ଆଜିର ଖବର – ତାରିଖ:୧୨/୦୨/୨୬, ଗୁରୁବାର
୧-ଆଜି ୧୨ ଘଣ୍ଟିଆ ଧର୍ମଘଟ, ଅଖ ଚକ ବନ୍ଦ କରିବେ କେନ୍ଦ୍ରୀୟ ଶ୍ରମିକ ସଂଗଠନ,ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା ଓ ପରିବହନ।
୨-ଧର୍ମଘଟ ପାଇଁ ସୁରକ୍ଷା ବଢ଼ିଲା: ସାଢେ଼ ୯ଟା ସୁଦ୍ଧା କାର୍ଯ୍ୟାଳୟ ଆସିବେ ସରକାରୀ କର୍ମଚାରୀ।
୩-କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ: ‘ଜନଗଣ ମନ’ ପୂର୍ବରୁ ଗାନ ହେବ,’ବନ୍ଦେ ମାତରଂ ‘
୪-PUCCକୁ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା; କହିଲେ ଟୋଲ୍ ଗେଟରେ ଫାଇନ୍ କମାଇବା ପାଇଁ ଚାଲିଛି ଯୋଜନା।
୫-କଟକର ଟ୍ରାଫିକ୍ ସମସ୍ୟା ସମାଧାନ ପାଇଁ ଆଉଟର ରିଙ୍ଗ୍ରୋଡ୍, ରାଜ୍ୟ ରାଜପଥ ୪ ଲେନ୍ ନିର୍ଦ୍ଦେଶ।
୬-ନିଳାଦ୍ରି ବିହାର: ତ୍ରିକୋଣୀୟ ପ୍ରେମରୁ ଯୁବକକୁ ହତ୍ୟା ମାମଲା,ଦିନେଶ ଗିରଫ,ପ୍ରେମିକା ଲିଜା ମୁଖ୍ୟ ସାକ୍ଷୀ।
୭-ଏପ୍ରିଲରୁ ଆରମ୍ଭ ହେବ ଭୁବନେଶ୍ବର ବାଇପାସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ, ଟ୍ରାଫିକ ଯନ୍ତ୍ରଣାରୁ ମିଳିବ ମୁକ୍ତି।
୮-ରାୟଗଡ଼ା,ପିତାମହଲ ଅଞ୍ଚଳ:ସଟସର୍କିଟରୁ ହୁତୁହୁତୁ ହୋଇ ଜଳିଗଲା ବ୍ୟାଟେରୀ ଚାଳିତ ସ୍କୁଟି।
୯-ସୁନ୍ଦରଗଡ, ଲହୁଣୀପଡ଼ା:ଛାତ୍ରୀଙ୍କୁ ଦୁଷ୍କର୍ମ କରି ସାହିତ୍ୟ ସାର୍ ତାପସ ବାଡାଇ ଗିରଫ, କାହାକୁ ନକହିବାକୁ ଦେଉଥିଲେ ଧମକ।
୧୦-ସମ୍ବଲପୁରରେ ହେବ ଏମ୍ସ:ଅଜୟ ଆଲୋକ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା।
୧୧-ଉପକୂଳରେ କମିଲା ଶୀତ, ସପ୍ତାହେ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ।
୧୨-ଅନୁଗୁଳ:ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ ସୁବ୍ରତ ବେହେରା, ନିଜ ଦରମା ବଢ଼ାଇ ରାଜକୋଷରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଲୁଟି ଥିଲେ।
୧୩-ମୁମ୍ବାଇ: ଇଂଲଣ୍ଡକୁ ୩୦ ରନ୍ ରେ ହରାଇଲା ଓ୍ବେଷ୍ଟ ଇଣ୍ଡିଜ୍
୧୪-ଟି୨୦ ବିଶ୍ବ କପ୍ ରେ ଡବଲ ସୁପର ଓଭର: ଆଫଗାନିସ୍ତାନକୁ ହରାଇଲା ଦକ୍ଷିଣ ଆମେରିକା।
୧୫-ନୂଆ ଦିଲ୍ଲୀ:ଆଜି ଭାରତ -ନାମ୍ବିଆ ମୁକାବିଲା ସଂଧ୍ୟା ୭ଟାରେ।
୧୬-ଟାଟାର କମ୍ପାନିକୁ ପଛରେ ପକାଇ SBI ହେଲା ଦେଶର ଚତୁର୍ଥ ସବୁଠୁ ବଡ଼ କମ୍ପାନି।
୧୭-ରାଞ୍ଚି:ପେପରଲେସ୍ ହେବ ବିଧାନସଭା, ମନ୍ତ୍ରୀ , ବିଧାୟକଙ୍କୁ ମିଳିବ ଟାବଲେଟ୍।
୧୮-ନୂଆ ଦିଲ୍ଲୀ: ଭୁଲ୍ ଚୁଟି କଟା ପାଇଁ ୨ କୋଟି କ୍ଷତି ପୂରଣ,୨୫ ଲକ୍ଷକୁ ହ୍ରାସ କଲେ ସୁପ୍ରିମକୋର୍ଟ।
୧୯-ଆମେରିକା-ଭେନେଜୁଏଲାରୁ ଆସିବ ତେଲ, ଭାରତୀୟ ତୈଳ କମ୍ପାନିଗୁଡ଼ିକୁ ସରକାରଙ୍କ ଅନୁମତି।
୨୦-ମହାକାଶରୁ ଶତ୍ରୁ ଉପରେ ନଜର : ସ୍ୱଦେଶୀ ଉପଗ୍ରହ ପ୍ରଯୁକ୍ତିରେ ଭାରତର ବଡ଼ ସଫଳତା