BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ମହିଳାଙ୍କ ପାଇଁ ସ୍ୱତନ୍ତ୍ର କୃଷି ଯନ୍ତ୍ରପାତି ନିର୍ଦ୍ଦେଶାବଳୀ ପ୍ରଣୟନ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ: ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାର ଲିଙ୍ଗଗତ ସମାନତା କୃଷି ବିଧିବ୍ୟବସ୍ଥା ନିମନ୍ତେ କର୍ମଶାଳା

ଭୁବନେଶ୍ୱର: ଓଡ଼ିଶାର କୃଷି କ୍ଷେତ୍ରକୁ ଅଧିକ ସମାବେଶୀ ଓ ମହିଳା କୈନ୍ଦ୍ରିକ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଭୁବନେଶ୍ୱରଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଆନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ସଂସ୍ଥାନ (IFPRI) ଏବଂ ଗେଟ୍ସ ଫାଉଣ୍ଡେସନର ମିଳିତ ସହଯୋଗରେ ‘ଜେଣ୍ଡର ରେସପନସିଭ୍ ସେଲ୍‌ର ସାଂଗଠନିକ ସୁଦୃଢ଼ୀକରଣ: ରୂପରେଖ ଓ କାର୍ଯ୍ୟପନ୍ଥା’ ଶୀର୍ଷକର ଏକ ପ୍ରାରମ୍ଭିକ କର୍ମଶାଳା ଅନୁଷ୍ଠିତ ହୋଇଛି। ଗତ ୨୯ ନଭେମ୍ବର ୨୦୨୫ରେ କୃଷି ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ଏହି ସେଲ୍‌ର ଶୁଭାରମ୍ଭ କରାଯାଇଥିଲା, ଯାହା ରାଜ୍ୟରେ ମହିଳା ନେତୃତ୍ୱାଧୀନ କୃଷି ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଏକ ଜ୍ୱଳନ୍ତ ନିଦର୍ଶନ। ଏହି ସେଲ୍ (GRC) ମାଧ୍ୟମରେ କୃଷି ବିଧିବ୍ୟବସ୍ଥାରେ ଲିଙ୍ଗଗତ ସମାନତାକୁ କେବଳ ଏକ ଆନୁଷଙ୍ଗିକ ବିଷୟ ନକରି ଏହାକୁ ବିଭାଗର ମୂଳ କାର୍ଯ୍ୟଶୈଳୀରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଗତ ବର୍ଷ ଏହି ସେଲ୍‌ର ପ୍ରତିଷ୍ଠା ଓଡ଼ିଶାର କୃଷି ସଂସ୍କାର କ୍ଷେତ୍ରରେ ଏକ ଦୃଢ଼ ସଙ୍କେତ ଥିଲା। ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ଯେଉଁଠି ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ କୃଷି ଯନ୍ତ୍ରପାତି ବନାଯିବା ନେଇ ଏକ ନିର୍ଦ୍ଦେଶାବଳୀ ପ୍ରଣୟନ କରାଯାଇଛି। ଆଜିର ଏହି କର୍ମଶାଳା ସେହି ପ୍ରତିବଦ୍ଧତାକୁ ବାସ୍ତବ ରୂପ ଦେବା ଏବଂ ଗବେଷଣାଲବ୍ଧ ଜ୍ଞାନକୁ କୃଷକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନାରେ ପ୍ରୟୋଗ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମହିଳା ଏବଂ ଶିଶୁ ବିକାଶ ବିଭାଗର