BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବିଶିଷ୍ଟ ଶିକ୍ଷାବିତ୍ ବାମଦେବ ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ: ସ୍ମରଣିକା ‘ଶ୍ରଦ୍ଧାଞ୍ଜଳି’ ଲୋକାର୍ପିତ

ପୁରୀ : ଉତ୍କଳ ବିଶ୍ୱବିଦ୍ୟାଳୟର ଅନ୍ୟତମ ପୁରାତନ ଛାତ୍ର, ବିଶିଷ୍ଟ ଶିକ୍ଷାବିତ୍ ତଥା ରସାୟନ ବିଜ୍ଞାନ ପ୍ରଫେସର ଶ୍ରୀ ବାମଦେବ ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ତାଙ୍କ ପୁରୀସ୍ଥିତ ବାସଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ଦାଶଙ୍କ ସ୍ମୃତି ଚାରଣ କରାଯିବା ସହ ଏକ ସ୍ମରଣିକା ପ୍ରକାଶ ପାଇଛି । ଗତ ୩୧ ଡିସେମ୍ବର ୨୦୨୪ରେ ଶ୍ରୀ ଦାଶ ଇହଧାମ ପରିତ୍ୟାଗ କରିଥିଲେ । ତାଙ୍କ ବିୟୋଗରେ ଶିକ୍ଷା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି । ଆଜିର ଏହି ଶ୍ରାଦ୍ଧବାର୍ଷିକୀ ସମାରୋହରେ ବହୁ ବୁଦ୍ଧିଜୀବୀ, ଛାତ୍ର ଏବଂ ପରିବାରବର୍ଗ ଯୋଗଦେଇ ତାଙ୍କର ଆଦର୍ଶ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ସମର୍ପଣ ଭାବକୁ ମନେ ପକାଇଥିଲେ

ମେଧାବୀ ଛାତ୍ରରୁ ଦକ୍ଷ ପ୍ରଶାସକ

୧୯୩୫ ମସିହାରେ ପୁରୀ ଜିଲ୍ଲା ବଳଙ୍ଗା ଅନ୍ତର୍ଗତ ଢିଅସାହି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଦାଶ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ । ସେ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର (MSc) ଡିଗ୍ରୀ ପ୍ରଥମ ଶ୍ରେଣୀରେ ହାସଲ କରିଥିଲେ । ନିଜର ଚାରି ଦଶନ୍ଧିରୁ ଅଧିକ ସମୟର ଅଧ୍ୟାପନା ଜୀବନ ମଧ୍ୟରେ ସେ ରେଭେନ୍ସା ମହାବିଦ୍ୟାଳୟ, ଏସ.ସି.ଏସ (SCS) ମହାବିଦ୍ୟାଳୟ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ଫକୀର ମୋହନ (FM) ମହାବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଅନୁଷ୍ଠାନରେ ଅଧ୍ୟାପକ ଓ ଦକ୍ଷ ପ୍ରଶାସକ ଭାବେ କାର୍ଯ୍ୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ବିଜ୍ଞାନ ପ୍ରଚାରରେ ଅଗ୍ରଣୀ ଭୂମିକା

ଓଡ଼ିଶାରେ ବିଜ୍ଞାନକୁ ଲୋକପ୍ରିୟ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ‘ଓଡିଶା ବିଜ୍ଞାନ ପ୍ରଚାର ସମିତି’ ତାଙ୍କର ପ୍ରଚେଷ୍ଟାରେ ତାଙ୍କ ବାସଭବନରୁ ହିଁ ଆରମ୍ଭ ହୋଇଥିଲା । ସ୍ୱର୍ଗତ ଗୋକୁଳାନନ୍ଦ ମହାପାତ୍ରଙ୍କ ଭଳି ବହୁ ବିଶିଷ୍ଟ ବୈଜ୍ଞାନିକ ଓ ଶିକ୍ଷାବିତ୍‌ଙ୍କ ସହଯୋଗରେ ସେ ବିଜ୍ଞାନ ପ୍ରଚାର ପାଇଁ ମାସିକ ପତ୍ରିକା ପ୍ରକାଶନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।