BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସିନେକ୍ରିଟିକ ପକ୍ଷରୁ ‘ଲତା ନାଇଟ୍-୨୦୨୬’: ସଙ୍ଗୀତ ମାଧ୍ୟମରେ ସ୍ୱର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତର ଅଗ୍ରଗଣ୍ୟ କଣ୍ଠଶିଳ୍ପୀ ତଥା ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଏକ ମନୋଜ୍ଞ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା ସିନେକ୍ରିଟିକ ଆସୋସିଏସନ’, ‘ସଂସ୍କୃତି ଓ ସଂସ୍କୃତି’ ଏବଂ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଲତା ନାଇଟ୍-୨୦୨୬’ କାର୍ଯ୍ୟକ୍ରମରେ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ଏହି ଉତ୍ସବରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ମହାବୋଧ ସୋସାଇଟିର ସମ୍ପାଦକ ଡକ୍ଟର ସୌରେନ୍ଦ୍ର କୁମାର ମହାପାତ୍ର ଏବଂ ‘କାଦମ୍ବିନୀ’ର ସମ୍ପାଦିକା ଡକ୍ଟର ଇତି ସାମନ୍ତ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ସିନେ ସମୀକ୍ଷକ ଦିଲ୍ଲୀପ ହାଲି କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ। ଅତିଥିମାନେ ସେମାନଙ୍କ ଅଭିଭାଷଣରେ ଲତା ମଙ୍ଗେସକରଙ୍କୁ ସଙ୍ଗୀତ ଜଗତର ଜଣେ କାଳଜୟୀ ସ୍ରଷ୍ଟା ଭାବେ ବର୍ଣ୍ଣନା କରିଥିଲେ ଏବଂ ତାଙ୍କର ସଙ୍ଗୀତ ଯୁଗେ ଯୁଗେ ଅମର ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ପ୍ରତିଭାବାନ କଣ୍ଠଶିଳ୍ପୀ ଶର୍ମିଳା ସିଂଙ୍କୁ ୨୦୨୬ ବର୍ଷ ପାଇଁ ସମ୍ମାନଜନକ ‘ଲତା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହା ସହିତ କଳା ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବେହେରାଙ୍କୁ ଚିତ୍ତାକର୍ଷକ ମଞ୍ଚସଜ୍ଜା ନିମନ୍ତେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗୀତ ସନ୍ଧ୍ୟାରେ ରାଜ୍ୟର ଜଣାଶୁଣା କଣ୍ଠଶିଳ୍ପୀ ଶୈଳଭାମା, ଅଦ୍ୟାଶା ଦାସ, ଛନ୍ଦା ମିଶ୍ର, ପ୍ରୀତିନନ୍ଦା, ପ୍ରତିଭା ପ୍ରଧାନ, କୁମାର ବିଷ୍ଣୁ, ରୀତିକା ରିମ୍‌ଝିମ୍, ସିଦ୍ଧାନ୍ତ ଶତପଥୀ, ଆଶିଷ ଦତ୍ତ, ଦେବାଂଶୀ ନାୟକ, ତନୟ ତ୍ରିପାଠୀ ଓ ଶୁଭ୍ରାଂଶୁ ପ୍ରମୁଖ ଲତାଙ୍କ ଅନେକ ଲୋକପ୍ରିୟ ଗୀତ ପରିବେଷଣ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଉଦୀୟମାନ ଭାଓଲିନ୍ ବାଦକ ରାକେଶ ବିଶ୍ୱାଳ ଭାଓଲିନ୍ ମାଧ୍ୟମରେ ଲତାଙ୍କ କାଳଜୟୀ ସଙ୍ଗୀତର ସ୍ୱର ବାଦନ କରି ସନ୍ଧ୍ୟାକୁ ଅଧିକ ରୁଦ୍ଧିମନ୍ତ କରିଥିଲେ।

କାର୍ଯ୍ୟକ୍ରମକୁ ଗୁଲ୍‌ସନ୍ ଓ ନଦୀମ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନ ପକ୍ଷରୁ ରୁଦ୍ର ପ୍ରସାଦ ମହାରଥୀ, ଲୁଟୁ ମହାନ୍ତି, ରବୀନ୍ଦ୍ର ବିଶ୍ୱାଳ, ଡକ୍ଟର ତନ୍ମୟ ସ୍ୱାଇଁ ଏବଂ ମଣ୍ଡୁ ସିଂହ ପ୍ରମୁଖ ପରିଚାଳନା କରିଥିଲେ। ସଙ୍ଗୀତ ଓ ଶ୍ରଦ୍ଧାଞ୍ଜଳିର ଏହି ମହାସମିଳନୀରେ ସହରର ବହୁ ସଙ୍ଗୀତପ୍ରେମୀ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସ୍ୱର ସାମ୍ରାଜ୍ଞୀଙ୍କ ପ୍ରତି ସମ୍ମାନ ଜଣାଇଥିଲେ।