BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଦିବାସୀ ମେଳାରେ କ୍ଷୁଦ୍ର ନାଟକ “ବୀରପୁତ୍ର କୃତ୍ତିବାସ” ପରିବେଷିତ

ଭୁବନେଶ୍ବର : ଆଦିବାସୀ ମେଳାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହୋଇଯାଇଛି କ୍ଷୁଦ୍ର ନାଟକ। ଆଦିବାସୀ ମେଳା ମଞ୍ଚରେ କ୍ଷୁଦ୍ର ନାଟକ “ବୀରପୁତ୍ର କୃତ୍ତିବାସ” ପରିବେଷଣ କରାଯାଇଛି। ବିପ୍ଲବୀ କୃତ୍ତିବାସ ପାଟ୍ଟଶାଣୀଙ୍କ ଜୀବନ ଓ ଚରିତ୍ରକୁ ନେଇ ରଚିତ ଏହି କ୍ଷୁଦ୍ର ନାଟକ। କୃତିବାସ ପାଟ୍ଟଶାଣୀ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ୧୮୩୬ ମସିହାରେ ବାଣପୁରରେ ସଶସ୍ତ୍ର ସଂଗ୍ରାମ କରି ତିନି ଦିନ ପାଇଁ ଏହାକୁ ସ୍ୱାଧୀନ କରି ଦେଇଥିଲେ। ବାଣପୁର ପାଇକ ବିଦ୍ରୋହର ସେ ଥିଲେ ନେତା। ପରେ ଆତ୍ମୀୟଙ୍କ ବିଶ୍ୱାସଘାତକତା ଯୋଗୁଁ ତାଙ୍କୁ ଇଂରେଜ ସରକାର ଗିରଫ କରି ଫାସୀ ଦେଇଥିଲେ।

ଏହି ଐତିହାସିକ ମହାନ ବିପ୍ଲବୀଙ୍କ ଜୀବନିକୁ ନେଇ ନାଟକ ପରିବେଷଣ କରିଥିଲେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କର୍ମଚାରୀ ଓ ଅଧିକାରୀ। ଏହି ନାଟକର ନିର୍ଦ୍ଦେଶନା ଅନନ୍ତ କିଶୋର ସାହୁ କରିଥିବା ବେଳେ ସହ ନିର୍ଦ୍ଦେଶନା ଦେଇଛନ୍ତି ଯୁଗଳ କିଶୋର ମହାନ୍ତି ଓ ରାଜକିଶୋର ନାୟକ। ଏଥିସହ ଏହି ନାଟକକୁ ରଚନା କରିଛନ୍ତି ସ୍ବର୍ଗତ ପର୍ଶୁରାମ ହରିଚନ୍ଦନ।