BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଲଟିଲା ଯାତ୍ରାପାର୍ଟି ବସ, କଳାକାର ଆହତ

କାମାକ୍ଷାନଗର,୧୨ା୫(ବ୍ୟୁରୋ): ଢେଙ୍କାନାଳ ଜିଲା ମହାବିରୋଡ୍‌ ଫାଣ୍ଡି ଜରଡ଼ା ଘାଟିରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ଘାଟିରେ ‘ଜଗଦମ୍ବା’ ନାମକ ଯାତ୍ରା ପାର୍ଟି ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ‘ଜଗଦମ୍ବା’ ନାମକ ଯାତ୍ରା ପାର୍ଟି ବସ୍‌ ପ୍ରାୟ ୩୫ରୁ ଊର୍ଦ୍ଧ୍ୱ କଳାକାରଙ୍କୁ ନେଇ କଙ୍କଡାହାଡ଼ରୁ ଗଡ଼ପଳାଶୁଣି ଯାତ୍ରା ପରିବେଷଣ କରିବାକୁ ଯାଉଥିଲା। ମାତ୍ର ଜରଡ଼ା ଘାଟି ନିକଟରେ ଭାରସାମ୍ୟ ହରାଇ ଏହା ଓଲଟି ପଡ଼ିଥିଲା। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଆହତମାନେ ହେଲେ ବିଜୟ ଦାସ,ଶିଶିର ସେଠୀ,ନରେନ୍ଦ୍ର ବେହେରା,ଶିବ ପ୍ରସାଦ ଦାସ,ସସ୍ମିତା ବେହେରା,ଆଶା ମଲ୍ଲିକ,ଯଦୁନାଥ ଜେନା,ମାନଗୋବିନ୍ଦ ଜେନା,ସୁଧୀର ଖିଲାର,ରିଙ୍କି ବେହେରା,ବିଜୟ ପ୍ରଧାନ ।