BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପାଲା ଗାୟନ ଓ ଦାସକାଠିଆ ହେଉଛି ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ

ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଉଦ୍‌ଯାପିତ, ୧୨ ଜଣ ପାଲା ଗାୟକ ଓ ଗାୟିକା ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବର ଉଦ୍‌ଯାପନୀ ସମାରୋହ ଆଜି ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଆୟୋଜିତ ହୋଇଥିଲା।

ଉଦ୍‌ଯାପନୀ ସନ୍ଧ୍ୟାରେ ବିଶିଷ୍ଟ ପାଲାଗବେଷକ ଡ଼. ସନ୍ତୋଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଲା ଓ ଦାସକାଠିଆର ସଂସ୍କୃତିକୁ ଜନମାନସପଟରେ ଚିର ଉଜ୍ଜୀବିତ କରି ରଖିବା ପାଇଁ ସମସ୍ତ କଳାକାରମାନଙ୍କୁ ପ୍ରେରିତ କରିଥିଲେ। ପାଲା ଗାୟନ ଓ ଦାସକାଠିଆ ହେଉଛି ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ। ଏହାର ବହୁଳ ପ୍ରଚାର ଓ ପ୍ରସାର ସହ ବର୍ତ୍ତମାନର ଯୁବପିଢ଼ି ଯେପରି ଏହି ସଂସ୍କୃତି ସହ ସାମିଲ ହେବେ ସେ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଡ଼.ସନ୍ତୋଷ ମହାପାତ୍ର ମତପ୍ରକାଶ କରିଥିଲେ।

ଉଦ୍‌ଯାପନୀ ସନ୍ଧ୍ୟାରେ ଭଦ୍ରକ ଜିଲ୍ଲାର ଡ଼. କଳାକର ନାୟକ ଓ ସାଥୀ, କଟକ ଜିଲ୍ଲାର ଅସୀମା ବରାଳ ଓ ସାଥୀ, ଦୁଷ୍ମନ୍ତ ବେହେରା ଓ ସାଥୀ, ପୁରୀ ଜିଲ୍ଲାର ବସନ୍ତ କୁମାର ମହାରଣା ଓ ସାଥୀ ଏବଂ କେନ୍ଦୁଝର ଜିଲ୍ଲାର  ତୁଳସୀ ଚରଣ ମହାନ୍ତ ଓ ସାଥୀ ପାଲା ପରିବେଷଣ କରିଥିଲେ। ସେହିପରି ଭାବେ ଖୋର୍ଦ୍ଧା ଜିଲ୍ଲାର ସତ୍ୟ ନାୟକ ଓ ସାଥୀ ଦାସକାଠିଆ ପରିବେଷଣ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ୧୨ ଜଣ ପାଲା ଗାୟକ ଓ ଗାୟିକାମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପ ଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଶ୍ରୀ ଶ୍ରୀ ନିଳାଚଳ ନିଖିଳ ଉତ୍କଳ ପାଲା ଗାୟକ ସଂଘର ସଭାପତି ଗାୟକ ମଦନ ମୋହନ ଜେନା, ସଂପାଦକ ଗାୟକ ବସନ୍ତ କୁମାର ରାଉତ ଉପସ୍ଥିତ ରହି ସମସ୍ତ ପାଲା ଓ ଦାସକାଠିଆ ଦଳକୁ ଉତ୍ସାହିତ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।