BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବ୍ରହ୍ମଗିରି ଥାନା ଛୋଟପୁରରେ ଏସିଡ୍ ଓ ବୋମାମାଡ଼, ଦୁଇ ଗୁରୁତର

ପୁରୀ: ପୂର୍ବ ଶତ୍ରୁତାର ପରିଣତି ଭୟଙ୍କର ହିଂସାରେ ଘଟିଛି। ବ୍ରହ୍ମଗିରି ଥାନା ଅନ୍ତର୍ଗତ ଛୋଟପୁର ଗାଁରେ ଏସିଡ୍ ଓ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଆହତ ହୋଇଥିବା ବ୍ରଜବନ୍ଧୁ ମହାପାତ୍ର ଓ ଆଲୋକ ମହାପାତ୍ରଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବ୍ରଜବନ୍ଧୁ ଗାଁରେ ଏକ ରାସନ ଦୋକାନ ଚଲାଉଥିଲେ । ଶୁକ୍ରବାର ଅପରାହ୍ନ ସମୟରେ ଦୋକାନରେ ବସିଥିବା ବେଳେ ଅଭିଯୁକ୍ତ ଶୁକଦେବ ମିଶ୍ର ଏସିଡ୍ ଭର୍ତ୍ତି ଥଣ୍ଡା ପାନୀୟ ବୋତଲ ଓ ବୋମା ସହ ଆସି ଆକ୍ରମଣ କରିଥିଲେ।

ସୂଚନା ଅନୁଯାୟୀ, ବ୍ରହ୍ମଗିରି ଥାନା ଅନ୍ତର୍ଗତ ଛୋଟପୁର ଗାଁରେ ଦୋକାନୀ ବ୍ରଜବନ୍ଧୁ ମହାପାତ୍ର ନିଜ ଦୋକାନରେ ବସିଥିଲେ। ‌ଦୋକାନକୁ ଜିନିଷପତ୍ର କିଣିବା ପାଇଁ ଆଲୋକ ମହାପାତ୍ର ଯାଇଥିଲେ। ଏହି ସମୟରେ ଶୁକଦେବ ମିଶ୍ର ଦୋକାନରେ ପହଞ୍ଚି ଥିଲା। ଦୋକାନ ମାଲିକ ବ୍ରଜବନ୍ଧୁଙ୍କ ସହିତ ସେ ଯୁକ୍ତିତର୍କ କରିଥିଲା। ଉତ୍ତେଜନା ବଢ଼ିବାରେ ଲାଗିଅବାରୁ ସେ ସାଥୀରେ ଆଣିଥିବା ଏସିଡରେ ପ୍ରଥମେ ଆକ୍ରମଣ କରିଥିଲା ଏବଂ ଏହାପରେ ବୋମାମାଡ଼ କରିଥିଲା। ଏହି ଆକ୍ରମଣରେ ବ୍ରଜବନ୍ଧୁଙ୍କ ସମେତ ଆଲୋକ ମଧ୍ୟ ଆହତ ହୋଇଥିଲେ। ଉଭୟ ଦୋକାନୀ ଓ ଗ୍ରାହକ ଆକ୍ରମଣ ଶିକାର ହୋଇ ‌ଛଟପଟ ହେଉଥିବା ବେଳେ ଅଭିଯୁକ୍ତ ଶୁକଦେବ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଦୁଇ ଜଣଙ୍କ ମଧ୍ୟରେ ଗୁରୁବାର ଓ ଶୁକ୍ରବାର ସକାଳେ ଯୁକ୍ତିତର୍କ ଓ ପାଟିତୁଣ୍ଡ ଘଟିଥିଲା। ଏହାର ପରିଣାମ ସେଠାରେ ଏସିଡ୍ ଓ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଦୋକାନକୁ ସଉଦା ପାଇଁ ଆସିଥିବା ଆଲୋକ ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି।

ଘଟଣା ସ୍ଥଳକୁ ବ୍ରହ୍ମଗିରି ପୋଲିସ ସାଇଣ୍ଟିଫିକ୍ ଟିମ୍‌ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଏସିଡ୍ ଓ ଫୁଟିଥିବା ବୋମାର ଅଂଶ ଜବତ କରାଯାଇଛି। ଅଭିଯୁକ୍ତ ଶୁକଦେବ ମିଶ୍ର ଏବେ ବି ଫେରାର ଅଛନ୍ତି ଓ ପୋଲିସ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