ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଏବଂ ଆପ୍ଲିକେସନ୍ସ ବିଭାଗ ଏବଂ ଏମଆଇଟି ୱାର୍ଲ୍ଡ ପିସ୍ ୟୁନିଭର୍ସିଟି, ଗୋଆ ପକ୍ଷରୁ “ଆସନ୍ତାକାଲିର ବିଶ୍ୱବିଦ୍ୟାଳୟର ପରିକଳ୍ପନା: ଶିକ୍ଷାର ଭବିଷ୍ୟତ ଉପରେ ଏକ ଆନ୍ତବିଷୟକ ସଂଳାପ” ଶୀର୍ଷକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ଉଦଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେଏମସିଏ ବିଭାଗର ମୁଖ୍ୟ ପ୍ରଫେସର ମୃତ୍ୟୁଞ୍ଜୟ ପଣ୍ଡା, ବରିଷ୍ଠ ପରାମର୍ଶଦାତା ବିନୋଦ ଶାସ୍ତ୍ରୀ, ସଂଯୋଜକ ସୁଖଦା ଭିଙ୍ଗାରକର, ଏମଆଇଟି ୱାର୍ଲ୍ଡ ପିସ୍ ୟୁନିଭର୍ସିଟି, ପୁଣେ, ସହ-ସଂଯୋଜକ ନିବେଦିତା ଅଧିକାରୀ,ଏବଂ ଡ. ନେହା ସାଠେ ପ୍ରମୁଖ ଉପସ୍ଥିତ ଥିଲେ।
ବ୍ୟବସାୟ ପ୍ରଶାସନ ବିଭାଗ ମୁଖ୍ୟ ଡ. ରଶ୍ମିତା ସାହୁ, ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଡ. ପ୍ରତିମା ସଡ଼ଙ୍ଗୀ, ପ୍ରଫେସର ରଞ୍ଜନ କୁମାର ପାତ୍ର, ପ୍ରଫେସର ଜୟନ୍ତୀ ଦୋରା, ଡ. ତନୁତୃଷ୍ଣା ପାଣିଗ୍ରାହୀ, ଉମାପ୍ରସନା ଓଝା, ଶୁଭଙ୍କର ମିଶ୍ର, ସୁଧାକର ପାତ୍ର ପ୍ରମୁଖ ଆଲାଚନାଚକ୍ରରେ ବକ୍ତବ୍ୟ ରଖିଥିଲେ। ସଂଯୋଜକ ସୁଖାଦା ଭିଙ୍ଗାରକର ଧନ୍ୟବାଦ ଅର୍ପଣ କରିଥିଲେ।