BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଆୟୁଷ୍ମାନ ବୟୋ ବନ୍ଦନା-ବୃଦ୍ଧକାଳର ସାହାରା, ଖର୍ଚ୍ଚ ବହୁଳ ଚିକିତ୍ସା ଏବେ ସହଜଲବ୍‌ଧ

ମାସରେ ପ୍ରାୟ ୫.୮୨ ଲକ୍ଷ ବରିଷ୍ଠ ନାଗରିକ ଯୋଜନାରେ ସାମିଲ

ଭୁବନେଶ୍ୱର:  ଆୟୁଷ୍ମାନ ବୟୋବନ୍ଦନା ଯୋଜନା ବରିଷ୍ଠ ନାଗରିକମାନଙ୍କ ପାଇଁ ବୃଦ୍ଧ କାଳର ସାହାରା ସାଜିଛି। ବଡ଼ ବଡ଼ ହସ୍‌ପିଟାଲମାନଙ୍କରେ ଖର୍ଚ୍ଚ ବହୁଳ ଚିକିତ୍ସା ସେମାନଙ୍କ ପାଇଁ ଏବେ ଦେୟମୁକ୍ତ ଭାବେ ସହଜଲବ୍‌ଧ ହୋଇଛି । ସହରରୁ ଗ୍ରାମାଞ୍ଚଳ, ଉପକୂଳରୁ ଉପାନ୍ତ ଅଂଚଳ ପର୍ଯ୍ୟନ୍ତ ସମସ୍ତ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କ ମନରେ ଏ ଯୋଜନା ନୂଆ ବିଶ୍ୱାଶ ଓ ଭରଷା ଆଣିଛି।

ଓଡ଼ିଶାରେ ଚଳିତ ବର୍ଷ ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନାର ଲୋକପ୍ରିୟତା ଦୃତ ଗତିରେ ବଢ଼ିବାକୁ ଲାଗିଛି । ୫ ମାସରୁ କମ୍‌ ଅବଧି ମଧ୍ୟରେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ରାଜ୍ୟର ସବୁ ଅଂଚଳରୁ ପ୍ରାୟ ୫.୮୨ ଲକ୍ଷ ବରିଷ୍ଠ ନାଗରିକ ଏହି ଯୋଜନାରେ ସାମିଲ ହୋଇଛନ୍ତି ।

ଓଡ଼ିଶା ଓ ବାହାର ରାଜ୍ୟସ୍ଥିତ ତାଲିକାଭୁକ୍ତ ହସ୍‌ପିଟାଲମାନଙ୍କରେ ଓଡ଼ିଶାର     ୧୦୧୪୬ ଜଣ ବରିଷ୍ଠ ନାଗରିକ ବିଭିନ୍ନ ପ୍ରକାର ଜଟିଳ ରୋଗର ଦେୟମୁକ୍ତ ଚିକିତ୍ସା ଲାଭ କରିଛନ୍ତି। ସେମାନଙ୍କ ଚିକିତ୍ସା ବାବଦରେ ୩୯୬୦.୭୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସରକାର ବୟୋବନ୍ଦନା କାର୍ଡ ମାଧ୍ୟମରେ ଯୋଗାଇ ଦେଇଛନ୍ତି।

ଏହିପରି ଜଣେ ବରିଷ୍ଠ ନାଗରିକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କାମଥାନା ଗ୍ରାମ ନିବାସୀ ୭୨ ବର୍ଷୀୟ ମହିଳା ଟି. ଲକ୍ଷ୍ମୀ। ଜୁଲାଇ ମାସ ୫ ତାରିଖ ଦିନ ନିଜ ଘରେ ଥିବା ବେଳେ ହଠାତ୍‌ ସେ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଭବାନୀପାଟଣା ସରକାରୀ ଚିକିତ୍ସାଳୟକୁ ନିଆଯାଇଥିଲା। ପ୍ରାଥମିକ ପରୀକ୍ଷାରୁ ଟି. ଲକ୍ଷ୍ମୀ ଗୁରୁତର ହୃଦ୍‌ରୋଗରେ ପିଡ଼ୀତ ଥିବା ଡାକ୍ତର ଜାଣିପାରିଥିଲେ। ଭବାନୀପାଟଣା ଡାକ୍ତରଖାନାରେ ପ୍ରାରମ୍ଭିକ ଚିକିତ୍ସା ଓ ଯତ୍ନ ପରେ ତାଙ୍କର ଅବସ୍ଥା ସାମୟିକଭାବେ ସ୍ଥିର ହେଲା, ଏବଂ ଡାକ୍ତର ତାଙ୍କୁ ତୁରନ୍ତ ଉଚ୍ଚତର ହୃଦ୍‌ରୋଗ ଚିକିତ୍ସା ପାଇଁ ସୁପର ସ୍ପେସାଲିଷ୍ଟ୍‌ ହସ୍‌ପିଟାଲ୍‌ ଯିବାକୁ ପରାମର୍ଶ ଦେଲେ।

ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ଆୟୁଷ୍ମାନ୍‌ ବୟୋବନ୍ଦନା କାର୍ଡ ଟି. ଲକ୍ଷ୍ମୀଙ୍କୁ ଆଶା ଓ ଭରଷା ଦେଲା। ତାଙ୍କର ସ୍ୱାମୀ ତାଙ୍କୁ ଜୁଲାଇ ୬ ତାରିଖ ଦିନ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସ୍‌ପିଟାଲକୁ ଆଣିଲେ। କାର୍ଡ ବଳରେ ତାଙ୍କୁ ହସ୍‌ପିଟାଲ୍‌ରେ ଆଡ୍‌ମିଶନ ମିଳିଲା ଏବଂ ଦେୟମୁକ୍ତ ଚିକିତ୍ସା ଆରମ୍ଭ ହେଲା। ଉପଯୁକ୍ତ ପରୀକ୍ଷା ନିରୀକ୍ଷା ଓ ଆନ୍‌ଜିଓଗ୍ରାମ୍‌ରୁ ଛାତିର ୨ ଟି ରକ୍ତନଳୀରେ ପ୍ରତିବନ୍ଧକ ଥିବା ଜଣାପଡ଼ିଲା । ଆବଶ୍ୟକୀୟ ଆନ୍‌ଜିଓପ୍ଲାଷ୍ଟି ସର୍ଜରୀ କରାଗଲା ଏବଂ ୨ ଟି ଷ୍ଟେଣ୍ଟ ଲଗାଗଲା। ଧିରେ ଧିରେ ଟି . ଲକ୍ଷ୍ମୀ ଆରୋଗ୍ୟ ଲାଭକଲେ ଏବଂ ତାଙ୍କୁ ଜୁଲାଇ ୧୦ ତାରିଖ ଦିନ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଯ୍‌ କରାଗଲା।

ସମୁଦାୟ ଚିକିତ୍ସା ସଂପୂର୍ଣ୍ଣ ଦେୟମୁକ୍ତ ଭାବେ କରାଯାଇଥିଲା। ଚିକିତ୍ସା ବାବଦରେ ପ୍ରାୟ ୧.୭୨ ଲକ୍ଷଟଙ୍କାର ଖର୍ଚ୍ଚ ସରକାର ବୟୋବନ୍ଦନା କାର୍ଡ ମାଧ୍ୟମରେ ଯୋଗାଇ ଦେଇଥିଲେ।

ବର୍ତ୍ତମାନ ଟି . ଲକ୍ଷ୍ମୀଙ୍କ ଶରୀର ସୁସ୍ଥ ଅଛି ଏବଂ ସେ ନିଜର ସାଧାରଣ ଜୀବନ ଯାପନ କରୁଛନ୍ତି। ତାଙ୍କର ପୁଅ ଟି. ଭାନୁ ପ୍ରସାଦ ରାଓ କହିଛନ୍ତି ‘‘ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ପାଇଁ ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମ ରାଜ୍ୟରେ ଏହାକୁ ପ୍ରଚଳନ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଉଛୁ। ଏହି ଯୋଜନା ଆମ ମା’ଙ୍କ ଜୀବନ ରକ୍ଷାକଲା। କାର୍ଡ ବିନା ଏପରି ଖର୍ଚ୍ଚ ବହୁଳ ଚିକିତ୍ସା କରିବାକୁ ଆମେ ସମର୍ଥ ହୋଇ ନଥାନ୍ତୁ ’’।