BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

OS-CIT ଆଧାରିତ IT ପ୍ରଶିକ୍ଷଣ ଆରମ୍ଭ କଲେ କେନ୍ଦ୍ର ସଚିବ: ୩୧୪ ବ୍ଲକ୍‌ରୁ ୨,୭୧୧ PACSର ୫,୪୨୨ ଅଧିକାରୀଙ୍କ ଯୋଗଦାନ

ଭୁବନେଶ୍ୱର : ରାଜ୍ୟର ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ ଡିଜିଟାଲ୍ ଭାବେ ସୁଦୃଢ଼ କରିବା ଉଦ୍ଦେଶ୍ୟରେ “ଓଏସ-ସିଆଇଟି (OS-CIT) ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମ ଭୁବନେଶ୍ୱରର ଲୋକସେବା କନଭେନସନ ହଲ୍‌ରେ ୧୨ ଫେବୃଆରୀ, ଗୁରୁବାର ଦିନ ଶୁଭାରମ୍ଭ ହୋଇଛି।

କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ସଚିବ ଡଃ ଆଶିଷ କୁମାର ଭୂଟାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ସେ କହିଥିଲେ ଯେ, ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ହେଉଛି ଗ୍ରାମୀଣ ଅର୍ଥନୀତିର ମୂଳ ଆଧାର। ସେଠାରେ କାମ କରୁଥିବା କର୍ମଚାରୀମାନଙ୍କ ଡିଜିଟାଲ୍ ଦକ୍ଷତା ବୃଦ୍ଧି ପାଇଲେ ସମିତିଗୁଡ଼ିକର କାର୍ଯ୍ୟପ୍ରଣାଳୀ ଅଧିକ ପାରଦର୍ଶୀ ଓ କାର୍ଯ୍ୟକ୍ଷମ ହେବ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଶେଷତ୍ୱ ଥିଲା ଯେ, ରାଜ୍ୟର ସମସ୍ତ ୩୧୪ଟି ବ୍ଲକ୍‌ରୁ ୨,୭୧୧ଟି ପ୍ରାଥମିକ କୃଷି ସମବାୟ ସମିତିର ମୋଟ ୫,୪୨୨ ଅଧିକାରୀ ଓକେସିଏଲ୍ (OKCL)ର ସ୍ୱୀକୃତିପ୍ରାପ୍ତ ଶିକ୍ଷା କେନ୍ଦ୍ରଗୁଡ଼ିକରେ ଉପସ୍ଥିତ ହୋଇ ଅନଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ପ୍ରାରମ୍ଭିକ ଉଦ୍‌ବୋଧନ ଦେଇ ଏହି ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ସେ କହିଥିଲେ ଯେ ଡିଜିଟାଲ୍ ରେକର୍ଡ ରଖିବା, ଆର୍ଥିକ ପରିଚାଳନା ଓ ପ୍ରଶାସନିକ ପାରଦର୍ଶିତା ବୃଦ୍ଧି ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଆବଶ୍ୟକ।

ଏହି ଅବସରରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସିଦ୍ଧାର୍ଥ ଜୈନ (ଭାପ୍ରସେ), କେନ୍ଦ୍ର ସମବାୟ ନୀତି ବିଭାଗର ନିର୍ଦ୍ଦେଶକ ଶ୍ରୀ ମୁକେଶ କୁମାର, ଓମଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ (ଭାପ୍ରସେ) ଏବଂ ସ୍ୱତନ୍ତ୍ର ଶାସନ ସଚିବ (ଓକାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ) ଡଃ ପ୍ରଦୀପ କୁମାର ରାଉତ ଉପସ୍ଥିତ ଥିଲେ।

ଓକେସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଡଃ ମନୋରଞ୍ଜନ ପୁଥାଲ OS-CIT ପ୍ରଶିକ୍ଷଣର ପାଠ୍ୟକ୍ରମ ଓ ଗଠନ ବିଷୟରେ ତଥ୍ୟ ଦେଇଥିଲେ। ପ୍ରଶିକ୍ଷଣରେ ମୌଳିକ ଡିଜିଟାଲ୍ ଜ୍ଞାନ, ଇ-ଗଭର୍ଣ୍ଣସ ପୋର୍ଟାଲ୍ ବ୍ୟବହାର, କୃତ୍ରିମ ବୁଦ୍ଧିମତ୍ତା (AI) ସଚେତନତା, ସାଇବର ସୁରକ୍ଷା ଓ ଅଫିସ୍ ପ୍ରବନ୍ଧନ ଉପକରଣ ସମ୍ମିଳିତ ଅଛି ବୋଲି ସେ ଉପସ୍ଥାପନା କରିଥିଲେ।

ସର୍ବଶେଷରେ ସମବାୟ ସମିତି ସମୂହର ନିବନ୍ଧକ  ସିଦ୍ଧାର୍ଥ ଦାସ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତି ଘୋଷଣା କରିଥିଲେ। କାର୍ଯ୍ୟକ୍ରମଟି ଓକେସିଏଲ୍‌ର ବରିଷ୍ଠ ସାଧାରଣ ପରିଚାଳିକା ସିଏସ୍ ସସ୍ମିତା ପଣ୍ଡାଙ୍କ ଦ୍ୱାରା ସୁଚାରୁ ଭାବେ ପରିଚାଳିତ ହୋଇଥିଲା।

ଏହି ପ୍ରଶିକ୍ଷଣ ମାଧ୍ୟମରେ ପ୍ରାଥମିକ କୃଷି ସମବାୟ ସମିତିର ଅଧିକାରୀମାନେ ଆଧୁନିକ ଡିଜିଟାଲ୍ ପ୍ରଣାଳୀ ବ୍ୟବହାର କରି ରାଜ୍ୟର କୃଷକମାନଙ୍କୁ ଦ୍ରୁତ ଓ ପାରଦର୍ଶୀ ସେବା ପ୍ରଦାନ କରିପାରିବେ ବୋଲି ଆଶା କରାଯାଉଛି। ସରକାରୀ ପ୍ରଶାସନରେ ଡିଜିଟାଲ୍ ପରିବର୍ତ୍ତନ ଆଣିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ।