BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସୃଜନଶୀଳତା, ସାମାଜିକ ଦୃଷ୍ଟିକୋଣ ଓ ସାହସୀ ଲେଖନୀ ମାଧ୍ୟମରେ ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ବ୍ୟାସକବି ଫକୀର ମୋହନ ସେନାପତି

ଓଡ଼ିଆ ସାହିତ୍ୟର ଜନକ ଫକୀର ମୋହନ ସେନାପତିଙ୍କ ସ୍ମୃତିରେ ଉତ୍କଳ ବିଶ୍ବ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଥିବା ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସାମାଜିକ ଚେତନାର ବିକାଶରେ ଯାହାଙ୍କ ଅବଦାନ ଅତୁଳନୀୟ, ସେହି ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀର ମୋହନ ସେନାପତି ନିଜ ସୃଜନଶୀଳତା, ସାମାଜିକ ଦୃଷ୍ଟିକୋଣ ଓ ସାହସୀ ଲେଖନୀ ମାଧ୍ୟମରେ ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ। ଇଂରେଜ ଶାସନକାଳରେ ଭାଷାଗତ ଅବହେଳା, ସାମାଜିକ କୁପ୍ରଥା ଓ ଅନ୍ୟାୟ ବିରୋଧରେ ସେ ତାଙ୍କ ଲେଖନୀକୁ ଅସ୍ତ୍ର ଭାବେ ବ୍ୟବହାର କରି ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ଓଡ଼ିଆ ଭାଷାର ସ୍ୱାଭିମାନ, ସାମାଜିକ ସତ୍ୟ ଓ ମାନବିକ ମୂଲ୍ୟବୋଧକୁ ନିଜ ସାହିତ୍ୟ ମାଧ୍ୟମରେ ଉଜାଗର କରି ସେ ଓଡ଼ିଶାର ସାହିତ୍ୟ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଥିଲେ। ତାଙ୍କର ସାହିତ୍ୟକ ଅବଦାନ ଓ ଭାଷା ପ୍ରତି ସମର୍ପଣ ଆଜି ମଧ୍ୟ ଓଡ଼ିଆ ଜାତି ପାଇଁ ଏକ ଅମୂଲ୍ୟ ପ୍ରେରଣା ସ୍ରୋତ ରୂପେ ରହିଛି।

ଆଜି ସେହି ମହାନ ସାହିତ୍ୟକଙ୍କ ଜୟନ୍ତୀ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି । ଉତ୍କଳ ବିଶ୍ବ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଥିବା ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁର୍‌ବୀର୍‌ ସିଂ, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଉପ ନିର୍ଦ୍ଦେଶକ ଶ୍ରୀ ଅଶ୍ଵିନୀ କୁମାର ଭୋଇ, ରାଜ୍ୟସ୍ତରୀୟ ବ୍ୟାସ କବି ଫକୀର ମୋହନ ସ୍ମୃତି ସଂସଦର ସଭାପତି ଶ୍ରୀ ଜୀବନ କୁମାର ମହାପାତ୍ର, ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଶ୍ରୀ ଭାଗବତ ଦାସ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କ ସହ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀଙ୍କ ସହ ଓଡ଼ିଆ ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ସାମାଜିକ–ସାଂସ୍କୃତିକ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ରହି ମହାନ ସାହିତ୍ୟକଙ୍କ ସ୍ମୃତିଚାରଣ କରିଥିଲେ।

ଫକୀର ମୋହନ ସେନାପତିଙ୍କ ସାହିତ୍ୟକ ଦର୍ଶନ, ସାମାଜିକ ସଚେତନତା ଓ ଭାଷାଭିତ୍ତିକ ସଂଗ୍ରାମ ଓଡ଼ିଆ ଜାତିର ଚେତନାକୁ ସଦା ସଜାଗ ରଖିବ ବୋଲି ଉପସ୍ଥିତ ବକ୍ତିବିଶେଷ ମତବ୍ୟକ୍ତ କରିଥିଲେ।