BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମତ୍ସ୍ୟ ପ୍ରାଣୀ ସମାବେଶରେ ରାଜ୍ୟ ମାଛ – ମହାନଦୀ ମହାସୀର

ଭୁବନେଶ୍ଵର : ମତ୍ସ୍ୟ ପ୍ରାଣୀ ସମାବେଶରେ ପ୍ରମୁଖ ଆକର୍ଷଣ ସାଜିଛି ଓଡ଼ିଶାର ରାଜ୍ୟ ମାଛ – ମହାନଦୀ ମହସୀର। ଏହାର ବୈଜ୍ଞାନିକ ନାମ ହେଉଛି “ଟର୍ ମହାନଦୀକସ”। କେବଳ ମହାନଦୀରେ ଦେଖାଯାଉଥିବା ଏହି ମାଛ ଏକ ଶକ୍ତିଶାଳୀ ଶିକାରୀ ମାଛ ଭାବେ ପରିଚିତ । ପଶ୍ଚିମ ଓଡ଼ିଶାରେ ଏହାକୁ ଲୋକେ “ମହାସୋଲ” ନାମରେ ଜାଣନ୍ତି।

ମହାନଦୀର ଉପର ମୁଣ୍ଡରେ ଦେଖାଯାଉଥିବା ଏହି ମାଛ ଆମ ଐତିହ୍ୟର ପ୍ରତୀକ । ନଦୀ ଜଳ ପ୍ରଦୂଷଣ ଏବଂ ବାସସ୍ଥାନ କ୍ଷତି ଯୋଗୁଁ ଏହି ମାଛର ବଂଶ ବର୍ତ୍ତମାନ ସଙ୍କଟରେ। ତେଣୁ, ଏହାର ସଂରକ୍ଷଣ ତଥା ବଂଶ ବୃଦ୍ଧି ନିମନ୍ତେ ଆମ ରାଜ୍ୟର ମତ୍ସ୍ୟ ନିର୍ଦ୍ଦେଶାଳୟ ଏବଂ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ରେସ୍ ୱାଟର୍ ଆକ୍ୱାକଲଚର୍ (ସିଫା) ମଧ୍ୟରେ ଗତ ବର୍ଷ ନଭେମ୍ବର ମାସରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ମାଛକୁ ଦେଖିବା ପାଇଁ ସମସ୍ତେ ବ୍ୟଗ୍ର ଥିବା ଦେଖିବାକୁ ମିଳିଛି।