BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୨୭-୨୮ ସେପ୍ଟେମ୍ବରରେ ଭୁବନେଶ୍ୱରରେ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୨୭ ଓ ୨୮ରେ ଓଡ଼ିଶାରେ ହେବାକୁ ଥିବା ଦ୍ବିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ ପରିପ୍ରେକ୍ଷୀରେ ଲୋକସେବା ଭବନ ଠାରେ ଓଡ଼ିଶାର ମହାଧିବକ୍ତା ଶ୍ରୀ ପିତାମ୍ବର ଆଚ଼ାର୍ଯ୍ୟଙ୍କ ସହ ଉପସ୍ଥିତ ରହି ମିଳିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ବିଶେଷ ସୂଚନା ପ୍ରଦାନ କରିବା ସହ ଦ୍ବିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର ବିଷୟବସ୍ତୁ ଏବଂ ଲୋଗୋ ଉନ୍ମୋଚନ କରିଛି।
ଏହି ସମ୍ମିଳନୀ ୨୭ ସେପ୍ଟେମ୍ବର ୨୦୨୫ ସନ୍ଧ୍ୟା ୬:୩୦ ଘଟିକା ସମୟରେ ଭୁବନେଶ୍ୱର ଲୋକସେବା ଭବନରେ ଆରମ୍ଭ ହୋଇ ୨୮ ସେପ୍ଟେମ୍ବର ୨୦୨୫ ରେ ଉଦଯାପନୀ ହେବ। ଏହି କାର୍ଯ୍ୟକ୍ରମ ସୁପ୍ରିମକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ୍ ବି.ଆର. ଗଭାଇଙ୍କ ଦ୍ୱାରା ଉଦଘାଟିତ ହେବ।
ଉଦଘାଟନୀ ଅଧିବେଶନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ସମେତ ଭାରତର ସୁପ୍ରିମକୋର୍ଟର‌ ବରଣ୍ୟେ ବିଚ଼ାରପତି ବୃନ୍ଦଙ୍କ ସମେତ ବହୁ ବିଶିଷ୍ଟ ପଦାଧିକାରୀ ଉପସ୍ଥିତ ରହିବେ।
ଉଦଯାପନୀ ସମାରୋହରେ ଭାରତ ସରକାରଙ୍କ ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରମୁଖ ଉପସ୍ଥିତ ରହିବେ । ତତ୍ ସହିତ ବିଭିନ୍ନ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତିଗଣ ଏବଂ ବିଚାରପତି, ଅତିରିକ୍ତ ସଲିସିଟର ଜେନେରାଲ, ବିଭିନ୍ନ ରାଜ୍ୟର ଆଡଭୋକେଟ୍ ଜେନେରାଲ ଏବଂ ବରିଷ୍ଠ ମଧ୍ୟସ୍ଥତାକାରୀମାନେ ଅଂଶଗ୍ରହଣ କରିବେ।

ଭୁବନେଶ୍ୱର, ସେପ୍ଟେମ୍ବର ୨୫: ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଏବଂ ଓଡ଼ିଶାର ମହାଧିବକ୍ତାଙ୍କ କାର୍ଯ୍ୟାଳୟଙ୍କ ସଂୟୁକ୍ତ ଉଦ୍ୟମରେ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ ଆସନ୍ତା ୨୭ ଓ ୨୮ ସେପ୍ଟେମ୍ବର ୨୦୨୫ ତାରିଖରେ ଲୋକସେବା ଭବନ, ଭୁବନେଶ୍ୱରରେ ଆୟୋଜିତ ହେବ।

ସମ୍ମିଳନୀର ଉଦଘାଟନ ୨୭ ସେପ୍ଟେମ୍ବର ସନ୍ଧ୍ୟା ୬:୩୦ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମହାନ୍ୟାୟାଧୀଶ ଶ୍ରୀ ନ୍ୟାୟମୂର୍ତ୍ତି ବି.ଆର୍. ଗଭାଇଙ୍କ ଦ୍ବାରା ସମ୍ପନ୍ନ ହେବ। ସଭାରେ ଓଡ଼ିଶାର ରାଜ୍ୟପାଳ ଡା. ହରି ବାବୁ କମ୍ଭମପତି,  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଏବଂ ଜାତୀୟ ବିଧି ସେବା କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟକାନ୍ତ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମହାନ୍ୟାୟାଧୀଶ ଶ୍ରୀ ନ୍ୟାୟମୂର୍ତ୍ତି ହରିଶ ତଣ୍ଡନ, ନ୍ୟାୟମୂର୍ତ୍ତି ମାନସ ରଞ୍ଜନ ପାଠକ, ଭାରତର ଅଟର୍ନି ଜେନେରାଲ୍ ଶ୍ରୀ ଆର୍. ଭେଙ୍କଟରାମଣି ଓ ସଲିସିଟର୍ ଜେନେରାଲ୍ ଶ୍ରୀ ତୁଷାର ମେହତା ଯୋଗଦେବେ।

