BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଅପେରସନ”ଗରୁଡ଼” : ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ

ଭୁବନେଶ୍ବର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ”ଗରୁଡ଼” ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଅଭିଯାନର ଦ୍ବିତୀୟ ସପ୍ତାହ ଅର୍ଥାତ ଚଳିତ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (ଏନବିଡବ୍ଲ୍ୟୁ)କୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅପରେସନର ଦ୍ବିତୀୟ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି।

୧. କାର୍ଯ୍ୟକାରୀ ହୋଇଥିବା ଏନବିଡବ୍ଲ୍ୟୁ:- ୩,୬୪୩
୨. ଅବକାରୀ ମାମଲା :- ୧୮୦୬ ମାମଲା, ୪୭,୧୦୫.୫୬ ଲିଟର ମଦ ଏବଂ ନଗଦ ୩,୪୦୦ ଟଙ୍କା ଜବତ
୩. ଜବତ ହୋଇଥିବା ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଟଙ୍କା :- ୬୩ ଅସ୍ତ୍ରଶସ୍ତ୍ର, ୯୫ ଗୁଳିଗୋଳା, ୧,୪୫,୫୦୦ ଟଙ୍କା, ୧ଟି କାର, ୩ଟି ବାଇକ୍ ଏବଂ ୦୨ଟି ଖାଲି ମାଗାଜିନ ଜବତ
୪. ଗଞ୍ଜେଇ ଜବତ ସହିତ ଏନଡିପିଏସ୍ ମାମଲା:- ୫୭ଟି ମାମଲା ସହିତ ୩୦୩୦.୩୫ କିଲୋଗ୍ରାମ ଗଞ୍ଜେଇ ଏବଂ ୬୬୪ ଗ୍ରାମ ବ୍ରାଉନସୁଗାର ଜବତ, (୯ ଟି କାର, ୧୨ ଟି ବାଇକ୍ ଏବଂ ୮୯,୫୨୦ ଟଙ୍କା)
୫. ଜୁଆ ମାମଲା :- ୭୦ଟି ମାମଲା, ୬,୨୮,୭୨୫ ଟଙ୍କା , ୩ ଟି କାର, ୫୨ ଟି ମୋଟର ସାଇକେଲ ଏବଂ ୪୭ଟି ମୋବାଇଲ୍ ଫୋନ୍
୬. ଗିରଫ ହୋଇଥିବା ଅପରାଧୀଙ୍କ ସଂଖ୍ୟା:- ୪୦୬
୭. ନିଶା ଶକ୍ତ ଅବସ୍ଥାରେ ଗାଡି ଚାଳନା- ୧୬୩ ମାମଲା, ୧୬୩ ଯାନ ଜବତ

ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମ ପୋଲିସ ଜିଲ୍ଲା ସର୍ବାଧିକ ୩୮୩ ଘଈଡ କାର୍ଯ୍ୟକାରୀ କରିଥିବା ବେଳେ ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କ୍ଷେତ୍ରରେ ୧୧ ଟି ବନ୍ଧୁକ, ୫୫ ଗୋଳାବାରୁଦ ଜବତ କରିବା ସହ ୩୦ ଜଣଙ୍କୁ ଗିରଫ କରିଛି।

ସେହିପରି ଜୁଆ ଆଡ୍ଡା ଉପରେ ଚଢ଼ାଉ କ୍ଷେତ୍ରରେ ସମ୍ବଲପୁର ପୋଲିସ ଜିଲ୍ଲା ୧୦ଟି ମାମଲା, ୩୧,୭୬୦ ଟଙ୍କା, ୩ ଟି ମୋଟର ସାଇକେଲ ଏବଂ ୭ ଟି ମୋବାଇଲ୍ ଫୋନ୍ ଜବତ କରିବା ସହ ୧୮ ଜଣଙ୍କୁ ଗିରଫ କରିଛି।

ସେହିପରି ଘଊଚଝ ମାମଲାରେ ମଧ୍ୟ ସମ୍ବଲପୁର ଜିଲ୍ଲା ପୋଲିସ ୧୨ ମାମଲା ରୁଜୁ ହୋଇଥିବା ବେଳେ ୫୦.୫୮ କିଲୋଗ୍ରାମ ଗଞ୍ଜେଇ , ୦୫ ମୋଟର ସାଇକେଲ, ୨୫୯୯ ବୋତଲ କଫ ସିରପ, ୧୩.୧ ଷ୍ଟ୍ରିପ୍ ନାଇଟ୍ରାଜେପାନ୍ ଟାବଲେଟ୍ ଏବଂ ୨୦ ପକେଟ ଇଞ୍ଜେକ୍ସନ, ୦୫ ମୋବାଇଲ୍ ଫୋନ୍ ଜବତ କରିବା ସହ ୨୪ ଜଣଙ୍କୁ ଗିରଫ କରିଛି।

ଅବକାରୀ ମାମଲାରେ ମଧ୍ୟ ସମ୍ବଲପୁର ଜିଲ୍ଲା ପୋଲିସ ୧୮୨ଟି ମାମଲା ରୁଜୁ କରିଥିବା ବେଳେ ୧୬୧୨ ଲିଟର ମଦ ଜବତ କରିବା ସହ ୧୮୨ ଜଣଙ୍କୁ ଗିରଫ କରିଛି।

ସେହିପରି କନ୍ଧମାଳ ଜିଲ୍ଲା ପୋଲିସ ୫ ଟନରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି।ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବାକୁ ଓଡିଶା ପୋଲିସ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ମଧ୍ୟ ଅପରାଧ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ ” ଅପେରସନ ଗରୁଡ” ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ସୂଚନା ଦେଇଛନ୍ତି।