କଟକ: ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଝାଡେଶ୍ୱରପୁର ପଞ୍ଚାୟତର ମଙ୍ଗିଗଡା ନିକଟସ୍ଥ ଏକ ଭଡ଼ା ଘରରେ ବୁଧବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ଘଟିଛି । ସୂଚନା ଅନୁଯାୟୀ, ଘରଟିରେ ଥିବା ଜଣେ ବ୍ୟକ୍ତି ବୋମା ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଘଟଣାରେ ଘରଟି ପୂରାପୂରି ଭୁସୁଡ଼ି ପଡ଼ିଛି ଓ ସେ ବ୍ୟକ୍ତି ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।
ଘଟଣା ସ୍ଥଳରେ ନେମାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେଠାରୁ ବିଭିନ୍ନ ପ୍ରକାର ବୋମା ତିଆରି ସାମଗ୍ରୀ, ଗୋଟିଏ ବାଇକ୍, ଗ୍ୟାସ୍ ଟାଙ୍କି ଓ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଘଟଣା ପଛରେ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଯୋଗ ଓ ଲିଙ୍କ୍ ଥିବା ଅନୁମାନ କରାଯାଉଛି । ଏହି ଅପ୍ରତ୍ୟାଶିତ ଘଟଣା ପରେ ଏଲାକାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ନିରାପତ୍ତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି ।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