BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ଦଶନ୍ଧିର ସମସ୍ୟା ମାତ୍ର ୭ ଘଣ୍ଟାରେ ହେଲା ସମାଧାନ

ଭୁବନେଶ୍ୱର :- କେନ୍ଦ୍ରାପଡା ଜ଼ିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତେର ଗାଁର ସରୋଜକାନ୍ତ ସାହୁଙ୍କ ଝିଅ ସୁଶ୍ରୀ ସଂଗୀତା ସାହୁ ଭିନ୍ନକ୍ଷମ ପ୍ରମାଣପତ୍ର ନଥିବା ହେତୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଭତ୍ତା ଓ ଅନ୍ୟାନ୍ୟ ଯୋଜନାର ସୁଫଳ ପାଇବାରୁ ବହୁବର୍ଷ ଧରି ସୁଶ୍ରୀ ସଂଗୀତା ବଞ୍ଚିତ ହେଉଥିବା ଖବର ସାମାଜିକ ଗଣମାଧ୍ୟମ ଓ ଖବରକାଗଜ ମାଧ୍ୟମରୁ ଜାଣିଲା ପରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ସୁଶ୍ରୀ ସଂଗୀତାଙ୍କ ଆବଶ୍ୟକୀୟ ଡାକ୍ତରୀ ପରୀକ୍ଷା କରି ତୁରନ୍ତ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ କେନ୍ଦ୍ରାପଡା ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସୁଶ୍ରୀ ସଂଗୀତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ମାତ୍ର ୭ ଘଣ୍ଟା ମଧ୍ୟରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏକ ଦଶନ୍ଧିର ସମସ୍ୟାକୁ ମାତ୍ର କେଇ ଘଣ୍ଟା ମଧ୍ୟରେ ସମାଧାନ କରିଥିବାରୁ ସୁଶ୍ରୀ ସଂଗୀତାଙ୍କ ପରିବାର ଓ ମହାକାଳପଡ଼ାର ସମାଜସେବୀମାନେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି। ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ସାଧ୍ୟମତେ ଆନ୍ତରିକ ସାହାଯ୍ୟ-ସହଯୋଗ କରିବାପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।