୨୦୨୫ ମଇ ମାସରେ ନୂଆଦିଲ୍ଲୀରେ ଆୟୋଜିତ ପ୍ରଥମ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର ପରମ୍ପରାକୁ ଅଗ୍ରସର କରି, ଓଡ଼ିଶାରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ପ୍ରଥମ ସମ୍ମିଳନୀରେ ଜାରି ହୋଇଥିବା ଘୋଷଣାନୁସାରେ ଦେଶରେ ମଧ୍ୟସ୍ଥତାର ଦର୍ଶନକୁ ବିସ୍ତାର କରିବା ପାଇଁ ଦ୍ୱିତୀୟ ସମ୍ମିଳନୀର ଆୟୋଜନ ଓଡ଼ିଶାରେ ହେଉଛି।

ମଧ୍ୟସ୍ଥତା କୋର୍ଟ ବାହାରେ ବିବାଦ ସମାଧାନର ଏକ ପର୍ଯ୍ୟାୟବାହୀ ପ୍ରକ୍ରିୟା, ଯାହା ଭାରତୀୟ ସାମାଜିକ ପରମ୍ପରାର ସମ୍ବାଦ ଓ ସମାଧାନ ସଂସ୍କୃତିରେ ଗଭୀରରୁପେ ମୂଳତାନ୍ୱିତ। ଏହା ମାନବକେନ୍ଦ୍ରିକ, ସହଜ, ସମୟୋପଯୁକ୍ତ ଓ ସମାବେଶୀ ନ୍ୟାୟ ବ୍ୟବସ୍ଥା ପ୍ରତିଷ୍ଠାରେ ଅତ୍ୟନ୍ତ ଉପଯୋଗୀ।

୨୮ ସେପ୍ଟେମ୍ବର ୨୦୨୫ ତାରିଖରେ ପ୍ରାତଃ ୧୦:୦୦ରୁ ବିକେଳ ୪:୦୦ ପର୍ଯ୍ୟନ୍ତ ପାଞ୍ଚଟି ବୈଷୟିକ ଅଧିବେଶନ ଆୟୋଜିତ ହେବ। ସେଗୁଡିକର ମୁଖ୍ୟ ବିଷୟଗୁଡିକ:
୧. ମଧ୍ୟସ୍ଥତା: ଚ୍ୟାଲେଞ୍ଜ ଓ ଆଗାମୀ ପଥ
୨. ଭାରତରେ ମଧ୍ୟସ୍ଥତାର ପରିବେଶ ସୁଦୃଢ଼ କରିବା
୩. ରାଜ୍ୟ ସରକାରୀ ମାମଲାରେ ମଧ୍ୟସ୍ଥତା
୪. ବାଣିଜ୍ୟିକ ବିବାଦରେ ମଧ୍ୟସ୍ଥତା (Commercial Courts Act, 2015)
୫. ପ୍ରତିଷ୍ଠାନଗତ ମଧ୍ୟସ୍ଥତାର ବିକାଶ

ଉଦଯାପନୀ ସମାରୋହରେ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଶ୍ରୀ ଏମ୍.ଏମ୍. ସୁନ୍ଦରେଶ ବକ୍ତବ୍ୟ ପ୍ରଦାନ କରିବେ। ମୁଖ୍ୟ ବକ୍ତା ଭାବେ ନ୍ୟାୟମୂର୍ତ୍ତି ଶ୍ରୀ ଅହସାନୁଦ୍ଦିନ ଆମାନୁଲ୍ଲା ବିଶେଷ ସମ୍ବୋଧନ କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଜ୍ୟମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଳ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମହାନ୍ୟାୟାଧୀଶ ନ୍ୟାୟମୂର୍ତ୍ତି ହରିଶ ତଣ୍ଡନ ସହ ଅନ୍ୟାନ୍ୟ ବରିଷ୍ଠ ନ୍ୟାୟାଧୀଶମାନେ ଏବଂ ସଲିସିଟର୍ ଜେନେରାଲ୍ ଶ୍ରୀ ତୁଷାର ମେହତା ଅତିଥି ଭାବେ ଯୋଗଦେବେ। ସଭାର ଅଧ୍ୟକ୍ଷତା ଓଡ଼ିଶାର ଅଧିବକ୍ତା ଜନରାଲ୍ ଶ୍ରୀ ପିତାମ୍ବର ଆଚାର୍ଯ୍ୟ କରିବେ।

ଏହି ଅବସରରେ ଆଇନମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମ୍ମିଳନୀର ଥିମ୍ ଓ ଲୋଗୋ ଉନ୍ମୋଚନ କରିଥିଲେ। ଏହି ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ ମାଧ୍ୟମରେ ଦେଶରେ ନୂତନ ଚିନ୍ତାଧାରା, ନୂତନ ଶକ୍ତି ସଂଚାରିତ ହେବା ସହିତ ନ୍ୟାୟ ବ୍ୟବସ୍ଥାରେ ମଧ୍ୟସ୍ଥତାକୁ ଦୃଢ଼ ଭିତ୍ତି ମିଳିବ ବୋଲି ଆଶା ବ୍ୟକ୍ତ କରାଯାଇଛି।