BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦେଶରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍ପ୍ରେରକ ଭାବେ କାର୍ଯ୍ୟ କରିବ ଏମ୍ସ ଭୁବନେଶ୍ବର

  • ନୂତନ ଅଧ୍ୟକ୍ଷ ମନୋନୀତ ହେବା ପରେ ଡ. ଅନୀତା ସକ୍ସେନାଙ୍କ ପ୍ରଥମ ଏମ୍ସ ଭୁବନେଶ୍ୱର ଗସ୍ତ

  • ନୂତନ ଅଧ୍ୟକ୍ଷଙ୍କ ଓପିଡି ପରିଦର୍ଶନ, ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ସହିତ ଆଲୋଚନା

  • ନୂତନ ଅଧ୍ୟକ୍ଷଙ୍କୁ ଏମ୍ସ ଭୁବନେଶ୍ୱରକୁ ସ୍ବାଗତ କଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ

ଭୁବନେଶ୍ୱର : ପୂର୍ବ ଭାରତରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏକ ପ୍ରମୁଖ ବ୍ରାଣ୍ଡ୍ ପାଲଟିଛି ଏମ୍ସ ଭୁବନେଶ୍ବର। ଚିକିତ୍ସା ବିଜ୍ଞାନ, ରୋଗୀସେବା ଏବଂ ଗବେଷଣା କ୍ଷେତ୍ରରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ବିଶ୍ବାସ ଜିଣିବାରେ ସଫଳ ହୋଇଛି। ତେବେ ରାଷ୍ଟ୍ରୀୟସ୍ତରରେ ଦକ୍ଷତା ବିକାଶ କ୍ଷେତ୍ରରେ ଏମ୍ସ ଭୁବନେଶ୍ବର ଉତ୍ପ୍ରେରକ ଭାବେ କାର୍ଯ୍ୟକରିବ। ନୂତନ ଭାବେ ଏହି ମର୍ଯ୍ୟାଦାଜନକ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ ଏମ୍ସକୁ ପ୍ରଥମ ଗସ୍ତରେ ଆସି ଏପରି ମତବ୍ୟକ୍ତ କରିଛନ୍ତି ଡ. ଅନୀତା ସକ୍ସେନା। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର ଓ ଆନ୍ଧ୍ରପ୍ରଦେଶ ଭଳି ପଡ଼ୋଶୀ ରାଜ୍ୟର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନକ୍ଷେତ୍ରରେ ଏମ୍ସ ଭୁବନେଶ୍ବରର ବ୍ୟାପକ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ ଏମ୍ସ ଭୁବନେଶ୍ୱରର ନୂତନ ଅଧ୍ୟକ୍ଷ ଡ. ଅନୀତା ସକ୍ସେନା।

ଚାରି ଦଶନ୍ଧିର ବୃତ୍ତିଗତ ଉତ୍କର୍ଷତା ସହିତ ସମଗ୍ର ଦେଶରେ ସୁପରିଚିତ ସଫଳ ଶିଶୁ ହୃଦ୍ରୋଗ ବିଶେଷଜ୍ଞ ଡ. ଅନୀତା ସକ୍ସେନାଙ୍କୁ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସ୍ୱାଗତ କରିଥିଲେ।

ଗସ୍ତ ପ୍ରାରମ୍ଭରେ ଡ. ସକ୍ସେନା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏମ୍ସ ଭୁବନେଶ୍ୱର ପ୍ରତିଷ୍ଠାତା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ବିଭିନ୍ନ ବିଭାଗର ଓପିଡି ପରିଦର୍ଶନ କରିବା ସହିତ, ଏକାଧିକ ଭିତ୍ତିଭୂମି ଏବଂ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଯାଞ୍ଚ କରିଥିଲେ ଏବଂ ରୋଗୀ, ବିଭାଗୀୟ ମୁଖ୍ୟ, ଅଧ୍ୟାପକ/ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରି, ଅନ୍ତର୍ଭୁକ୍ତୀକରଣ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଥିଲେ।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ନୂତନ ଅଧ୍ୟକ୍ଷଙ୍କୁ ସ୍ବାଗତ ଜଣାଇବା ସହିତ ତାଙ୍କ ଅନୁଭବ ଏବଂ ପାରଦର୍ଶୀ ମାର୍ଗଦର୍ଶନରେ, ଏମ୍ସ ଭୁବନେଶ୍ୱର ଗବେଷଣା, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଉତ୍କର୍ଷତାରେ ଅଧିକ ମାଇଲଖୁଣ୍ଟ ହାସଲ କରିବାନେଇ ଆଶାପ୍ରକଟ କରିଛନ୍ତି।

ଏହି ପରିଦର୍ଶନ ସମୟରେ ଏମ୍ସ ଡିନ୍ ଡ. ପି ଆର୍ ମହାପାତ୍ର, ଡ. ସୌଭାଗ୍ୟ କୁମାର ଜେନା, ଡ. ସତ୍ୟଜିତ ମିଶ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, କୁଳସଚିବ ଡ. ସୁଦୀପ୍ତ ରଞ୍ଜନ ସିଂ, ଅଧୀକ୍ଷଣ ଯନ୍ତ୍ରୀ ଆର ପି ଟପ୍ପୋଙ୍କ ସମେତ ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକା ତଥା ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଗସ୍ତ ଅବସରରେ, ନୂତନ ଅଧ୍ୟକ୍ଷ ଡ. ସକ୍ସେନା ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ଭାରତ ସରକାରଙ୍କ ‘ସ୍ୱସ୍ଥ୍ ନାରୀ, ସଶକ୍ତ ପରିବାର ଅଭିଯାନ’ର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଥିଲେ। ଡ. ସକ୍ସେନା ଏମ୍ସ ଭୁବନେଶ୍ୱରରେ ଏହାର ସଫଳତା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ କାର୍ଯ୍ୟାନ୍ୱୟନ ଏବଂ ସାମୂହିକ ପ୍ରଚେଷ୍ଠା ଉପରେ ଗୁରୁତ୍ୱାରୋପ କରିଥିଲେ।