BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପାକିସ୍ତାନକୁ ଶକ୍ତ ଝଟକା: ଚେନାବ ନଦୀରେ ବୃହତ୍ ଜଳବିଦ୍ୟୁତ ପ୍ରକଳ୍ପ ଆରମ୍ଭ କଲା ଭାରତ, ଖର୍ଚ୍ଚ ହେବ ୫,୧୨୯ କୋଟି

ନୂଆଦିଲ୍ଲୀ/ଶ୍ରୀନଗର: ସିନ୍ଧୁ ନଦୀଜଳ ଚୁକ୍ତିକୁ ନେଇ ପାକିସ୍ତାନ ସହ ତିକ୍ତତା ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ତଥା ରଣନୈତିକ ପଦକ୍ଷେପ ଗ୍ରହଣ କରିଛନ୍ତି। ପାକିସ୍ତାନ ସହ ଜଳ ବିବାଦର ସମାଧାନ ପାଇଁ ଭାରତ ପକ୍ଷରୁ ଚୁକ୍ତି ସଂଶୋଧନ ବା ବାତିଲ ନେଇ ପ୍ରକ୍ରିୟା ଜାରି ରହିଥିବା ବେଳେ ଏବେ ଜମ୍ମୁ-କାଶ୍ମୀରରେ ନଦୀଜଳର ସଦୁପଯୋଗ ପାଇଁ ଭାରତ ଅଣ୍ଟା ଭିଡ଼ିଛି। ଚେନାବ ନଦୀ ଉପରେ ଏକ ବିଶାଳ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ଭାରତ ଆନୁଷ୍ଠାନିକ ଭାବେ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରକଳ୍ପ ଦ୍ୱାରା କେବଳ ଶକ୍ତି ଉତ୍ପାଦନ ହେବ ନାହିଁ, ବରଂ ପଡ଼ୋଶୀ ପାକିସ୍ତାନ ଉପରେ ଏହା ଏକ ପ୍ରକାର ମାନସିକ ଚାପ ସୃଷ୍ଟି କରିବ।

୫,୧୨୯ କୋଟିର ମେଗା ପ୍ରୋଜେକ୍ଟ

କେନ୍ଦ୍ର ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ମୋଟ ୫,୧୨୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭାରତର ଅଗ୍ରଣୀ ଜଳବିଦ୍ୟୁତ ସଂସ୍ଥା ‘ଜାତୀୟ ଜଳବିଦ୍ୟୁତ ଶକ୍ତି ନିଗମ’ (NHPC) ଲିମିଟେଡ୍ ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ତୁଲାଇବ। ସୂଚନା ଅନୁଯାୟୀ, ଗତ ୫ ତାରିଖରେ ଏନ୍‌ଏଚ୍‌ପିସି ପକ୍ଷରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀଗୁଡ଼ିକୁ ଟେଣ୍ଡର କିମ୍ବା ଆଗ୍ରହପତ୍ର ପାଇଁ ଆମନ୍ତ୍ରଣ କରାଯାଇଛି। ଏହି ପଦକ୍ଷେପ ଜମ୍ମୁ-କାଶ୍ମୀରର ବିକାଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି।

ଦୁଇଟି ପର୍ଯ୍ୟାୟରେ ହେବ ନିର୍ମାଣ

ଏହି ପ୍ରକଳ୍ପକୁ ଜମ୍ମୁ-କାଶ୍ମୀରର ରାମବନ ଏବଂ ଉଧମପୁର ଜିଲ୍ଲା ମଧ୍ୟରେ ଥିବା ଚେନାବ ନଦୀର ଅବବାହିକାରେ କାର୍ଯ୍ୟକାରୀ କରାଯିବ। ପ୍ରକଳ୍ପଟି ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ବିଭକ୍ତ। ପ୍ରଥମ ପର୍ଯ୍ୟାୟରେ ‘ସାୱାଲକୋଟ୍ ଜଳବିଦ୍ୟୁତ ପ୍ରୋଜେକ୍ଟ’ ଅଧୀନରେ ୧,୪୦୬ ମେଗାୱାଟ ବିଶିଷ୍ଟ ଏକ ବିଶାଳ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରାଯିବ। ଏହା ଦେଶର ଶକ୍ତି ଆବଶ୍ୟକତା ପୂରଣ କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ, ଚେନାବ ନଦୀର ଉପରି ଭାଗରେ ଥିବା ବାଗଲିହର ପ୍ରୋଜେକ୍ଟ ଏବଂ ତଳ ଭାଗରେ ଥିବା ସାଲାଇ ପ୍ରୋଜେକ୍ଟର ମଧ୍ୟବର୍ତ୍ତୀ ସ୍ଥାନରେ ଅତିରିକ୍ତ ୪୫୦ ମେଗାୱାଟର ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରାଯିବ।

ପାକିସ୍ତାନ ପାଇଁ ଚିନ୍ତା

୧୯୬୦ ମସିହାର ସିନ୍ଧୁ ନଦୀଜଳ ଚୁକ୍ତି ଅନୁଯାୟୀ, ଚେନାବ ନଦୀର ଜଳ ଉପରେ ପାକିସ୍ତାନର ଅଧିକାର ରହିଥିଲେ ହେଁ, ଭାରତ ଏହାକୁ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ପାଇଁ ‘ରନ୍-ଅଫ୍-ଦ-ରିଭର’ (Run-of-the-river) ପଦ୍ଧତିରେ ବ୍ୟବହାର କରିବାର ଅଧିକାର ରଖିଛି। ତେବେ ପାକିସ୍ତାନ ବାରମ୍ବାର ଭାରତର ପ୍ରକଳ୍ପଗୁଡ଼ିକୁ ବିରୋଧ କରି ଆନ୍ତର୍ଜାତୀୟ ସ୍ତରରେ ଅଭିଯୋଗ କରିଆସୁଛି। ବର୍ତ୍ତମାନ ଭାରତ ଯେଉଁଭଳି ଭାବେ ନିଜର ନିଷ୍ପତ୍ତିରେ ଦୃଢ଼ ରହିଛି, ତାହା ସ୍ପଷ୍ଟ କରୁଛି ଯେ ଜାତୀୟ ସ୍ୱାର୍ଥ ଓ ଜମ୍ମୁ-କାଶ୍ମୀରର ଲୋକଙ୍କ ସୁବିଧା ପାଇଁ ଭାରତ ଆଉ ପଛକୁ ହଟିବ ନାହିଁ।

ଅଞ୍ଚଳର ହେବ ବିକାଶ

ଏହି ବୃହତ୍ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଜମ୍ମୁ-କାଶ୍ମୀର ଏକ ଶକ୍ତି ବଳକା ରାଜ୍ୟରେ ପରିଣତ ହେବ। ବିଦ୍ୟୁତ ଶକ୍ତିର ଉପଲବ୍ଧତା ବଢ଼ିଲେ ଶିଳ୍ପାୟନ ମଧ୍ୟ ତ୍ୱରାନ୍ୱିତ ହେବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି।