BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୧ କୋଟି ୬୦ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ; ୧୫୩ ଗିରଫ

ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୧୮ ଦିନ

ଭୁବନେଶ୍ୱର : ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନର ୧୮ତମ ଦିନରେ, ଚଢ଼ାଉକାରୀ ଦଳ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋଟ ଏକ କୋଟି ୬୦ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ କରିଛନ୍ତି I

ଏହି କ୍ରମରେ ଅବକାରୀ ବିଭାଗ ପକ୍ଷରୁ ମୋଟ ୨୫୪ ଟି ମାମଲା ରୁଜୁ ହେବା ସହ ବେଆଇନ କାର୍ଯ୍ୟରେ ଜଡିତ ଥିବା ୧୫୩ ଜଣକୁ ଗିରଫ କରାଯାଇଛି I ଏନଫୋର୍ସମେଣ୍ଟ ଦଳ ୧୦, ୬୦୬ ଲିଟର ଆଇଡି ଲିକର, ୬୦୩ ଲିଟର ଡ୍ୟୁଟି-ପେଡ୍ ଲିକର, ୧୧ ଲିଟର ଡୁପ୍ଳିକେଟ ଲିକର ଜବତ କରିଛନ୍ତି I ସେହିପରି ବେଆଇନ ମଦ ପ୍ରସ୍ତୁତି ପାଇଁ ଥିବା ୧, ୦୭, ୫୨୩ ଲିଟର ପୋଚ ନଷ୍ଟ କରିଛନ୍ତି । ଏଥିସହିତ ବେଆଇନ ପରିବହନରେ ବ୍ୟବହୃତ ୨୦ ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି I

ନିଷିଦ୍ଧ ନିଶା କାରବାର ଓ ଚୋରା ଚାଲାଣ ରୋକିବା ଦିଗରେ ମଧ୍ୟ ଏନଫୋର୍ସମେଣ୍ଟ ଦଳକୁ ସଫଳତା ମିଳିଛି I ଏଥିରେ ୧୩ ଟି NDPS ମାମଲା ରୁଜୁ ସହ ୧୬୩ କିଲୋଗ୍ରାମ ଗଞ୍ଜେଇ ଏବଂ ୨୪୫ ଗ୍ରାମ ହେରୋଇନ ଜବତ କରାଯାଇଛି I ଯାହା ମାଦକଦ୍ରବ୍ୟ ସମ୍ବନ୍ଧୀୟ ଅପରାଧକୁ ଦମନ କରିବାରେ ପ୍ରଶାସନର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବାର ସ୍ପଷ୍ଟ କରୁଛି।

ଏହି ବିଶେଷ ଅଭିଯାନ ଜରିଆରେ ନିୟମିତ ଚଢ଼ାଉ ଜାରି ରଖି ବେଆଇନ ମଦ ଓ ନାର୍କୋଟିକ୍ସ ଚୋରାଚାଲାନରେ ଜଡିତ ସୁଦୃଢ ନେଟୱର୍କକୁ ଭାଙ୍ଗିବାକୁ ବିଭାଗ ଲକ୍ଷ୍ୟ ରଖିଛି I