BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପର୍ଯ୍ୟଟନ ସ୍ଥଳିଗୁଡିକରେ ବ୍ୟାପକ ସ୍ୱଚ୍ଛତା ଓ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

  • ପ୍ରମୁଖ ଐତିହ୍ୟ ଓ ଧାର୍ମିକ ସ୍ଥଳୀଗୁଡ଼ିକର ବିକାଶ ଓ ସୁରକ୍ଷା ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ*ସ୍ୱଚ୍ଛତା, ଡ୍ରେନେଜ୍ ଓ ଜଳସ୍ରୋତର ରକ୍ଷାବେକ୍ଷଣ ନେଇ ଆଲୋଚନା

  • ପର୍ଯ୍ୟଟକ ସୁବିଧା ବୃଦ୍ଧି ପାଇଁ ଗାଇଡ୍, ଇଣ୍ଟରପ୍ରେଟେସନ୍ ସେଣ୍ଟର ଓ ରାମ୍ପ ବ୍ୟବସ୍ଥା

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କେଦାରଗୌରୀ, ଖଣ୍ଡଗିରି, କପିଳେଶ୍ୱର ଓ ମୁକ୍ତେଶ୍ୱର ପରି ପ୍ରମୁଖ ଐତିହ୍ୟ ଓ ଧାର୍ମିକ ସ୍ଥଳୀଗୁଡ଼ିକର ସାମଗ୍ରିକ ବିକାଶ, ସୁରକ୍ଷା ଏବଂ ପର୍ଯ୍ୟଟନ ପରିଚାଳନା ନେଇ ଆଲୋଚନା ହୋଇଯାଇଛି ।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ସ୍ଥଳିଗୁଡିକରେ ବ୍ୟାପକ ସ୍ୱଚ୍ଛତା ଓ ସଚେତନତା ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଐତିହ୍ୟ ସୁରକ୍ଷା, ପର୍ଯ୍ୟଟନ ପ୍ରୋତ୍ସାହନ ଓ ପରିବେଶ ସୁରକ୍ଷା ଏକା ସାଥିରେ ଆଗେଇ ନିଆଯିବା ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି।

ବୈଠକରେ ମନ୍ଦିର ପରିସରରେ ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟବସ୍ତୁ ପରିଚାଳନା, କୁଣ୍ଡ ଓ ଜଳାଶୟଗୁଡ଼ିକର ଡିସିଲ୍ଟିଂ ଓ ପୁନରୁଦ୍ଧାର, ଡ୍ରେନେଜ୍ ବ୍ୟବସ୍ଥାର ସୁଧାର, ଏବଂ ଜଳସ୍ରୋତର ରକ୍ଷଣବେକ୍ଷଣ ଉପରେ ଗଭୀର ଆଲୋଚନା କରାଯାଇଥିଲା। ମନ୍ଦିର ଟ୍ରଷ୍ଟ ଓ ସଂପୃକ୍ତ ସ୍ଥାନୀୟ ସଂସ୍ଥାଙ୍କ ଅଧୀନରେ ଡ୍ରେନେଜ୍, ପମ୍ପିଂ ଓ ରକ୍ଷଣବେକ୍ଷଣ କାର୍ଯ୍ୟ ପାଇଁ ସ୍ଥାନ ପରିଦର୍ଶନ କରି ଏକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ସହ ଆବଶ୍ୟକ ବୈଷୟିକ ଦଳ ନିଯୁକ୍ତ କରିବାକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ପର୍ଯ୍ୟଟନ ବିଭାଗ, ବିଏମସି (BMC), ଏସଆଇ (ASI), ଏଣ୍ଡୋୱମେଣ୍ଟ ବିଭାଗ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖି ସ୍ୱଚ୍ଛତା, ଜଳର ଗୁଣବତ୍ତା ଏବଂ ସ୍ମାରକଗୁଡ଼ିକର ନିୟମିତ ରକ୍ଷାବେକ୍ଷଣ ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ଥିବା ସ୍ଥାନଗୁଡ଼ିକରେ ସଫେଇ ଓ ପମ୍ପିଂ କାର୍ଯ୍ୟ ପ୍ରାଥମିକତା ଭିତ୍ତିରେ କରାଯିବ।

ପର୍ଯ୍ୟଟକମାନଙ୍କର ସୁଖଦ ଅନୁଭୂତି ପାଇଁ ପ୍ରଶିକ୍ଷିତ ଗାଇଡ୍ ନିଯୁକ୍ତି ମାଧ୍ୟମରେ ଐତିହ୍ୟ ଓ ସଂସ୍କୃତି ସମ୍ପର୍କିତ ସୂଚନା ପ୍ରଦାନ କରିବା, ସହିତ ଇଣ୍ଟରପ୍ରେଟେସନ୍ ସେଣ୍ଟରଗୁଡ଼ିକର ସୁଚାରୁ ପରିଚାଳନା ଏବଂ ରାମ୍ପ ସହିତ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୃଷ୍ଟି କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏଥି ସହିତ ପର୍ଯ୍ୟଟନ ସ୍ଥଳରେ ଐତିହାସିକ ଏବଂ ସାଂସ୍କୃତିକ ସୂଚନା ପ୍ରସାରଣ ପାଇଁ ତାଲିମପ୍ରାପ୍ତ ଗାଇଡମାନଙ୍କୁ ନିୟୋଜିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଭବିଷ୍ୟତରେ ବ୍ୟାଖ୍ୟାନ କେନ୍ଦ୍ରଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଏବଂ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ରାମ୍ପ ଏବଂ ସାର୍ବଜନୀନ ସୁଗମତା ସୁବିଧା ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହି ବୈଠକରେ ପର୍ଯ୍ୟଟନ ବିଭାଗର କମିଶନର-କମ୍-ସଚିବ, ଶ୍ରୀ ବଳବନ୍ତ ସିଂହ, ଏଣ୍ଡୋୱମେଣ୍ଟ କମିଶନ ଶ୍ରୀ ଲଲତେନ୍ଦୁ ଜେନା, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଗୃହ ଓ ସହର ଉନ୍ନୟନ ବିଭାଗର ଅତିରିକ୍ତ ସଚିବଶ୍ରୀ ସତ୍ରୁଘ୍ନ କର, ଭୁବନେଶ୍ୱର ମହାନଗର ନିଗମ (BMC) କମିଶନରଶ୍ରୀ ଚଞ୍ଚଳ ରାଣା, ଭୁବନେଶ୍ୱର ପ୍ରତ୍ନତତ୍ତ୍ୱ ବିଭାଗ (ASI) ପ୍ରତିନିଧି ଡ଼. ମନୋରଞ୍ଜନ ସାହୁ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ଖୋର୍ଦ୍ଧା ଉପଜିଲ୍ଲାପାଳ ଡ଼. ମନୋରଞ୍ଜନ ସାହୁ , ଏବଂ ବିଧାୟକ ଏକାମ୍ର, ଶ୍ରୀ ବାବୁ ସିଂହଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ବୈଠକରେ ଉପସ୍ଥିତ ଥିଲେ।