କମିଶନର-ତଥା-ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଆନ୍ତଃବିଭାଗୀୟ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଲିଙ୍ଗଗତ ସମ୍ବେଦନଶୀଳ କକ୍ଷ ମାଧ୍ୟମରେ କୃଷି, ମହିଳା ଏବଂ ଶିଶୁ ବିକାଶ ଏବଂ ତଥ୍ୟ ବ୍ୟବସ୍ଥାରେ ସମନ୍ୱୟ ପାଇଁ ସୁଯୋଗ ସୃଷ୍ଟି ହେବ, ଯାହାକି ମହିଳା ନେତୃତ୍ୱାଧୀନ ବିକାଶକୁ ତ୍ୱରାନ୍ୱିତ କରି ସଫଳ ରୂପାୟନ ଦିଗରେ ସାହାଯ୍ୟ କରିବ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଏହାକୁ ଏକ ପ୍ରଶାସନିକ ସଂସ୍କାର ଭାବେ ଅଭିହିତ କରି କହିଛନ୍ତି ଯେ, ଆଜିର ଏହି କର୍ମଶାଳା GRCର ପରିକଳ୍ପନାକୁ କାର୍ଯ୍ୟକ୍ଷମ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହାଦ୍ୱାରା କୃଷି ବିଧିବ୍ୟବସ୍ଥା ଅଧିକ ଉତ୍ତରଦାୟୀ ଓ ତଥ୍ୟ-ଭିତ୍ତିକ ହୋଇପାରିବ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ଯେ, କୃଷିର ରୂପାନ୍ତରଣ ପାଇଁ ଶିକ୍ଷା ଓ ଗବେଷଣାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ GRC ନୀତି ପ୍ରଣୟନକାରୀ ଓ ଗବେଷକଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରିବ। IFPRI-ଦକ୍ଷିଣ ଏସିଆର ନିର୍ଦ୍ଦେଶକ ଡକ୍ଟର ଶାହିଦୁର ରସିଦ ଓଡ଼ିଶା ସରକାରଙ୍କ ଏହି ପ୍ରୟାସକୁ ପ୍ରଶଂସା କରି କହିଛନ୍ତି ଯେ, ଏହି ପଦକ୍ଷେପ ଆଗାମୀ ଦିନରେ ଅନ୍ୟ ରାଜ୍ୟ ଏବଂ ଦକ୍ଷିଣ ଏସିଆର ଦେଶଗୁଡ଼ିକ ପାଇଁ ଏକ ଦୃଷ୍ଟାନ୍ତ ସାଜିବ।

ଏହି କର୍ମଶାଳାରେ ଦୁଇ ସଫଳ ମହିଳା “ମିଲେଟ ରାଣୀ” ଡଃ ରାଇମତି ଘିଉରିଆ, ଯିଏ କି ମାଣ୍ଡିଆ ତଥା ବିଭିନ୍ନ ଶସ୍ୟର ପାରମ୍ପରିକ ପ୍ରଜାତିର ସଫଳ ସଂରକ୍ଷଣ ଏବଂ ଚାଷରେ ପାରଦର୍ଶିତା ଲାଭ କରିଛନ୍ତି ଏବଂ କୃଷି ଯନ୍ତ୍ରପାତିର ବ୍ୟବହାର, ପରିଚାଳନା ଏବଂ ମରାମତିରେ ପାରଦର୍ଶିତା ଲାଭ କରିଥିବା ଶ୍ରୀମତୀ ରୀନା ବେହେରାଙ୍କୁ ସମ୍ମାନିତ କରାଯାଇଛି। ଆୟୋଜିତ କର୍ମଶାଳାରେ ଜଳବାୟୁ ପରିବର୍ତ୍ତନ, କୃଷି ଯାନ୍ତ୍ରୀକିକରଣରେ ମହିଳାଙ୍କ ଭାଗିଦାରୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦକ ସଂଗଠନର ସଫଳ ମହିଳା ନେତ୍ରୀମାନେ ନିଜର ଅନୁଭୂତି ବାଣ୍ଟିଥିଲେ। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, ପୂର୍ବତନ କେନ୍ଦ୍ର ସଚିବ ଶ୍ରୀ ଟି. ନନ୍ଦ କୁମାରଙ୍କ ସମେତ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଅନୁଷ୍ଠାନର ବୈଜ୍ଞାନିକ ଓ ଗବେଷକମାନେ ଯୋଗଦାନ କରିଥିଲେ।