BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୮୩,୧୩୫ ଜଣ ହିତାଧିକାରୀଙ୍କୁ ପ୍ରତିମାସ ୩,୫୦୦ ଟଙ୍କା ବର୍ଦ୍ଧିତ ହାରରେ ସାମାଜିକ ସୁରକ୍ଷା ପେନସନ ମଞ୍ଜୁର

ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ (SSEPD) ବିଭାଗର ଏକ ସମୀକ୍ଷା ବୈଠକ

ଭୁବନେଶ୍ୱର: S&ME, ST&SCDM&BCW ଏବଂ SSEPD ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ, ୨୧.୦୫.୨୦୨୫ରେ ଭୁବନେଶ୍ୱରର ୟୁନିଟ୍-୬ସ୍ଥିତ କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସର SIDR ସମ୍ମିଳନୀ କକ୍ଷରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ (SSEPD) ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସମୀକ୍ଷା ବୈଠକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ, ଆର୍ଥିକ ପରାମର୍ଶଦାତା ଓ ସ୍ୱତନ୍ତ୍ର ଶାସନ ସଚିବ ଜୟଶ୍ରୀ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା ଓ ଭାସ୍କର ରଇତ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ/କର୍ମଚାରୀ ଉପସ୍ଥିତ ଥିଲେ।

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଭାଗର ବିଭିନ୍ନ ଯୋଜନା/କାର୍ଯ୍ୟକ୍ରମ, ସାମାଜିକ ସୁରକ୍ଷା ପେନସନ ମଞ୍ଜୁରିର ସ୍ଥିତି, ଚାଲୁରହିଥିବା କାର୍ଯ୍ୟ/ପ୍ରକଳ୍ପ, ଆଇନଗତ ପ୍ରସଙ୍ଗ ଇତ୍ୟାଦି ବିଷୟରେ ବିସ୍ତୃତ ସମୀକ୍ଷା କରିଥିଲେ ଏବଂ ସେଗୁଡିକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ପଦକ୍ଷେପ ନେବାପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯୋଗ୍ୟ ହିତାଧିକାରୀମାନେ ଯେପରି ସହଜରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମର ଲାଭ ପାଇପାରିବେ ସେଥିପାଇଁ ପ୍ରଶାସନିକ ପ୍ରତିବନ୍ଧକ ଏବଂ ନୀତିଗତ ସମସ୍ୟା ଦୂର କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି ଯେ ଅତିରିକ୍ତ ୮୩,୧୩୫ ଜଣ ହିତାଧିକାରୀଙ୍କୁ ପ୍ରତିମାସ ୩,୫୦୦ ଟଙ୍କା ବର୍ଦ୍ଧିତ ହାରରେ ସାମାଜିକ ସୁରକ୍ଷା ପେନସନ ମଞ୍ଜୁର କରାଯାଇଛି ଏବଂ ରାଜ୍ୟରେ ମୋଟ ୫ ଲକ୍ଷ ହିତାଧିକାରୀ ବର୍ଦ୍ଧିତ ହାରରେ ଭତ୍ତା ପାଉଛନ୍ତି । ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେବା ନିଶ୍ଚିତ କରିବାକୁ ଏବଂ ରାଜ୍ୟରେ ଚାଲୁଥିବା ଅନୁଷ୍ଠାନ / ସ୍ୱତନ୍ତ୍ର ବିଦ୍ୟାଳୟ ଏବଂ ବୃଦ୍ଧାଶ୍ରମଗୁଡ଼ିକୁ ନିୟମିତ ପରିଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ।

ବିଭାଗର ବଜେଟ ଅନୁଦାନର ସ୍ଥିତି ସମୀକ୍ଷା କରି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଜେଟର ୧୦୦% ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ବୃଦ୍ଧା, ଦିବ୍ୟାଙ୍ଗ ଏବଂ ଅନ୍ୟାନ୍ୟ ନିର୍ଦ୍ଧିଷ୍ଟ ବର୍ଗଙ୍କ ପାଇଁ କଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପକୁ ସଠିକ୍ ଭାବରେ ସମୟୋଚିତ ଭାବରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ। ବୈଠକ ଶେଷରେ ବିଭାଗର  ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।