରଫରୁ ୪ଟି ସେବା ଆରମ୍ଭ କରାଯାଇଛି। ଡାକ୍ତରଖାନାରେ ଉପଲବ୍ଧ ଥିବା ଖାଲି ଶଯ୍ୟା ସଂଖ୍ୟା ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌ (ନଂ.୦୬୭୪-୨୪୭୬୭୮୯) ସେବା ଆରମ୍ଭ ହୋଇଛି। ସେହିପରି ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ନିୟମିତ ଭାବେ ସୂଚନା ପାଇବା ପାଇଁ ବ୍ୟବସ୍ଥା କରାଯାଇଛି। ରୋଗୀଙ୍କ ସମ୍ପର୍କୀୟମାନେ ଏମ୍‌ସ ୱେବ୍‌ସାଇଟ୍‌ରେ ରୋଗୀଙ୍କ ସିଆର୍‌ ନମ୍ବରକୁ ବ୍ୟବହାର କରି ନିୟମିତ ଭାବେ ସୂଚନା ପାଇପାରିବେ। ସେହିପରି ୭୬୫୫୦୭୩୦୨୭ ନମ୍ବରକୁ କଲ୍‌ କରି ଚିକିତ୍ସିତ ରୋଗୀଙ୍କୁ ସେବା ଯୋଗାଉଥିବା ନର୍ସିଂ ଅଧିକାରୀଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟ ଓ ସେବା ସମ୍ପର୍କରେ ସୂଚନା ପାଇପାରିବେ। ଏଥିପାଇଁ ଟେଲି ନର୍ସିଂ ସେବା ଏମ୍‌ସ ତରଫରୁ ଆରମ୍ଭ କରାଯାଇଛି। କୋଭିଡ୍‌ ସମ୍ପର୍କରେ ନିରନ୍ତର ଭାବେ ୨୪ଘଣ୍ଟା ସହାୟତା ଯୋଗାଇ ଦେବା ପାଇଁ ଏକ ସ୍ବତନ୍ତ୍ର କୋଭିଡ୍‌ ଟେଲି ମେଡିସିନ ସେବା ଯୋଗାଇ ଦିଆଯାଉଛି। ସାଧାରଣ ଲୋକେ ୮୨୮୦୩୪୬୬୮୪ ନମ୍ବରରେ କଲ୍‌ କରି କିମ୍ବା ସାମାଜିକ ଗଣମାଧ୍ୟମ ଫେସ୍‌ବୁକ (ମେସେଞ୍ଜର) ଜରିଆରେ ଏହି ସେବା ପାଇପାରିବେ। ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ସୂଚନା ଓ ସହାୟତା ପ୍ରଦାନ ପାଇଁ ଡାକ୍ତରଖାନା ପରିସରରେ ୨୪ ଘଣ୍ଟିଆ ଏକ ହେଲ୍ପ ଡେସ୍କ ଏବଂ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ନିରନ୍ତର ଭାବେ ସୂଚନା ପ୍ରଦାନ କରାଯାଉଛି ବୋଲି ଏମ୍‌ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଏହା ବ୍ୟତୀତ ଅଣ କୋଭିଡ୍‌ ରୋଗୀଙ୍କ ପାଇଁ ‘ଟେଲିମେଡିସିନ ସ୍ବାସ୍ଥ୍ୟ ଆପ୍‌’ ଏବଂ ‘ଟେଲିମେଡିସିନ ବହିର୍ବିଭାଗ (ଓପିଡି)’ ଜରିଆରେ ସ୍ବାସ୍ଥ୍ୟ ଓ ଚିକିତ୍ସା ସମ୍ପର୍କରେ ସୂଚନା ଓ ସେବା ପ୍ରଦାନ କରାଯାଉଛି। କୋଭିଡ୍‌ କଟକଣା ଓ ଗାଇଡ୍‌ଲାଇନକୁ ପାଳନ କରାଯାଇ ହସ୍ପିଟାଲ ତରଫରୁ ରୋଗୀଙ୍କ ସମ୍ପର୍କୀୟ/ଆଟେଣ୍ଡାଣ୍ଟଙ୍କୁ (ସେଲ୍ଫ କାଟେରିଂ ଜରିଆରେ) ନିଶୁଳ୍କ ଭୋଜନ ପ୍ରଦାନ କରାଯାଉଛି। କୋଭିଡ୍‌ ମହାମାରୀ ପ୍ରାରମ୍ଭରୁ ଅଦ୍ୟାବିଧି କୋଭିଡ୍‌ ୱାର୍ଡ/ଆସିୟୁରେ ୫୦୦୦ରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହୋଇସାରିଛନ୍ତି ବୋଲି ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।