BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଖୋର୍ଦ୍ଧା ଜିଲ୍ଲାର ଯକ୍ଷ୍ମା ରୋଗୀଙ୍କୁ ଖାଦ୍ୟ ବାସ୍କେଟ ପ୍ରଦାନ କଲେ ରାଜ୍ୟପାଳ 

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଯକ୍ଷ୍ମା ରୋଗୀଙ୍କ ପାଇଁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଖାଦ୍ୟ ବାସ୍କେଟ ପ୍ରଦାନ କରିଛନ୍ତି। ଯକ୍ଷ୍ମା ବିରୁଦ୍ଧରେ ଓଡ଼ିଶାର ଲଢେଇକୁ ସୁଦୃଢ଼ କରିବା ଏବଂ ରୋଗୀମାନଙ୍କୁ ଚିକିତ୍ସା ସମୟରେ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜଭବନର ମିନି କନଫରେନ୍ସ ହଲଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ଖୋର୍ଦ୍ଧା ଜିଲ୍ଲାର ୧୦୦ ଜଣ ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ବାସ୍କେଟ୍ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କୁ ପ୍ରଦାନ କରିଛନ୍ତି। ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଏକ ଅଂଶ ବିଶେଷ, ଯାହା ଅଧୀନରେ ଚିକିତ୍ସା ସମୟରେ ସ୍ଥାୟୀ ପୁଷ୍ଟିକର ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟପାଳ ଖୋର୍ଦ୍ଧା ଜିଲ୍ଲାର ଯକ୍ଷ୍ମା ରୋଗୀମାନଙ୍କୁ ନିକ୍ଷୟ ମିତ୍ର ଭାବେ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ଦ୍ୱାରା ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ରାଜ୍ୟରେ ଯକ୍ଷ୍ମା ରୋଗର ବର୍ତ୍ତମାନର ସ୍ଥିତି ଏବଂ ରୋଗ ନିରାକରଣ କରିବା ପାଇଁ ରାଜ ବହୁମୁଖୀ ପ୍ରୟାସ ସଂପର୍କରେ ତଥ୍ୟ ଓ ବିବରଣୀ ଉପସ୍ଥାପନ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ଡ.କମ୍ଭମପତି ଯକ୍ଷ୍ମା ନିରାକରଣ ପ୍ରୟାସକୁ ତ୍ବରାନ୍ବିତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଘୋଷଣା କରି ସମାଜର ଦୁର୍ବଳ ବର୍ଗର ଆଉ ୫୦ ଜଣ ଔଷଧ-ପ୍ରତିରୋଧ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ। ଆହୁରି ମଧ୍ୟ ରାଜ୍ୟପାଳ କହିଥିଲେ ଯେ, ବିଶ୍ଵବିଦ୍ୟାଳୟ, କର୍ପୋରେଟ ସେକ୍ଟରର କର୍ତ୍ତୃପକ୍ଷ ଏବଂ ଜନ ହିତୈଷୀମାନେ ନିକ୍ଷୟ ମିତ୍ର ଭାବେ ଆଗେଇ ଆସି ଯକ୍ଷ୍ମା ମୁକ୍ତ ଓଡ଼ିଶା ପାଇଁ ସାମୁହିକ ଯୋଗଦାନ ନିମନ୍ତେ ଅନୁରୋଧ କରାଯିବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ବଥି ଏସ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ରାଜ୍ୟପାଳଙ୍କ ମହନୀୟ ନେତୃତ୍ୱ ତଥା ରାଜ୍ୟକୁ ଯକ୍ଷ୍ମା ମୁକ୍ତ କରିବା ଦିଗରେ ପ୍ରତିବଦ୍ଧତା ପାଇଁ କୃତଜ୍ଞତା ଜଣାଇଥିଲେ। ରାଜ୍ୟପାଳଙ୍କ ଏତାଦୃଶ ପଦକ୍ଷେପ କେବଳ ରୋଗୀଙ୍କ ସ୍ବାସ୍ଥ୍ୟକୁ ସୁଦୃଢ଼ କରିବ ନାହିଁ, ବରଂ ନୂତନ ସଂକଳ୍ପ ସହ ଯକ୍ଷ୍ମା ମୁକାବିଲା କରିବା ପାଇଁ ସମାଜରେ ସାମୁହିକ ଦାୟିତ୍ବକୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶ ଶନ ସାହୁ, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଡ. ବୃନ୍ଧା ଡିଙ୍କ ସମେତ ଅନ୍ୟ ବିଭାଗୀୟ ବରିଷ୍ଠ ଅଧୁକାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।