BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ ଏବଂ ୱାପକୋସ୍ ଲିମିଟେଡ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ଭବିଷ୍ୟତର ଶକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପାଇଁ ଭାରତର ପ୍ରତିବଦ୍ଧତା ସ୍ୱରୂପ, ଭାରତ ସରକାର ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ସରୁ ୫୦୦ ଗିଗାୱାଟ କ୍ଷମତା ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ପରିପ୍ରେକ୍ଷିରେ ଆଜି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବଙ୍କ ଉପସ୍ଥିତିରେ ମୁଖୀଗୁଡ଼ାରେ ୬୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଅପର ଇନ୍ଦ୍ରାବତୀ ପମ୍ପଡ଼ ଷ୍ଟୋରେଜ୍ ପ୍ରକଳ୍ପ ପରିଚାଳନା ପରାମର୍ଶ ସେବା ପାଇଁ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ ଏବଂ ୱାପକୋସ୍ (WAPCOS) ଲିମିଟେଡ୍ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଅପର ଇନ୍ଦ୍ରାବତୀ ପମ୍ପଡ଼ ଷ୍ଟୋରେଜ୍ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ୱାପକୋସ୍ ଦ୍ଵାରା ପ୍ରସ୍ତୁତ କରାଯାଇଛି ।

ଏହା ଏକ ବିଶାଳ ଶକ୍ତି ସଂରକ୍ଷଣ ପ୍ରଣାଳୀ ଯାହା ଗ୍ରୀଡରେ ଉପଲବ୍ଧ ତଳ ଜଳଭଣ୍ଡାରରୁ ଉପର ଜଳଭଣ୍ଡାରକୁ ପାଣି ପମ୍ପ ସାହାଯ୍ୟରେ ଉଠାଯାଏ ଏବଂ ସର୍ବାଧିକ ବିଦ୍ୟୁତ୍ ଚାହିଦା ସମୟରେ ବିଦ୍ୟୁତ ଉତ୍ପାଦନ ପାଇଁ ସେହି ପାଣିକୁ ତଳକୁ ଛଡ଼ାଯାଏ । ଓଏଚପିସି ଏହାର ୬୦୦ ମେଗାୱାଟ ପାରମ୍ପରିକ ଜଳ ବିଦ୍ୟୁତ୍ ଗୃହ ସହିତ ବିଦ୍ୟମାନ ଅପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିକଟରେ ଏକ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ନିର୍ମାଣ କରୁଛି । ଏହି ସହଭାଗିତା ଦକ୍ଷତା ବୃଦ୍ଧି କରିବା ସହିତ ଓଡ଼ିଶାର ଶକ୍ତି କ୍ଷେତ୍ରକୁ ଆଗକୁ ବଢାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହ ଦେଓ କହିଛନ୍ତି।

ଏହି ଚୁକ୍ତି ସ୍ୱାକ୍ଷରିତବେଳେ ଜଳସମ୍ପଦ ବିଭାଗ, ଶକ୍ତି ବିଭାଗ, ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ଼ର ନିର୍ଦ୍ଦେଶକ, ୱାପକୋସ୍ ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l