BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ଭାବରେ ସ୍ପନ୍ଦିତ ହେଲା ପରିବେଶ

ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱର ଆଜି ଭାରତର ଜାତୀୟ ସଙ୍ଗୀତ “ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହାସିକ ଅବସରକୁ ପାଳନ କରିବା ପାଇଁ ପ୍ରତିଷ୍ଠାନ ପରିସରରେ ସାମୂହିକ “ବନ୍ଦେ ମାତରମ୍” ଗାନ କରାଯାଇଥିଲା। ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଗାନରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ସାମିଲ ହୋଇଥିଲେ। ଦେଶପ୍ରେମର ଅପୂର୍ବ ଭାବରେ ସମ୍ପୂର୍ଣ୍ଣ ପରିବେଶ ସ୍ପନ୍ଦିତ ହୋଇଥିଲା।

ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଭାରତୀୟମାନଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଏକତାର ମନ୍ତ୍ରକୁ ଅଭିମନ୍ତ୍ରିତ କରୁଥିବା ଏକ ଚମତ୍କାର କୃତି ସୃଷ୍ଟି କରିଥିବାରୁ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା କେବଳ ଏକ ଗୀତ ନୁହେଁ ବରଂ ଆମ ସମସ୍ତଙ୍କୁ ଏକତ୍ର ବାନ୍ଧିରଖିବା ଏକ ଅନନ୍ୟ ରଜ୍ଜୁ, ବୋଲି ଡକ୍ଟର ବିଶ୍ୱାସ ମତ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, କୁଳସଚିବ ଡ. ସୁଦୀପ୍ତ ରଞ୍ଜନ ସିଂହ, ଏସ୍ଇ ଆର. ଟପ୍ପୋ, ରାଜ କୁମାର ଶର୍ମା, ଦିବ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଏହି ଉତ୍ସବରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।