BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଗୋଟିଏ ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ

ଭୁବନେଶ୍ବର: ସେପ୍ଟେମ୍ବର ୭ ତାରିଖ ରାତିରେ ସଙ୍ଗଠିତ ହେବ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ।। ଏହି ଚନ୍ଦ୍ର ଗ୍ରହଣକୁ ଭାରତୀୟ ସମୟ ରାତି ୯ ଟା ୫୭ ମିନିଟରୁ ପର ଦିନ ଭୋର ୧ ଟା ୨୬ ମିନିଟ ଯାଏଁ ଖାଲିଆଖିରେ ଦେଖିହେବ। ରାତି ୧୧ ଟା ସମୟରୁ ୧୨ ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଦୀର୍ଘ ୧ ଘଣ୍ଟା ୨୨ ମିନିଟ ଧରି ପୂର୍ଣ୍ଣ ଗ୍ରହଣ ରହିବ ଓ ସେ ସମୟରେ ଚନ୍ଦ୍ର ଲାଲ୍ ରଙ୍ଗର ଦେଖାଯିବ। ଏହା ରାତି ୯ ଟା ୫୭ ମିନିଟରୁ ଆରମ୍ଭ ହେବ ଯେତେବେଳେ ଚନ୍ଦ୍ର ଚନ୍ଦ୍ର ଛାୟାରେ ପ୍ରବେଶ କରିବ। ରାତି ୧୧ ଟା ସମୟରୁ ୧୨ ଟା ୨୨ ଯାଏଁ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଘଟିବ।

ସେହିପରି ଚନ୍ଦ୍ର ଛାୟାରୁ ବାହାରିବା ଆରମ୍ଭ କରିବ ରାତି ୧୨ ଟା ୨୨ ମିନିଟରେ ଓ ଚନ୍ଦ୍ର ଛାୟାରୁ ପୁରାବାହାରିଯିବ ୧ ଟା ୨୬ ମିନିଟ ସମୟରେ। ଏହା ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା ଏବଂ ଆମେରିକା ତଥା ୟୁରୋପର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ଭାରତ ତଥା ଓଡିଶା କୁ ଏହା ଆରମ୍ଭରୁ ଶେଷ ଯାଏଁ ଦୃଶ୍ୟମାନ ହେବ। ଚନ୍ଦ୍ର ଗ୍ରହଣ ସମୟରେ ‘ଚନ୍ଦ୍ର ଓ ସୂର୍ଯ୍ୟ’ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ ଓ ଚନ୍ଦ୍ର ଗ୍ରହଣ ହୁଏ।

ସୂର୍ଯ୍ୟ କିରଣ ପୃଥିବୀର ବାୟୁମଣ୍ଡଳ ଦେଇ ଯିବାବେଳେ ଏହାର ସମସ୍ତ ଅପେକ୍ଷାକୃତ କମ୍ ‘ତରଙ୍ଗ ଦୈର୍ଘ୍ୟର ଆଲୋକ’, ଇନ୍ଦ୍ରଧନୁର ପ୍ରଥମ ୫ ଟି ରଙ୍ଗ ଯଥା ବାଇଗିଣି, ଘନ ନୀଳ, ନୀଳ, ସବୁଜ, ହଳଦିଆ ଆଦି ରଙ୍ଗର ଆଲୋକ ବାୟୁ ମଣ୍ଡଳରେ ପୂରାପୂରି ବିଚ୍ଛୁରିତ ହୋଇ ଯାଇଥାଏ, କିନ୍ତୁ ଅପେକ୍ଷାକୃତ ‘ଅଧିକ ତରଙ୍ଗ ଦୈର୍ଘ୍ୟର ଆଲୋକ’ ଯେପରି ନାରଙ୍ଗି ଓ ଲାଲ ରଙ୍ଗ ପୁରା ବିଚ୍ଛୁରିତ ନହୋଇ ବାୟୁ ମଣ୍ଡଳ ଭିତରେ ଗତିକରି ଚନ୍ଦ୍ରରେ ପଡ଼ିବା ଫଳରେ ଏହା ଲାଲ୍ ରଙ୍ଗ ଧାରଣ କରେ।

ପୂର୍ଣ୍ଣ ଗ୍ରହଣ ଗୋଟିଏ ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ। ଏହାର କୌଣସି ପ୍ରଭାବ ଆମ ଉପରେ ତଥା ପୃଥିବୀ ଉପରେ ନାହିଁ। ଆକାଶ ମେଘମୁକ୍ତ ରହିଲେ ଓଡିଶା ତଥା ଭାରତର ସବୁ ଅଞ୍ଚଳରୁ ଏହା ଖାଲି ଆଖିରେ ଦେଖିହେବ, ଏହି ସୁଯୋଗକୁ ହାତଛଡା ନକରିବା ପାଇଁ ଅନୁରୋଧ କରାଯାଇଛି। ଆସନ୍ତୁ, ସମସ୍ତେ ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା, ଏହାପଛରେ ଥିବା ବୌଜ୍ଞାନିକ କାରଣ ଗୁଡିକ ଜାଣିବା ଓ ସଚେତନ ହୋଇ ସମାଜରେ ଭରି ରହିଥିବା ଅନ୍ଧ ବିଶ୍ବାସ ଗୁଡିକ ଦୂର କରିବାରେ ସହାୟକ ହେବା ବୋଲି ଜନ ବିଜ୍ଞାନି ଡ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।